ଆଜି ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ମାଆ ତାରାତାରିଣୀଙ୍କ ଦର୍ଶନ ପରେ ଗଲେ ଆଇନର…

ବ୍ରହ୍ମପୁର(ବାସ୍ତବବ୍ୟୁରୋ): ଆଜି ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ପ୍ରଥମେ ତାରାତାରିଣୀ ପୀଠରେ ମାଆଙ୍କୁ ଦର୍ଶନ ଏବଂ ପୂଜାର୍ଚ୍ଚନା କରିବା ପରେ, ବ୍ରହ୍ମପୁରଠାରେ ଆଇଜର୍ ସ୍ଥାୟୀ କ୍ୟାମ୍ପସ୍ ରେ ଛାତ୍ରାବାସ ଉଦଘାଟନ କରିଥିଲେ । ଦଳୀୟ କର୍ମକର୍ତ୍ତାଙ୍କ ସମାବେଶରେ ଯୋଗ ଦେଇ ମୋଦି ସରକାରଙ୍କ ବିକାଶ ମୂଳକ ବାର୍ତ୍ତାକୁ ଓଡିଶାରେ ପହଞ୍ଚାଇବାକୁ ଆହ୍ବାନ ଦେଇଥିଲେ ।

କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ମାଆ ତାରାତାରିଣୀଙ୍କ ପୀଠରେ ପହଞ୍ଚିବା ପରେ ଦଳୀୟ କର୍ମୀ ଏବଂ ସମର୍ଥକମାନେ ପୁଷ୍ପ ଗୁଚ୍ଛ, ଉପଢୌକନ ପ୍ରଦାନ କରି ସ୍ବାଗତ କରିଥିଲେ। ମାଆ ତାରାତାରିଣୀଙ୍କ ପୂଜାର୍ଚ୍ଚନା କରି ଆଶିଷ ଲାଭ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହା ପରେ ଆଇଜର୍ ସ୍ଥାୟୀ କ୍ୟାମ୍ପସ୍ ରେ ପହଞ୍ଚି ପ୍ରଥମ ଛାତ୍ରାବାସକୁ ଉଦଘାଟନ କରିଥିଲେ କେନ୍ଦ୍ରମନ୍ତ୍ରୀ। ୨୦୧୯ ସେପ୍ଟେମ୍ବରରେ ଛାତ୍ରାବାସର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ୪୯କୋଟି ୮୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଏହି ଛାତ୍ରାବାସ କାମ ତିନି ବର୍ଷ ମଧ୍ୟରେ ସରିଥିବାରୁ ଛାତ୍ରଛାତ୍ରୀ ମାନେ ଖୁସି ଜାହିର କରିଛନ୍ତି । ଚଳିତ ବର୍ଷ ଶେଷ ସୁଦ୍ଧା ଆଇଜର୍ ସ୍ଥାୟୀ କ୍ୟାମ୍ପସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିବା ଲକ୍ଷ୍ୟ ରଖିଥିବା ଧର୍ମେନ୍ଦ୍ର କହିଛନ୍ତି । ଆଇଜର୍ କ୍ୟାମ୍ପସ୍ ପରିସରରେ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ।

ଆଇଜର କ୍ୟାମ୍ପସ କାର୍ଯ୍ୟକ୍ରମ ପରେ ଗୋଳନ୍ଥରା ନିକଟ ଇଶାଣେଶ୍ବର ମନ୍ଦିର ନିକଟରେ ଆୟୋଜିତ କର୍ମକର୍ତ୍ତା ସମାବେଶରେ ଯୋଗ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହା କର୍ମକର୍ତ୍ତା ସମାବେଶ ନୁହେଁ ବରଂ ବନ୍ଧୁମିଳନ ବୋଲି କହିଥିଲେ ଧର୍ମେନ୍ଦ୍ର । କରୋନା ସମୟରେ ଭେଟଘାଟ ହୋଇନଥିଲା, ଆଜି ଭେଟ ହୋଇଥିବାରୁ ବହୁତ ଖୁସି ଲାଗୁଥିବା କହିଥିଲେ କେନ୍ଦ୍ରମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ଡ୍ରିମ ପ୍ରୋଜେକ୍ଟ କାଶୀକୁ ଯିବା ପାଇଁ ନିମନ୍ତ୍ରଣ କରିଥିଲେ । ଆଗାମୀ ୨୫ ବର୍ଷ, ଅମୃତ କାଳ ହେବ ବୋଲି ପ୍ରଧାନମନ୍ତ୍ରୀ ଲକ୍ଷ୍ୟ ରଖିଥିବା ଧର୍ମେନ୍ଦ୍ର କହିଛନ୍ତି ।

ଶ୍ରୀ ପ୍ରଧାନ କହିଥିଲେକି, ଓଡିଶାର ଜଣେ ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରି ରାଜ୍ୟର ସାଢେ ଚାରି କୋଟି ଲୋକଙ୍କୁ ପ୍ରଧାନମନ୍ତ୍ରୀ ସମ୍ମାନ ଜଣାଇଛନ୍ତି । ଓଡିଶା ସରକାର ଜମି ଯୋଗାଇ ଦେଲେ ବ୍ରହ୍ମପୁରରେ ବିମାନ ବନ୍ଦର ନିଶ୍ଚିତ ଭାବେ ପ୍ରତିଷ୍ଠା କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ମୋଦି ସରକାରଙ୍କ ବିକାଶ ମୂଳକ ବାର୍ତ୍ତାକୁ ଓଡିଶାର ଘରେ ଘରେ ପହଞ୍ଚାଇବାକୁ କର୍ମୀମାନଙ୍କୁ ଆହ୍ବାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ମାଆ ତାରାତାରିଣୀଙ୍କ ଦର୍ଶନ ଏବଂ ବନ୍ଧୁ ମିଳନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଖୁସି ଜାହିର କରିଥିଲେ । ଗଞ୍ଜାମ ଗସ୍ତ ସମୟରେ ଜିଲ୍ଲାରେ ବିକାଶମୂଳକ କାମ ପାଇଁ ପ୍ରତିଶ୍ରୁତି ଦେଇଥିଲେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସ୍କୁଟି-ବାଇକ୍-ଅଟୋରେ ଯାତାୟାତ ଗର୍ଭପାତର କାରଣ ହୋଇପାରେ: ବିଲେଇକୁ ଭଲ ପାଇବା ଏବଂ ପେଟେଇ ଶୋଇବା ମା ହେବାର ସୁଖ ଛଡ଼ାଇ ନେଇପାରେ...

Mon Jul 11 , 2022
ଏସ.ବାସ୍ତବ: ମାଆ ହେବା ଯେତିକି ସୁନ୍ଦର ଅନୁଭବ ସେତିକି କଷ୍ଟକର ଅନୁଭୂତି ମଧ୍ୟ | ଗର୍ଭାବସ୍ଥାରେ, ମହିଳାମାନେ ପ୍ରାୟତ t ନିଜ ବିଷୟରେ ସତର୍କ ରୁହନ୍ତି | କିନ୍ତୁ ଜାଣିଶୁଣି କିମ୍ବା ଅଜାଣତରେ, ସେ ଏପରି କିଛି କାର୍ଯ୍ୟ କରୁଛନ୍ତି ଯାହା ଗର୍ଭପାତର କାରଣ ହୋଇପାରେ | ପ୍ରଥମ ୩ ମାସରେ ଗର୍ଭାଶୟ ଦୁର୍ବଳ ଥାଏ ଭାରତର ଅଧିକାଂଶ ପରିବାରରେ ବାଇକ୍ ଅଛି | ଏପରି ପରିସ୍ଥିତିରେ ମହିଳାମାନେ ଗର୍ଭାବସ୍ଥାରେ […]

You May Like

Pin It on Pinterest