
ସଞ୍ଜୟ ଶତପଥୀ(କଟକ):କଟକର ଅଭିନବ ବିଡାନାସୀ କଟକର ୧୩ ନମ୍ବର ସେକ୍ଟରରେ ଜମି ଦୁର୍ନୀତିର ନିରପେକ୍ଷ ତଦନ୍ତ କରିବା ଲାଗି ରାଷ୍ଟ୍ରୀୟ ପଛୁଆ ବର୍ଗ ମହାସଂଘ ତରଫରୁ ଏକ ଦାବୀ ପତ୍ର ମହାସଂଘ ର ରାଜ୍ଯ ପ୍ରଭାରୀ ତଥା କଟକର ଜଣାଶୁଣା ସମାଜସେବୀ ସଞ୍ଜିତ୍ ସାମଲଙ୍କ ନେତୃତ୍ବ ରେ ମହାନିର୍ଦ୍ଦେଶକ, ଦୁର୍ନୀତି ନିବାରଣ ବିଭାଗ ଙ୍କୁ ପ୍ରଦାନ କରାଯାଇଛ।
ବିଶ୍ବସ୍ତ ସୂତ୍ର ରୁ ପ୍ରକାଶ ଯେ ଅଭିନବ ବିଡାନାସୀ କଟକର ୧୩ ନମ୍ବର ସେକ୍ଟରରେ ଥିବା ଜମିକୁ କଟକର ସରକାରୀ ଅଧୀକାରୀ କେନ୍ଦ୍ରୀୟ ରାଜସ୍ବ ଆୟୁକ୍ତ, କଟକ ଜିଲ୍ଲାପାଳ, କଟକ ଓ ବାରଙ୍ଗ ତହସିଲଦାର ଚଂଚକତା କରି ସରକାରୀ ଜମି ବୋଲି ସର୍ବସାଧାରଣରେ ପ୍ରକାଶ କରିଛନ୍ତି। କିନ୍ତୁ ପ୍ରକୃତ ରେ ନିରପେକ୍ଷ ତଦନ୍ତ ରେ ଏହାର ସମ୍ପୂର୍ଣ୍ଣ ସତ୍ଯତା ଲୋକଲୋଚନକୁ ଆସିବ। ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରୀୟ ପଛୁଆ ବର୍ଗ ମହାସଂଘ ର ପ୍ରଭାରୀ ତଥା କଟକର ଜଣାଶୁଣା ସମାଜସେବୀ ଶ୍ରୀ ସଞ୍ଜିତ୍ ସାମଲଙ୍କ ନେତୃତ୍ବ ରେ ସଂଘର ଏକ ଦଳ ମହାନିର୍ଦ୍ଦେଶକ, ଦୁର୍ନୀତି ନିବାରଣ ବିଭାଗ, ଓଡ଼ିଶା ଙ୍କୁ ଦାବୀ ପତ୍ର ପ୍ରଦାନ କରି ଏହି ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ଅନୁରୋଧ କରିଥୂଲେ।

ଶ୍ରୀ ସାମଲଙ୍କ ସହ ରାଜ୍ଯ ଉପ-ସଭାପତି ଭାସ୍କର ସାହୁ, ରାଜ୍ୟ ସମ୍ପାଦକ ଲୋସନ କିରଣ,ରାଜ୍ୟ ସମ୍ପାଦକ ସୁଧାଂଶୁ ପରିଡା,କଟକ ଜିଲ୍ଲା ଉପ-ସଭାପତି ଭାଗ୍ଯଧର ନାୟକନାୟକ ଓ କଟକ ଜିଲ୍ଲା ସମ୍ପାଦକ ସୁପ୍ରକାଶ ରାଉଳଙ୍କ ସହ ସଂଘର ବହୁ ସଦସ୍ଯ ଯୋଗଦେଇଥିଲେ। ଯଦି ଏହି ଦାବୀ ର ସଠିକ୍ ତଦନ୍ତ କରା ନ ଯାଏ ତାହାହେଲେ ସଂଘ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ଯ ହେବ ବୋଲି ରାଜ୍ଯ ପ୍ରଭାରୀ ଶ୍ରୀ ସାମଲ ମତ ଦେଇଥିଲେ ।