
ମହାରାଷ୍ଟ୍ରର ଅହମ୍ମଦନଗର ଜିଲ୍ଲାର ରାଲେଗାନର ଏକ ଛୋଟ ଗାଁରେ ଜନ୍ମଗ୍ରହଣ କରିଥିବା ଗଞ୍ଜାମ ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ତଥା ବର୍ତମାନର ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ | ତାଙ୍କ ପିତା ଜଣେ ଟେଲର ଭାବରେ କାର୍ଯ୍ୟ କରୁଥିବା ବେଳେ ମାଆ ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିଲେ | ତାଙ୍କ ମାତାପିତା ପରିବାରର ଆବଶ୍ୟକତା ପୂରଣ କରିବାକୁ ଦିନସାରା ପରିଶ୍ରମ କରୁଥିବାର କୁଲାଙ୍ଗେ ଛୋଟବେଳୁ ଦେଖିଥିଲେ |
ଦିନକୁ ପ୍ରାୟ ୨୦୦ ଟଙ୍କା ରୋଜଗାର କରୁଥିବାବେଳେ ତାଙ୍କ ମାତାପିତା ଦିନକୁ ଦୁଇ ବେଳା ଭୋଜନ ଯୋଗାଇବା ପାଇଁ ଚିନ୍ତିତ ଥିଲେ | ଟଙ୍କାର ସର୍ବଦା ଅଭାବ ଥିଲା |

ଏକ ସାମ୍ବାଦ ପତ୍ରର ସାକ୍ଷାତକାରରେ ବିଜୟ ଅମୃତ କହିଥିଲେ”ମୋ ବାପା ଜଣେ ଟେଲର ମାଷ୍ଟର ହୋଇଥିବାବେଳେ ମା’ଦିନ ମଜୁରିଆ ଥିଲେ | ସେ ଅନ୍ୟ ଲୋକଙ୍କ ଚାଷ ଜମିରେ କାମ କରିବାକୁ ଯାଉଥିଲେ ଏବଂ ମୋ ବାପା କେବଳ ସେହି ଗାଁରେ ପୋଷାକ ସିଲେଇ କରୁଥିଲେ | କିନ୍ତୁ ମୋର ପିତାମାତା ସର୍ବଦା ମୋ ଶିକ୍ଷା ପ୍ରତି ଉପଯୁକ୍ତ ଧ୍ୟାନ ଦେଉଥିଲେ ବୋଲି କୁଲାଙ୍ଗେ କହିଛନ୍ତି।”
ସେ ଆହୁରି ମଧ୍ୟ କହିଛନ୍ତି, “ସେମାନେ ମୋର ଶିକ୍ଷା ନିମନ୍ତେ ସମସ୍ତ ଆବଶ୍ୟକତା ପୂରଣ କରିଥିଲେ। ମୁଁ କେବେ ପୁସ୍ତକ କିମ୍ବା ଅନ୍ୟାନ୍ୟ ଶିକ୍ଷାଗତ ସାମଗ୍ରୀର ଅଭାବ ଅନୁଭବ କରି ନାହିଁ।”
ନିଜ ଜୀବନ ସହିତ ବିଶେଷ କିଛି କରିବାକୁ ଚାହୁଁଥିବା ବିଜୟ କୁଲାଙ୍ଗେ ଅହମ୍ମଦନଗର ଆବାସିକ ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ଷ୍ଟ୍ରିମରେ ନାମ ଲେଖାଇଥିଲେ। ଉଚ୍ଚ ବିଦ୍ୟାଳୟ (ଶ୍ରେଣୀ ୧୨) ଶେଷ କରିବା ପରେ କୁଲାଙ୍ଗେଙ୍କ ମେଡିକାଲ୍ ପଢିବାକୁ ଇଚ୍ଛାଥିଲା | କିନ୍ତୁ ଭଲ ଗ୍ରେଡ୍ ରହିବା ସହ ପରୀକ୍ଷା ରେ ଉତୀର୍ଣ୍ଣ ହେବା ସତ୍ତ୍ୱେ ପରିବାରର ଆର୍ଥିକ ପ୍ରତିବନ୍ଧକ ଯୋଗୁଁ ସେ MBBSରେ ନାମ ଲେଖାଇ ପାରିଲେ ନାହିଁ |

ତା’ପରେ ତାଙ୍କ ମା ତାଙ୍କୁ ଚାକିରି କରି, ଆତ୍ମନିର୍ଭରଶୀଳ ହୋଇ ତା’ପରେ କ୍ୟାରିୟର ଆଗକୁ ବଢିବାକୁ ପରାମର୍ଶ ଦେଇଥିଲେ।
ଏହା ପରେ, ମୁଁ ଡିପ୍ଲୋମା ଇନ୍ ଏଜୁକେସନ୍ (D.Ed) ପାଠ୍ୟକ୍ରମରେ ପଢିବା ସହ ଏକ ପ୍ରାଥମିକ ଶିକ୍ଷକ ଭାବରେ କାର୍ଯ୍ୟ କରିବା ଆରମ୍ଭ କଲି | କିନ୍ତୁ ମୁଁ ସବୁବେଳେ ଅନୁଭବ କରୁଥିଲି ମୋ ଜୀବନରେ କିଛି ଅଭାବ ଅଛି | ତେଣୁ ପୁଣେ ବିଶ୍ୱବିଦ୍ୟାଳୟରୁ ଡିପ୍ଲୋମା ପାଇବା ପରେ ମୁଁ ସିଭିଲ୍ ସର୍ଭିସ୍ ପାଇଁ ପ୍ରସ୍ତୁତି ଆରମ୍ଭ କଲି ।
ପରେ, ସେ ମହାରାଷ୍ଟ୍ରର ସିଭିଲ ସର୍ଭିସ ପାଇଁ ଆବେଦନ କରିଥିଲେ ଏବଂ ତାଙ୍କର ପ୍ରଥମ ଦୁଇଟି ପ୍ରୟାସରେ ବିଫଳ ହୋଇଥିବାବେଳେ ତାଙ୍କ ପିତା ହିଁ ତାଙ୍କୁ ହାର ନ ମାନିବାକୁ ପ୍ରେରିତ କରିଥିଲେ।
ତାଙ୍କ ପିତା ତାଙ୍କୁ ପରାମର୍ଶ ଦେଇଥିଲେ ଯେ ଯଦିଓ ସେ ସଫଳ ନ ହୁଅନ୍ତି, ତଥାପି ସେ ପାଇଥିବା ଅଭିଜ୍ଞତା ତାଙ୍କ ଶିକ୍ଷକ ବୃତ୍ତିରେ ପ୍ରୟୋଗ ହୋଇପାରିବ ଏବଂ ତାଙ୍କ ଛାତ୍ରମାନଙ୍କ ସହ ବାଣ୍ଟିହେବ |
ଶେଷରେ ତାଙ୍କର ତୃତୀୟ ପ୍ରୟାସରେ ସେ ମହାରାଷ୍ଟ୍ରର ସିଭିଲ୍ ସର୍ଭିସ୍ କୁ ଉତୀର୍ଣ୍ଣ ହୋଇ ସେଲସ ଟାକ୍ସ ଇନ୍ସପେକ୍ଟର ଭାବରେ ମନୋନୀତ ହୋଇଥିଲେ | ସେ ତାଙ୍କର ଚତୁର୍ଥ ପ୍ରୟାସରେ ତହସିଲଦାର ଭାବରେ ଯୋଗ ଦେଇଥିଲେ |
କୁଲାଙ୍ଗେ ମହାରାଷ୍ଟ୍ରର ସିଭିଲ୍ ସର୍ଭିସ୍ ଉତୀର୍ଣ୍ଣ ହୋଇଥେଲେ ମଧ୍ୟ ନିଜ ପ୍ରୟାସ ଜାରି ରଖିଥିଲେ | ସେ ପଞ୍ଚମ ପ୍ରୟାସରେ ମହାରାଷ୍ଟ୍ର ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଶୀର୍ଷରେ ରହି ସମଗ୍ର ରାଜ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ।

କୁଲାଙ୍ଗେ ଯେତେବେଳେ ତହସିଲଦାର ଥିଲେ ସେତେବେଳେ ତାଙ୍କ କଲେକ୍ଟର, ସଞ୍ଜୀବ କୁମାର ନାମକ ଜଣେ ଆଇଏଏସ୍ ଅଧିକାରୀ ପରାମର୍ଶ ଦେଇଥିଲେ ଯେ ସେ ୟୁନିଅନ ସିଭିଲ୍ ସର୍ଭିସ୍ ପାଇଁ ଚେଷ୍ଟା କରନ୍ତୁ ଏବଂ ଜଣେ ଆଇଏସ୍ ଅଧିକାରୀ ହୁଅନ୍ତୁ।
କୁଲାଙ୍ଗେ କହିଛନ୍ତି ଯେ, ପ୍ରସ୍ତୁତି ପାଇଁ ବେଶି ସମୟ ପାଇ ନଥିବା ସତ୍ୱେ ମୁଁ UPSC ପରୀକ୍ଷା ଦେଇଥିଲି ଏବଂ ୧୭୬ ସ୍କୋର ରେ ଉତୀର୍ଣ୍ଣ ହୋଇଥିଲି । ପରେ ତାଙ୍କୁ ଓଡିଶା କ୍ୟାଡରରେ ନିଯୁକ୍ତ କରାଯାଇଥିଲା।ସତରେ ଇଚ୍ଛାଶକ୍ତି ହିଁ ଆଗକୁ ଯିବାରେ ପ୍ରଥମ ସହାୟକ ଯାହା ବିଜୟ ଅମୃତ ପ୍ରମାଣ କରିଛନ୍ତି ।