
ନବୀନ ଦାଶ(ସ୍ଵତନ୍ତ୍ର ପ୍ରତିନିଧି):ବରଗଡ଼ ଜିଲ୍ଲା ଅତାବିରା ବସ୍ ଷ୍ଟାଣ୍ଡ ଛକ ଟି ଏକ ବ୍ୟସ୍ତ ବହୁଳ ଛକ।ଛକ ଦେଇ ଯାଇଥିବା ୫୩ନଂ ଚାରି ଥାକିଆ ଜାତୀୟ ରାଜପଥ ରେ ଦିନରାତି ହଜାର ହଜାର ଛୋଟ ବଡ ଗାଡ଼ି ମଟର ସହ ଭାରୀ ଯାନ ଗୁଡ଼ିକ ଯିବା ଆସିବା କରିଥାଏ।ଏହି ବ୍ୟସ୍ତ ବହୁଳ ଅତାବିରା ବସ୍ ଷ୍ଟାଣ୍ଡ ଛକ ରୁ ଝିଲିମିଣ୍ଡା ଆର୍ଡି ରାସ୍ତା ଉପରେ ଦୁଇ ଚକିଆ ଠାରୁ ଆରମ୍ଭ କରି ଚାରି ଚକିଆ ଗାଡ଼ି ଗୁଡ଼ିକ ପାର୍କିଂ କରି ଦେଉଥିବା ଥିବାରୁ ରାସ୍ତା ଟି ଟ୍ରାଫିକ ସମସ୍ୟା ରେ ଜର୍ଜରିତ ହୋଇ ଲୋକଙ୍କ ମୁଣ୍ଡ ବ୍ୟଥାର କାରଣ ହୋଇଛି।
ପ୍ରକାଶ ଥାଉ କି ଏହି ରାସ୍ତା ରାତି ନ ପାହୁଣୁ ଶହ ଶହ ସଂଖ୍ୟାରେ ଚାଷୀ ମାନେ ପନିପରିବା ଧରି ରାଜରାସ୍ତା କଡ କୁ ଆସି ନିଜ ପସରା ଖୋଲି ବେପାର କରିଥାନ୍ତି।ସେହିପରି ଏହି ରାସ୍ତାରେ ବିଭିନ୍ନ ଦୋକାନ ବଜାର, ବ୍ୟାଙ୍କ୍,ଏନଏସି କାର୍ଯ୍ୟାଳୟ,ଅଗ୍ନିଶମ ବିଭାଗ,ଡାକଘର ଭଳି ମୁଖ୍ୟ କାର୍ଯ୍ୟାଳୟ ଗୁଡ଼ିକ ରହିଥିବା ବେଳେ ଲୋକଙ୍କ ତତ୍କାଳ ସେବା ରେ ବ୍ୟାଘାତ ହେବା ସହ ସ୍କୁଲ କଲେଜ୍ ଛାତ୍ରଛାତ୍ରୀ ଯିବା ଆସିବା ରେ ସୁରକ୍ଷିତ ମଣୁ ନାହାନ୍ତି।ଏହି ରାସ୍ତା ଦେଇ ବାଲି ମାଟି ମାଫିଆ ମାନେ ବେନିୟମ ଭାବରେ ବଡ ବଡ ହାଇୱା ସାହାଯ୍ୟରେ ରାସ୍ତାରେ ଦୌରତ୍ମ୍ ବଢ଼ାଇ ଚାଲିଛନ୍ତି।
ଅଞ୍ଚଳ ଟି କୃଷି ବହୁଳ ଅଞ୍ଚଳ ଭାବେ ବେଶ୍ ପରିଚିତ ଥିବା ବେଳେ ଧାନ ଗାଡ଼ି ମାର୍କେଟ,ମିଲ କୁ ଯିବା ଆସିବା କରିବା ସହ ପଞ୍ଚାୟତ ତଥା ଗାଁ ଗଣ୍ଡା ମାନଙ୍କୁ ଚାଉଳ ଗାଡ଼ି ଗୁଡ଼ିକ ଯିବା ଆସିବା କରି ବସ୍ ଷ୍ଟାଣ୍ଡ ଛକ ଆରମ୍ଭ ରୁ ହୋଟେଲ ଖାଇବାକୁ ଆସି ଗାଡ଼ି ମଟର ପାର୍କିଂ କରି ଦେଉଛନ୍ତି।ଯଦ୍ୱାରା ଦୀର୍ଘ ସମୟ ଧରି ଟ୍ରାଫିକ ସମସ୍ୟା ରେ ଲୋକେ ଅଣ ନିଶ୍ୱାସି ହେବା ସହ ସ୍କୁଲ ପିଲାଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।
ତେବେ ଏହି ରାସ୍ତା ଦେଇ ସ୍ଥାନୀୟ ଅଧିକାରୀ ମାନଙ୍କ ଠାରୁ ଆରମ୍ଭ କରି ବଡ ବଡ ଅଧିକାରୀ ନେତା ମନ୍ତ୍ରୀ ଯିବା ଆସିବା କରି ପଞ୍ଚାୟତ ସ୍ତରରେ ଗାଁ ଗଣ୍ଡା ମାନଙ୍କ ରେ ବିଭିନ୍ନ କାର୍ଯ୍ୟକ୍ରମ ମାନ କରୁଛନ୍ତି।ହେଲେ ଏହି ଅଣ ଓସାରିଆ ପାର୍କିଂ ରାସ୍ତା ରେ ଯିବା ଆସିବା ଲୋକଙ୍କ ପ୍ରତି ସତେ ଯେମିତି କାହାରି ଦରଦ ନାହିଁ।

ଏହି ରାସ୍ତା ରେ ଛୋଟ ମୋଟ ଘଟଣା ଠାରୁ ଆରମ୍ଭ କରି ଟ୍ରାକ୍ଟର ଚାପା ରେ,ଟ୍ରକ୍ ଚାପା ରେ,ମଟର ସାଇକେଲ ଧକ୍କା ରେ ବହୁ ମୁଣ୍ଡ ଗଡ଼ି ସାରିଥିଲେ ହେଁ କେଉଁ ରହସ୍ୟ କୁ ନେଇ ଓ କାହା ସ୍ୱାର୍ଥରେ ଅଣ ଦେଖା କରି ଲୋକଙ୍କ ଜୀବନ ସହ ଖେଳୁଛନ୍ତି ବୋଲି ଲୋକେ ପ୍ରଶ୍ନ କରୁଛନ୍ତି।ଏଥିପ୍ରତି ତୁରନ୍ତ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ସହ ରାସ୍ତା ର ପ୍ରକୃତ ସ୍ଥିତି କୁ ପରଖି ରାସ୍ତାକୁ ଟ୍ରାଫିକ ସମସ୍ୟା ରୁ ମୁକ୍ତ କରିବା ପାଇଁ ସାଧାରଣରେ ଦାବି ହେଉଛି।