ଦ୍ବାରକା ହୋଟେଲରେ ବିଜେଡିର ରୁଦ୍ଧଦ୍ବାର ବୈଠକ ମେୟରଙ୍କୁ ନେଇ ଦାନା ବାନ୍ଧୁଛି କି ଅସନ୍ତୋଷ ?

ସଞ୍ଜୟ ଶତପଥୀ(କଟକ): କଟକର ଦ୍ବାରକା ହୋଟେଲରେ,କଟକ ବିଜେଡିର ଗତକାଲି ରୁଦ୍ଧଦ୍ବାର ବୈଠକକୁ ନେଇ ମୁଣ୍ଡ ଟେକିଛି ନାନା କଳ୍ପନା ଜଳ୍ପନା ।ମହାନଗର ନିଗମକୁ ବିଜେଡି ନିରଙ୍କୁଶ ଭାବେ ଦଖଲ କରିଛି ବିଜେଡି । ମେୟର ଓ ଦଳର କର୍ପୋରେଟର୍‌ଙ୍କ ମଧ୍ୟରେ ସଂପର୍କରେ ଫାଟ ସୃଷ୍ଟି ହୋଇନାହିଁ ତ ? ଯେଉଁ କାମ ଯେଉଁ ଭଳି ଢଙ୍ଗରେ ହେବା କଥା, ତାହା ଠିକ ଚାଲିଛିଟ ? ମେୟରଙ୍କୁ ନେଇ ଦାନା ବାନ୍ଧୁଛି କି ଅସନ୍ତୋଷ ?

କଟକ ପୌର ନିଗମର ସମସ୍ତ ବିଜେଡି କର୍ପୋରେଟର, ବିଜେଡିର ସହଯୋଗୀ କର୍ପୋରେଟର, ଡେପୁଟି ମେୟର ଓ ମେୟର ସମସ୍ତେ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ, କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ, ନଗର ବିଜେଡି ସଭାପତି ମଧୁସୂଦନ ସାହୁ, ବିଧାୟକ ଚନ୍ଦ୍ରସାରଥି ବେହେରା, ପୂର୍ବତନ ବିଧାୟକ ପ୍ରଭାତରଂଜନ ବିଶ୍ବାଳ ପ୍ରମୁଖ ବି ଉପସ୍ଥିତ ଥିଲେ। ପ୍ରଥମଥର ପାଇଁ ସିଧାସଳଖ ମେୟର ନିର୍ବାଚନ ପରେ ଯେଉଁପ୍ରକାର ସ୍ଥିତି ସୃଷ୍ଟି ହୋଇଛି, ସେଥିରେ ଦଳର କର୍ପୋରେଟରମାନେ ଯେ ଖୁସି ନାହାନ୍ତି ବରଂ ଅସନ୍ତୋଷରେ କୁହୁଳୁଛନ୍ତି, ତାହା ବୈଠକରେ ଅନୁଭବ ହୋଇଥିଲା।

ମେୟର ସୁବାସ ସିଂହ ନିଜ ଢଙ୍ଗରେ ବିଭିନ୍ନ ୱାର୍ଡକୁ ଯାଉଛନ୍ତି। କାମ ଅନୁଧ୍ୟାନ ସହ ସ୍ଥିତି ପରଖୁଛନ୍ତି। କିନ୍ତୁ କର୍ପୋରେଟର କିମ୍ବା ଅଞ୍ଚଳର ଦଳୀୟ କର୍ମୀଙ୍କ ସହିତ ତାଙ୍କର ସମନ୍ବୟ କି ସଂପର୍କ ରହୁନାହିଁ। ଆଉ ଦୁଇ ବର୍ଷରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏଥିରେ ଦଳ କିଭଳି ସୁଦୃଢ ହେବ ବୋଲି କର୍ପୋରେଟର ମାନେ ପ୍ରଶ୍ନ ଉଠାଇଥିବା ଜଣାପଡ଼ିଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କଂଗ୍ରେସକୁ ବାଏବାଏ କହିବେ କି ଚିରଞ୍ଜୀବ୍ ଓ ରଂଜୀବ ବିଶ୍ୱାଳ...?

Wed Jun 29 , 2022
ପ୍ରମୋଦ ନାୟକ(ଭୁବନେଶ୍ୱର): ରାଜ୍ୟ କଂଗ୍ରେସକୁ ଲାଗିବକି ଝଟ୍‌କା ? ଗୋଟିଏ ପଟେ ଦଳ ସଜାଡିବାକୁ ଉଦ୍ୟମ ଜାରି ରହିଥିବା ବେଳେ ଆଉ ଗୋଟିଏ ପଟେ ଦଳ ର ତୁଙ୍ଗ ନେତା ଛାଡିବେ କି ଦଳ ? । ଦଳର ବରିଷ୍ଠ ନେତା ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ଓ ତାଙ୍କ ଭାଇ ତଥା ପୂର୍ବତନ ସାଂସଦ ରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡିବା ନେଇ ଚର୍ଚ୍ଚା ଏବେ ଜୋର ଧରିଛି।ଏହି ଦୁଇ […]

You May Like

Pin It on Pinterest