ପୁଣି ଡେଙ୍ଗୁର କୋକୁଆ ଭୟ,ଗଭିର ନିଦରେ ବିଏମ୍ ସି ଜଣେ ଡେଙ୍ଗୁ ଆକ୍ରାନ୍ତଙ୍କ ମୃତ୍ୟୁ….

ପ୍ରମୋଦ ନାୟକ(ଭୁବନେଶ୍ୱର): ଉତ୍ତର ଭୁବନେଶ୍ୱର ଅଞ୍ଚଳରେ ଆତଙ୍କ ଖେଳାଇଛି ଡେଙ୍ଗୁ । ଡେଙ୍ଗୁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ ବ୍ୟକ୍ତି ଜଣକ ଡମଣା ଗ୍ରାମର ହୃଦାନନ୍ଦ ବାରିକ୍‌(୬୫) । ହୃଦାନନ୍ଦଙ୍କ ପୁଅଙ୍କ କହିବା ଅନୁଯାଇ ତାଙ୍କ ବାପା ଗତ ଶନିବାର ଠାରୁ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ ।ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି ।

ସୂଚନା ଅନୁଯାୟୀ ଡମଣା, ହାଉସିଂବୋର୍ଡ କଲୋନୀ, ପ୍ରାଚିବିହାର, ନିଳାଦ୍ରୀବିହାର, ଶୈଳଶ୍ରୀବିହାର ଆଦି ଅଞ୍ଚଳରେ ଡେଙ୍ଗୁ ଜ୍ୱର ଯୋଗୁ ଶତାଧିକ ଲୋକ ଗୁରୁତର ହୋଇ ହସପିଟାଲରେ ଭର୍ତ୍ତି ହେଉଥିବା ବେଳେ ବିଏମସି ପାଖରେ ଏନେଇ ସ୍ପଷ୍ଟ ସୂଚନା ରହୁନାହିଁ । ଲୋକ ଦେଖାଣିଆ ଭାବେ ବିଏମ୍‌ସି ଅଧିକାରୀମାନେ କର୍ପୋରେଟରମାନଙ୍କ ସହାୟତାରେ ସେମାନଙ୍କ ଅଞ୍ଚଳରେ କେବଳ ମଶାମରା ଧୁଆଁ ଛାଡ଼ି ନିଜର କର୍ତ୍ତବ୍ୟ ଶେଷ କରୁଥିବା ଅଭିଯୋଗ ହେଉଛି ।

ଫଳରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ।ଏହି ରୋଗରେ ଗତ ୯ ତାରିଖରେ ପ୍ରାଚିବିହାର ପ୍ଲଟ ନଂ ୫୮ ରେ ରହୁଥିବା ଆଡିସିନାଲ ଡିସିପି ସୁଦର୍ଶନ ସେଠୀଙ୍କର ମୃତ୍ୟୁ ହୋଇଥିଲା । ସରକାରୀ ଭାବେ ସହରରୁ ଚିହ୍ନଟ ରୋଗୀଙ୍କ ସଂଖ୍ୟା ୧୦ରୁ କମ୍ ରହୁଥିବା ବେଳେ ବେସରକାରୀ ସଂଖ୍ୟା ୧୦୦ ଡେଇଁଥିବା କୁହାଯାଉଛି । ବିଶେଷକରି ବସ୍ତି ଅଞ୍ଚଳରେ ସଂଖ୍ୟାଧିକ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି । ଡେଙ୍ଗୁରେ ଆକ୍ରାନ୍ତ ହୋଇ ଚିକିତ୍ସିତ ଅବସ୍ଥାରେ ଏକାଧିକ ସଂକ୍ରମିତ ମୃତ୍ୟୁ ବରଣ କରିବା ପରେ ସାଧାରଣ ଲୋକଙ୍କ ମନରେ ଛନକା ପଶିବା ଆରମ୍ଭ ହେଲାଣି ।

ଅନ୍ୟପକ୍ଷରେ ଡେଙ୍ଗୁର ମୁକାବିଲା ପାଇଁ ବିଏମ୍‌ସି ସଚେତନ ଅଛି ଓ ବିଭିନ୍ନ କାର୍ଯ୍ୟ କରାଯାଉଛି ବୋଲି ମେୟର ସୁଲୋଚନା ଦାସ ଆଶ୍ୱାସନା ଦେଇଛନ୍ତି । ସ୍ଥାନୀୟ ବାସିନ୍ଦାଙ୍କ କହିବାନୁସାରେ ଆଗକୁ ବର୍ଷା ଦିନ ଆସୁଥିଲେ ମଧ୍ୟ ବିଏମ୍‌ସି ନିଦାବିଷ୍ଣୁ ପାଲଟିିଛି । ଉତ୍ତର ଜୋନ୍ ଡେପୁଟି କମିସନର୍ ପୁରନ୍ଦର ନନ୍ଦ ସ୍ଥାନୀୟ ବାସିନ୍ଦାଙ୍କ ସମସ୍ୟାକୁ କର୍ଣ୍ଣପାତ କରୁନଥିବା ବାରମ୍ବାର ଅଭିଯୋଗ ହେଉଛି । ବିଏମ୍‌ସିର ସିଟି ହେଲ୍‌ଥ ଅଫିସରଙ୍କ ସୂଚନା ଅନୁଯାୟୀ ସଂକ୍ରମିତ ହେଉଥିବା ବା ଲକ୍ଷଣ ଥିବା ଅଧିକାଂଶ ବ୍ୟକ୍ତି ଘରୋଇ ହସ୍ପିଟାଲରେ ପରୀକ୍ଷା କରୁ ଥିବାରୁ ବିଏମ୍‌ସି ପାଖରେ ସଠିକ୍ ତଥ୍ୟ ମିଳି ପାରୁନାହିଁ ।

ଅନ୍ୟପଟେ ଘରୋଇ ହସ୍ପିଟାଲ ଗୁଡିକରେ ଠିକ୍ ଭାବେ ପରୀକ୍ଷା କରା ନ ଯାଇ କେବଳ କାର୍ଡ ଟେଷ୍ଟ କରାଯାଉଥିବା ଅଭିଯୋଗ ହେଉଛି । ଫଳରେ ଅନେକ ସମୟରେ ସଠିକ୍ ରିପୋର୍ଟ ମଧ୍ୟ ମିଳୁନାହିଁ । ସରକାରଙ୍କ ଦ୍ୱାରା କ୍ୟାପିଟାଲ ହସ୍ପିଟାଲ ଏବଂ ଆରଏମ୍‌ଆରସି ଠାରେ ଡେଙ୍ଗୁ ଟେଷ୍ଟ ପାଇଁ ବ୍ୟବସ୍ଥା କରାଯାଇଛି । ଏଠାରେ ଟେଷ୍ଟ କରାଇବା ଦ୍ୱାରା ସଠିକ୍ ରିପୋର୍ଟ ମିଳିଥାଏ । ଡେଙ୍ଗୁର ସ୍ଥିତି ନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି, ବର୍ତ୍ତମାନ ହସ୍ପିଟାଲରେ ୪ ଜଣ ଡେଙ୍ଗୁରୋଗୀ ଅଛନ୍ତି । ପ୍ରତିଦିନ କିଛି କିଛି ଟେଷ୍ଟ କରାଯାଉଛି । ତେବେ ସ୍ଥିତି ଭଲ ଅଛି । ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଡେଙ୍ଗୁ ପାଇଁ ପ୍ରସ୍ତୁତ ରହିଛି ।

ଡେଙ୍ଗୁ ରୋଗୀଙ୍କ ପାଇଁ ୱାର୍ଡ ରହିଛି ।ଅଧିକ ରୋଗୀ ଆସିଲେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ୱାର୍ଡ କରାଯିବ । ପ୍ରତ୍ୟେକଙ୍କୁ ମଶାରୀ ଦିଆଯିବ । ଟେଷ୍ଟ ପାଇଁ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ରହିଛି। ବିଏମସି ସୂଚନା ମୁତାବକ ଏବେ ବର୍ଷା ଋତୁ ଆସିଥିବାରୁ ଡେଙ୍ଗୁ ରୋଗ ହେବ । ଯେଉଁ ଘରୁ ସଂକ୍ରମିତ ଚିହ୍ନଟ ହୋଇଥାନ୍ତି ତାହାର ପାଖାପାଖ ୩୦ରୁ ୪୦ ଘର ପର୍ଯ୍ୟନ୍ତ ଆଣ୍ଟି ଲାର୍ଭା ପ୍ରକ୍ରିୟା କରାଯାଏ । ଘରେ ତଥା ଏହାର ଆଖପାଖ ଅଞ୍ଚଳରେ ଯେପରି ପାଣି ଜମି ନରହିବ ପ୍ରତି ୭ ଦିନରେ ଥରେ ସେଠାରେ ସଫା କରିବା ଆଦି ବିଭିନ୍ନ ସଂକ୍ରାନ୍ତରେ ବିଏମ୍‌ସିର ସ୍ୱତନ୍ତ୍ର ଟିମ୍ ଲୋକଙ୍କୁ ସଚେତନ କରାଯିବା ନେଇ ବନ୍ଦୋବସ୍ତ କରାଯାଉଛି ।

ସେହିପରି ମଶାତେଲ (କେମେଫୋସ୍‌) ସିଞ୍ଚନ କରାଯିବାର ବନ୍ଦୋବସ୍ତ କରାଯାଇଛି । ଲୋକମାନଙ୍କୁ ସଚେତନ କରିବା ସହିତ ଟାୟାର, ପଇଡ ଖୋଳ ଆଦି ଯେପରି ରାସ୍ତା କଡରେ ପଡି ନରହେ ଏବଂ ସେଥିରେ ଯେପରି ପାଣି ଜମି ନ ରହେ ସେଥିପ୍ରତି ଦୃଷ୍ଟି ଦିଆଯାଉଛି । ଏହାସହିତ ମଶାଧୁଆଁ, ସଫେଇ କାର୍ଯ୍ୟ ଜାରି ରହିଥିବା ବିଏମସି ପକ୍ଷରୁ କୁହାଯାଉଛି । କେବକ ସଚେତନତା ବାର୍ତ୍ତା ଦେଇ ମଶା ଧୂଆଁ ଦେବା ସହ ଡେଙ୍ଗୁ ମଶା କିପରି ନ ବ୍ୟାପେ ସେଥିପାଇଁ ବିଶେଷ ଦୃଷ୍ଟି ଦେଇ ସମଗ୍ର ଅଞ୍ଚଳରେ କିପରି ପାଣି ନଜମେ ସେଥିପାଇଁ ପଦକ୍ଷେପ ନେବା ଆବଶ୍ୟକ।ବିଏମସି ଡେଙ୍ଗୁ କୁ ନେଇ କେତେ ସଜାଗ ସମୟ କହିବି । ହେଲେ ସାଧାରଣ ଲୋକେ ଭୟଭୀତ ନହୋଇ ନିଜେ ସଚେତନ ହେବା ଜରୁରୀ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଅତାବିରା ଏନଏସିରେ ଫେଲ୍ ମାରିଛି ଆଲୋକି କରଣ ବ୍ୟବସ୍ଥା ଅନ୍ଧାରରେ କାଣ୍ଡପାଳି...

Wed Jun 15 , 2022
ନବୀନ ଦାଶ(ବରଗଡ଼): ୧୫/୦୬-ବରଗଡ଼ ଜିଲ୍ଲା ଅତାବିରା ଏନ୍ଏସି ରେ ସରକାରଙ୍କ ଆଲୋକୀ କରଣ ବ୍ୟବସ୍ଥା ଫେଲ ମାରିଥିବା ବେଳେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇ ଲୋକେ ଅନ୍ଧାରରେ ଦିନ କାଟୁଛନ୍ତି। ଅତାବିରା ଏନ୍ଏସି ଦୀର୍ଘ ୯ବର୍ଷ ରୁ ଉର୍ଦ୍ଧ୍ବ ହେବ ୧୨ଟି ୱାର୍ଡ କୁ ନେଇ ଗଠିତ ହୋଇ କୋଟି କୋଟି ଟଙ୍କା ବ୍ୟୟ ବରାଦ ରେ ଅଞ୍ଚଳ ବାସୀ ଙ୍କ ପାଇଁ ଖର୍ଚ୍ଚ ହେଇ ଆସୁଥିଲେ […]

You May Like

Pin It on Pinterest