ଏଣିକି ଏୟାରପୋର୍ଟ ରେ ମିଳିବ ମହାପ୍ରସାଦ…

ପ୍ରମୋଦ ନାୟକ(ଭୁବନେଶ୍ୱର) : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ମହାପ୍ରସାଦ ବିକ୍ରି କରିବାକୁ ବିମାନ ବନ୍ଦର କର୍ତ୍ତୁପକ୍ଷ ଯୋଜନା କରୁଛନ୍ତି । ରାଜ୍ୟ ବାହାରୁ ଏବଂ ବିଭିନ୍ନ ଦେଶରୁ ଆସୁଥିବା ଯାତ୍ରୀ ଏବଂ ଏଠାରୁ ଯାଉଥିବା ଯାତ୍ରୀ ଯେପରି ସୁବିଧାରେ ଜଗନ୍ନାଥ ଙ୍କ ମହାପ୍ରସାଦ ପାଇବେ ସେ ନେଇ ବ୍ୟବସ୍ଥା କରିବାକୁ ବିମାନ ବନ୍ଦର କର୍ତ୍ତୁପକ୍ଷ କହିଥିଲେ ।

ନିକଟରେ ବସିଥିବା ବିମାନ ବନ୍ଦରର ଉପଦେଷ୍ଟା କମିଟି ବୈଠକରେ ସଦସ୍ୟମାନେ ମହାପ୍ରଭୁଙ୍କ ପ୍ରସାଦ ଯେପରି ପୁରୀ ଯାଉ ନ ଥିବା ରାଜ୍ୟ ବାହାରର ଯାତ୍ରୀଙ୍କ ପାଇଁ ଉପଲବ୍ଧ ହେବ ସେ ନେଇ ବ୍ୟବସ୍ଥା କରିବାକୁ କହିଥିଲେ ।ବିମାନବନ୍ଦର କର୍ତ୍ତୃପକ୍ଷ ଟର୍ମିନାଲ ପରିସରକୁ ନିଲାମ ନେଇଥିବା ସଂସ୍ଥା ସହ ଏନେଇ ଆଲୋଚନା କରିଛନ୍ତି।

ତେବେ ମହାପ୍ରସାଦରେ ଶୁଖିଲା ଭୋଗକୁ ଅଗ୍ରାଧିକାର ଭିତ୍ତିରେ ସାମିଲ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଟର୍ମିନାଲ ଭିତରେ ଏଥିପାଇଁ ସ୍ୱତନ୍ତ୍ର ଡିଜାଇନ୍ଆଉଟଲେଟ୍ କରାଯିବ। ଯେଉଁଠି ପର୍ଯ୍ୟଟକଙ୍କ ପାଇଁ ଶୁଖିଲା ମହାପ୍ରସାଦ ଭୋଗକୁ ଆକର୍ଷଣୀୟ ଡିଜାଇନରେ ପ୍ୟାକିଂ କରି ଉପହାର ପାଇଁ ସଜାଯିବ। କାର ପାର୍କିଂ ଅଞ୍ଚଳରେ ବି ସ୍ୱତନ୍ତ୍ର ଫୁଡ କୋର୍ଟ କରାଯିବ। ଯେଉଁଠି ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ମିଳିବ। କେବଳ ସେତିକି ନୁହେଁ ରାଜ୍ୟ ପର୍ଯ୍ୟଟନ ବିଭାଗ ବିମାନବନ୍ଦର ସୌନ୍ଦର୍ଯ୍ୟ କରଣ ଉପରେ ଗୁରୁତ୍ୱାରୋପ କରିଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କଟକରେ କ୍ରିକେଟ୍ ପ୍ରଶଂସକଙ୍କ ଉତ୍ସାହ,ଟିମ୍ ଇଣ୍ଡିଆର ଅଭ୍ୟାସ ମ୍ୟାଚରେ ମଧ୍ୟ ଷ୍ଟାଡିୟମ୍ ପ୍ୟାକ୍...

Sun Jun 12 , 2022
ସଞ୍ଜୟ ଶତପଥୀ(କଟକ): ତିନି ବର୍ଷ ପରେ କଟକସ୍ଥିତ ବାରବାଟୀ ଷ୍ଟାଡିୟମରେ ଏକ ଆନ୍ତର୍ଜାତୀୟ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ ସୁପର ରବିବାର ଦିନ ହେବାକୁ ଥିବା ମ୍ୟାଚ୍ ପାଇଁ ସମସ୍ତ ଟିକେଟ୍ ବିକ୍ରି ଠିକ୍ ଥିଲା, କିନ୍ତୁ ଆଶ୍ଚର୍ଯ୍ୟଜନକ କଥା ହେଲା ଟିମ୍ ଇଣ୍ଡିଆର ଅଭ୍ୟାସ ମ୍ୟାଚ ଦେଖିବାକୁ ଷ୍ଟାଡିୟମ୍ ପ୍ୟାକ୍ ହୋଇଥିଲା। କଟକ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ କ୍ରିକେଟ୍ ପାଇଁ ଏପରି କ୍ରେଜ୍ ନାହିଁ, […]

You May Like

Pin It on Pinterest