ଭଦ୍ରକ ଜିଲ୍ଲାରେ ଦ୍ବିତୀୟ ପର୍ଯ୍ୟାୟରେ ୮୦ ଟି ସ୍ମାର୍ଟ ସ୍କୁଲ ହେଲା ଲୋକାର୍ପିତ…

ଦେବକାନ୍ତ ମହାନ୍ତି(ଚାନ୍ଦବାଲି): ଚାନ୍ଦବାଲିବ୍ଲକ ସାରଳା ଉଚ୍ଚ ବିଦ୍ୟାଳୟରେ ଭଦ୍ରକ ଜିଲ୍ଲାର 5ଟି ଉପକ୍ରମରେ ୨ୟ ପର୍ଯ୍ୟାୟରେ ୮୦ଟି ହାଇସ୍କୁଲର ଲୋକାର୍ପଣ କରାଯାଇଛି l ଭିଡିଓ କଫେରେନସ ମାଧ୍ୟ୍ୟମରେ ଲୋକାର୍ପଣ ଉତ୍ସବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଭଦ୍ରକ ଜିଲ୍ଲାର ୮୦ଟି ବିଦ୍ୟାଳୟକୁ ଲୋକାର୍ପଣ କରିଥିଲେ l

ଭଦ୍ରକ ଜିଲ୍ଲାର ଏହି ଜିଲ୍ଲା ସ୍ଥରୀୟ କାର୍ଯ୍ୟକ୍ରମରେ ଚାନ୍ଦବାଲି ବ୍ଲକ ସାରଳା ଉଚ୍ଚ ବିଦ୍ୟାଳୟରେ ଭଦ୍ରକ ଜିଲ୍ଲାର ସାଂସଦ ମଞ୍ଜୁଲତା ମଣ୍ଡଳ, ଭଦ୍ରକ ଜିଲ୍ଲାପାଳ ତ୍ରିଲୋଚନ ମାଝୀ ଚାନ୍ଦବାଲି ବିଧାୟକ, ଭଦ୍ରକ ବିଧାୟକ, ବାସୁଦେବପୁର ବିଧାୟକ ଓ ଭଣ୍ଡାରିପୋଖରୀ ବିଧାୟକ,ଓ ଭଦ୍ରକ ସାଂସଦ ଜିଲ୍ଲାପରିଷଦ ଅଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ଥିଲେ l ଲୋକର୍ପଣ ଉତ୍ସବରେ ସାରଳା ଉଚ୍ଚ ବିଦ୍ୟାଳୟରେ ଛାତ୍ରୀ ସୋନାଲି ସୁପ୍ରିୟା ସାହୁ 5ଟି ସ୍କୁଲ ଓ ଶିକ୍ଷା ବ୍ୟବସ୍ଥା ଉପରେ ଅଭିଭାଷଣ ଦେଇଥିଲେ l ଏହି କାର୍ଯ୍ୟକ୍ରମକୁ ପ୍ରଶାସନକ ଅଧିକାରୀ ପରିଚାଳନା କରିଥିଲେ l

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଏମ୍ସ୍ ନିକଟରେ ୩ ବ୍ରାଉନ ସୁଗାର ବେପାରୀ ଗିରଫ...

Thu Jun 9 , 2022
ଭୁବନେଶ୍ୱର:ରାଜଧାନୀ ଭୁବନେଶ୍ୱରର ଏମ୍‌ସ ନିକଟରେ ବ୍ରାଉନସୁଗର ବିକ୍ରି ନିମନ୍ତେ ଡିଲ କରୁଥିଲେ ଅପରାଧୀ। ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇବା ପରେ ଚଢ଼ଉ କରି ୩ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍(ସ୍ପେଶାଲ ଟାକ୍ସ ଫୋର୍ସ)। ଗତକାଲି ବିଳମ୍ବିତ ରାତିରେ ଏହି ଡିଲ ହେଉଥିଲା।ଗିରଫ ଅଭିଯୁକ୍ତଙ୍କ ଠାରୁ ୨ କେଜି ୫୮ ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରାଯାଇଛି। ଏହାର ମୂଲ୍ୟ ପ୍ରାୟ ୨.୫କୋଟି ଟଙ୍କା ହେବ।ଗିରଫ ବ୍ରାଉନ ସୁଗାର ବେପାରୀ […]

You May Like

Pin It on Pinterest