
ଦେବକାନ୍ତ ମହାନ୍ତି(ଚାନ୍ଦବାଲି): ୨୯/୦୫ /୦୨୨-ଚାନ୍ଦବାଲି ବିଜେଡ଼ି କାର୍ଯ୍ୟଳୟ ପରିସରରେ ବିଜେଡ଼ି ଦଳର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇ ଯାଇଛି । ଏହି ମିଶ୍ରଣ ପର୍ବରେ ଓରାସାହି ପଂଚାୟତର ଯୁବ ନେତା ଅମୂଲ୍ୟ ରାଉତଙ୍କ ସହ ୫୦ ପରିବାର ବିଧାୟକ ଡ଼. ବ୍ୟମୋକେଶ ରାଏଙ୍କ ନିତି ଆଦର୍ଶରେ ଅନୁପ୍ରାଣିତ ହୋଇ, ସରପଂଚ ଅକ୍ଷୟ ନାୟକ ନେତୃତ୍ୱରେ ବିଧିବଦ୍ଧ ଭାବେ ବିଜେଡ଼ି ଦଳରେ ସାମିଲ ହୋଇଛନ୍ତି ।
ଏଥୁନେଇ ବିଧାୟକ ଶ୍ରୀ ରାଏ ସେମାନଙ୍କୁ ଦଳୀୟ ଉତରୀୟ ଦେଇ ଦଳକୁ ସ୍ବାଗତ କରିଛନ୍ତି । ଏହି ମିଶ୍ରଶ ପର୍ବରେ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧ୍ବ ଚିତ ରଂଜନ ସୂତାର , ବ୍ଲକ ସଭାପତି ଦିଜବର ରାଉତ, ବ୍ଲକ ଉପାଧ୍ୟକ୍ଷ ସରୋଜ ବଳ ,ବରିଷ୍ଠ ନେତା ପ୍ରତାପ ଧଳ ନରେଶ ମାଝୀ, ପୂମୁଖ ଉପସ୍ଥିତ ଥିଲେ ।