
ଭୁବନେଶ୍ୱର୧୫।୦୭: ଆଜିଠାରୁ ସାରା ଦେଶରେ ଆରମ୍ଭ ହେବ କୋଭିଡ ବୁଷ୍ଟର ଡୋଜ।ଏହି ପରିପେକ୍ଷୀରେ ଆମ ରାଜ୍ୟରେ ସହରାଞ୍ଚଳ ଉପରେ ଆଜିଠାରୁ ଅଧିକ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର । ୧୮ରୁ ୬୦ ବର୍ଷ ବର୍ଗ ଲୋକଙ୍କୁ ଦିଆଯିବ ଟିକା। ବିଏମ୍ସି କମିଶନର ୟୁନିଟ-୪ ସହାରଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେଏହି ଟିକାକରଣର ଶୁଭାରମ୍ଭ କରିବେ। ରାଜଧାନୀରେ କୋଭିଡ ସଂକ୍ରମଣ ହୁ ହୁ ହୋଇ ବଢୁଛି,ତେଣୁ ରାଜଧାନୀରେ ମୋଟ ୧୨ଟି ହସ୍ପିଟାଲରେ ଟିକାକରଣ ବ୍ୟବସ୍ଥା କରାଯାଇଛି। କ୍ୟାପିଟାଲ ହସ୍ପିଟାଲ, ବିଏମ୍ସି ହସ୍ପିଟାଲ, ୟୁନିଟ-୪, ପଟିଆ, ଡୁମଡୁମା, ୟୁନିଟ-୮, ଆଇଆରସି ଭିଲେଜ, ଘାଟିକିଆ, ଏମ୍ଏସ୍, ସହିଦନଗର, ସାମାନ୍ତରାୟପୁର ଏବଂ କଳ୍ପନା ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକାକରଣ କରାଯିବ ।
ଟିକାଦାନ ସକାଳ ୧୦ଟାରୁ ଆରମ୍ଭ ହୋଇ ଦିନ ୧ଟା ଏବଂ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ତେଣୁ ଯେଉଁମାନେ ବୁଷ୍ଟର ଡୋଜ ନେବାକୁ ଇଚ୍ଛୁକ ସେମାନେ ନେଇପାରିବେ ବୋଲି ବିଏମ୍ସି ସୂଚନା ଦେଇଛି । ଏହି ଉଦ୍ଘାଟନି କାର୍ଯ୍ୟକ୍ରମରେ ଜନସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ଅଜିତ ମହାନ୍ତି, ନିର୍ଦ୍ଦେଶକ ବିଜୟ ମହାପାତ୍ର ଯୋଗଦେବେ ।
ସେହିପରି ରାଜ୍ୟର ୨୫ଶହ ଟିକାକରଣ କେନ୍ଦ୍ରରେ ବୁଷ୍ଟର ଡୋଜ୍ ଟିକା ପ୍ରଦାନ କରାଯିବ। ୧୮ବର୍ଷରୁ ଅଧିକ ଲୋକଙ୍କ ପାଇଁ ଏହି ଘୋଷଣା ହୋଇଥିବାରୁ କଲେଜ ଓ ଅନ୍ୟ ସ୍ଥାନରେ ସ୍ବତନ୍ତ୍ର କ୍ୟାମ୍ପ୍ କରାଯିବ। ଏହାସହ ସହରାଞ୍ଚଳରେ ମଧ୍ୟ ବୁଷ୍ଟର ଡୋଜ୍ ଟିକାକରଣରୁ ଯଥାଶୀଘ୍ର ଶେଷ କରିବା ଉପରେ କେନ୍ଦ୍ର ସରକାର ଗୁରୁତ୍ବ ଦେଇଛନ୍ତି। ହେଲେ ରାଜ୍ୟ ସରକାରଙ୍କ ପାଖରେ ନାହିଁ ।
କେନ୍ଦ୍ର ସରକାର ୧୮ବର୍ଷରୁ ୫୯ବର୍ଷଙ୍କ ପାଇଁ ମାଗଣାରେ ଏହି ଟିକା ଦେବାକୁ ଘୋଷଣା କରିବା ପରେ ରାଜ୍ୟବ୍ୟାପୀ ଟିକାର ସଂକଟ ସୃଷ୍ଟି ହୋଇଛି। ରାଜ୍ୟରେ ଏହି ବର୍ଗରେ ୨.୬୫ କୋଟି ଲୋକ ରହିଛନ୍ତି। ମାତ୍ର ରାଜ୍ୟ ନିକଟରେ ଏବେ ୧୪/୧୫ଲକ୍ଷ ଟିକା ମହଜୁଦ ରହିଛି। ତେଣୁ ଆସନ୍ତା ୧୭ତାରିଖ ସୁଦ୍ଧା ରାଜ୍ୟବ୍ୟାପୀ ଟିକାର ଆବଶ୍ୟକତା ବା ଇଣ୍ଡେଣ୍ଟ୍ ପ୍ରଦାନ କରିବା ଲାଗି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ରାଜ୍ୟ କରୋନା ଟିକାକରଣ ନୋଡାଲ ଅଧିକାରୀ ଡା.ବିଜୟ ପାଣିଗ୍ରାହୀ କହିଛନ୍ତି, ଦ୍ବିତୀୟ ଡୋଜ୍ ସାର୍ଟିଫିକେଟ୍ କିମ୍ବା ଯେଉଁ ମୋବାଇଲ ନମ୍ବର ପଞ୍ଜୀକରଣ ହୋଇଛି ସେହି ନମ୍ବର ଅନୁଯାୟୀ ନିଜର ଷ୍ଟାଟସ୍ ବା ସ୍ଥିତି ଜାଣିପାରିବେ। ଯେଉଁମାନଙ୍କର ଦ୍ବିତୀୟ ଡୋଜ୍ ଟିକା ନେଇ ସାରିଥିବା ଅବଧି ୬ମାସ ହୋଇଥିବା ସେମାନେ ପ୍ରିକସନ୍ ଡୋଜ୍ ନେଇପାରିବେ।ଗତ ମଧ୍ୟରାତ୍ରରୁ କେନ୍ଦ୍ର ସରକାର କେ-ୱିନ୍ ଆପ୍କୁ ଆକ୍ଟିଭେଟ୍ କରିଛନ୍ତି । ଯେହେତୁ ବୟସ୍କଙ୍କ ଗ୍ରୁପ୍ରେ ପ୍ରିକସନ୍ ଡୋଜ୍ ଦିଆଯିବ ସେଥିପାଇଁ କଲେଜ୍ ଓ ଅନ୍ୟ ସ୍ଥାନରେ ମଧ୍ୟ ଟିକାକରଣ କ୍ୟାମ୍ପ ଅନୁଷ୍ଠିତ ହେବ।