କଟକରେ କାୟା ବିସ୍ତାରିଛି କରୋନା,କଟକ ଜାତୀୟ ଆଇନ ବିଶ୍ବବିଦ୍ୟାଲୟରେ ୪୪ ଜଣ କରୋନା ସଂକ୍ରମିତ ଚିହ୍ନଟ…

ସଞ୍ଜୟ ଶତପଥୀ(କଟକ) ୧୩।୭:କଟକରେ କାୟା ବିସ୍ତାରିଛି କରୋନା ।କଟକ ମହାନଗର ନିଗମ ପକ୍ଷରୁ ମିଳିଥିବା ସୂଚନା ଅନୁଯାଇ,କଟକ ଜାତୀୟ ଆଇନ ବିଶ୍ବବିଦ୍ୟାଲୟରେ ୪୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବିଶ୍ବବିଦ୍ୟାଳୟର ୨୩୪ ଜଣ ଛାତ୍ରଛାତ୍ରୀଙ୍କର କୋଭିଡ୍ ଟେଷ୍ଟ ହୋଇଥିବା ବେଳେ,ସେହି ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ପୂର୍ବରୁ ୮ ଜଣ କଟକ ମହାନଗର ନିଗମ ଅଫିସର କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ।ଏହାପରେ ସିଏମ୍‌ସିରେ କୋଭିଡ୍ ନିୟମକୁ କଡାକଡି କରାଯାଇଛି । ମାସ୍କ ଏବଂ ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ କରାଯିବା ସହ ଆବଶ୍ୟକ ନଥିଲେ ସିଏମ୍‌ସି ଅଫିସକୁ ଆସିବାକୁ ଲୋକଙ୍କୁ ବାରଣ କରାଯାଇଛି । ସହରରେ ସଂକ୍ରମଣ ସଂଖ୍ୟା ବଢୁଥିଲେ ବି ଲୋକେ କିନ୍ତୁ ଅମାନିଆ ହେଉଛନ୍ତି ।

ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ନିୟମକୁ ସମସ୍ତେ ଯେମିତି ଭୁଲି ଯାଇଛନ୍ତି । ତେବେ ଏବେଠୁ ନିୟମ ନମାନିଲେ ଆଗକୁ ବଡ ବିପଦ ଆସିପାରେ ବୋଲି ସହରବାସୀଙ୍କୁ ଚେତାଇ ଦେଇଛନ୍ତି ମେୟର ସୁବାସ ସିଂ। କୋଭିଡ୍ କଟକଣା ପାଳନ ନକଲେ କଠୋର ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଜୁଲାଇ ୧୫ ରୁ ସମସ୍ତଙ୍କୁ ମାଗଣା କରୋନା ବୁଷ୍ଟର୍ ଡୋଜ୍ ଆସନ୍ତା ୭୫ ଦିନ ପାଇଁ ଉପଲବ୍ଧ ହେବ...

Wed Jul 13 , 2022
ଏସ୍.ବାସ୍ତବ:ଦେଶରେ ୧୮ ବର୍ଷରୁ ଅଧିକ ସମସ୍ତ ବ୍ୟକ୍ତି ମାଗଣାରେ କରୋନା ର ବୁଷ୍ଟର୍ ଡୋଜ୍ ପାଇବେ | ବୁଧବାର କ୍ୟାବିନେଟ ଏହି ପ୍ରସ୍ତାବକୁ ଅନୁମୋଦନ କରିଛି। ଜୁଲାଇ ୧୫ ରୁ, ସମସ୍ତ ସରକାରୀ ଡାକ୍ତରଖାନାରେ ବୁଷ୍ଟର୍ କିମ୍ବା ସତର୍କତା ମାତ୍ରା ଦିଆଯାଇପାରେ | ଅବଶ୍ୟ, ମାଗଣା ଡୋଜ କେବଳ ଆଗାମୀ ୭୫ ଦିନ ପାଇଁ ଉପଲବ୍ଧ ହେବ | ସମ୍ପ୍ରତି ଦେଶରେ କରୋନା ଟିକା ର ପ୍ରଥମ ଏବଂ ଦ୍ୱିତୀୟ […]

You May Like

Pin It on Pinterest