
ଦେବକାନ୍ତ ମହାନ୍ତି(ଚାନ୍ଦବାଲି):ଚାନ୍ଦବାଲି ବ୍ଲକ ମାଣିପୁର ନୂଆସାହି ନିକଟରେ ଜଣେ ବୃଦ୍ଧ ବ୍ୟକ୍ତି ବାଇକରେ ଯାଉଥିବା ସମୟରେ ବାଇକରୁ ଖସି ପଡ଼ିଥିଲେ ।ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।ମୃତ ବ୍ଯକ୍ତି ହେଉଛନ୍ତି ସ୍ଥାନୀୟ ବଜରାପୁର ଗ୍ରାମର ରାମଚନ୍ଦ୍ର ସାହୁ ବୋଲି ଜଣାପଡିଛି ।ମୃତକଙ୍କୁ ଉଦ୍ଧାର କରି ପରିବାରଲୋକେ ଘଣ୍ଟେଶ୍ୱର ଫାଣ୍ଡିରେ ଅଭିଯୋଗ କରିଛନ୍ତି ।ପରେ ଘଣ୍ଟେଶ୍ୱର ଫାଣ୍ଡି ପକ୍ଷରୁ ଏକ ଅପମୃତୁ ମାମଲା ରୁଜୁ କରି ସବ ବ୍ୟବଚ୍ଛେଦ ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଯାଇଛି ।
