ଏମ୍ସ୍ ନିକଟରେ ୩ ବ୍ରାଉନ ସୁଗାର ବେପାରୀ ଗିରଫ…

ଭୁବନେଶ୍ୱର:ରାଜଧାନୀ ଭୁବନେଶ୍ୱରର ଏମ୍‌ସ ନିକଟରେ ବ୍ରାଉନସୁଗର ବିକ୍ରି ନିମନ୍ତେ ଡିଲ କରୁଥିଲେ ଅପରାଧୀ। ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇବା ପରେ ଚଢ଼ଉ କରି ୩ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍(ସ୍ପେଶାଲ ଟାକ୍ସ ଫୋର୍ସ)।

ଗତକାଲି ବିଳମ୍ବିତ ରାତିରେ ଏହି ଡିଲ ହେଉଥିଲା।ଗିରଫ ଅଭିଯୁକ୍ତଙ୍କ ଠାରୁ ୨ କେଜି ୫୮ ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରାଯାଇଛି। ଏହାର ମୂଲ୍ୟ ପ୍ରାୟ ୨.୫କୋଟି ଟଙ୍କା ହେବ।ଗିରଫ ବ୍ରାଉନ ସୁଗାର ବେପାରୀ ହେଲେ ଭାଗୀରଥି ଭଟ୍ଟ, ଚନ୍ଦନ ମଳିକ ଓ ବିଶ୍ୱଜିତ୍ ନାୟକ। ସେମାନଙ୍କ ଘର ଯଥାକ୍ରମେ ଖୋର୍ଦ୍ଧା ଜିଲ୍ଲା ରଣସିଂହପୁର, ଖଣ୍ଡଗିରି ଓ ବାଲିପାଟଣା।

ଏହି ଅଭିଯୁକ୍ତମାନେ ଏତେ ପରିମାଣର ବ୍ରାଉନ ସୁଗାର କେଉଁଠୁ ଆଣିଲେ, କାହାକୁ ଦେଇଥାନ୍ତେ ଓ ଏହାର ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି ସେନେଇ ଏସଟିଏଫ୍ ଖୋଳତାଡ଼ କରୁଛି। ଜଳେଶ୍ୱରର ସେକ ସମିରୁଦ୍ଦିନ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଏହି ବ୍ରାଉନସୁଗାର ଆଣି ଅଭିଯୁକ୍ତମାନେ ରାଜଧାନୀ ବିଭିନ୍ନ ସ୍ଥାନରେ ବିକ୍ରି କରୁଥିବା ତଦନ୍ତରୁ ଜଣାପଡ଼ିଛି।

ରାଜଧାନୀର ସମ୍ବେଦନଶୀଳ ଅଞ୍ଚଳରେ ଧଳାଜହର କାରବାର ହେବା ଏବେ ସାଧାରଣରେ ଉଦବେଗର ବିଷୟ ହୋଇଛି।୨୦୨୦ରୁ କ୍ରାଇମବ୍ରାଞ୍ଚ ଏସଟିଏଫ୍ ସ୍ପେଶାଲ ଡ୍ରାଇଭ୍ କରି ୫୪ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବ୍ରାଉନ ସୁଗାର ଜବତ କଲାଣି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଜନ ଆନ୍ଦୋଳନର ୩୭ ବର୍ଷ ପୁର୍ତ୍ତି ଉତ୍ସବ ଉପଲକ୍ଷେ ବନ୍ଦର ବିରୋଧୀ ସମାବେଶ

Thu Jun 9 , 2022
ପ୍ରଶାନ୍ତ କୁମାର ଦାସ(ବାଲିଆପାଳ): ବାଲିଆପାଳରେ ଘାଟୀ ଆନ୍ଦୋଳନର ୩୭ ବର୍ଷ ପୂର୍ତ୍ତି ଉତ୍ସବ ଉପଲକ୍ଷେ ଆଜି ବେତଗଡିଆ ପଞ୍ଚାୟତର ନହରାଛକ ଠାରେ ଉପକୂଳ ଭିଟାମାଟି ସୁରକ୍ଷା କମିଟି ତରଫରୁ ଏକ ଉତ୍ସବ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଅଛି। ସୂଚନାରୁ ପ୍ରକାଶ ୩୭ ବର୍ଷ ପୂର୍ବେ ଦକ୍ଷିଣ ବାଲିଆପାଳର ଉପକୂଳବର୍ତ୍ତୀ ଅଞ୍ଚଳରେ ଏକ କ୍ଷେପଣାସ୍ତ୍ର ଘାଟୀ ହେବାର ଯୋଜନା କରି ସେତେବେଳର କେନ୍ଦ୍ର ଓ ରାଜ୍ୟ ସରକାର ଉପକୂଳବର୍ତ୍ତୀ ଅଞ୍ଚଳରୁ […]

You May Like

Pin It on Pinterest