ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ …

ମନୋଜମହାନ୍ତି(ଭୁବନେଶ୍ବର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଇତିହାସର ଅତଳ ଗର୍ଭରୁ ଓଡ଼ିଶାର ବୀରତ୍ୱ ଗାଥା ପାଇକ ବିଦ୍ରୋହକୁ ଦେଶ ସାମ୍ନାରେ ଉପସ୍ଥାପିତ କରିବା ପାଇଁ ନିଷ୍ଠାପର ଉଦ୍ୟମ କରୁଛନ୍ତି ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ, ବରୁଣେଇଠାରେ ଓଡ଼ିଶାର ବୀରତ୍ୱ, ସ୍ୱାଭିମାନ ଓ ସଂଗ୍ରାମର ପ୍ରତୀକ ପାଇକ ବିଦ୍ରୋହର ସ୍ମାରକୀ ନିର୍ମାଣ ପାଇଁ ଭାରତ ସରକାରଙ୍କ ସଂସ୍କୃତି ବିଭାଗ ଓ ଇଣ୍ଡିଆନ ଅଏଲ ଫାଉଣ୍ଡେସନ ସହଯୋଗ ପ୍ରଦାନ କରୁଛନ୍ତି। ୨୦୧୭-୧୮ ମସିହାରେ ଭାରତର ତତ୍କାଳୀନ ଅର୍ଥମନ୍ତ୍ରୀ ସ୍ୱର୍ଗତ ଅରୁଣ ଜେଟଲୀ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ପାଳନ ପାଇଁ କେନ୍ଦ୍ର ବଜେଟରେ ଅର୍ଥ ବରାଦ କରିବା ସହ ଓଡ଼ିଆ ଜାତିର ବୀରତ୍ୱକୁ ରାଷ୍ଟ୍ରୀୟ-ଅନ୍ତର୍ରାଷ୍ଟ୍ରୀୟ ସ୍ୱୀକୃତି ପ୍ରଦାନ କରିଥିଲେ।

ପାଇକ ସ୍ମାରକୀ ନିର୍ମାଣ ପାଇଁ ରାଜ୍ୟ ସରକାର ୯.୬୮୫ ଏକର ଜମି ଭାରତ ସରକାରଙ୍କ ସଂସ୍କୃତି ବିଭାଗକୁ ପ୍ରଦାନ କରିବା ପାଇଁ କ୍ୟାବିନେଟ୍ ମଞ୍ଜୁରୀ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି। ଓଡ଼ିଆ ଜାତିର ଅଦମ୍ୟ ସାହସ, ବୀରତ୍ୱର ପ୍ରତୀକ ହୋଇ ପାଇକ ସ୍ମାରକୀ ସର୍ବଦା ଯୁବପିଢ଼ିଙ୍କୁ ପ୍ରେରଣା ଯୋଗାଇବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି କି,ମୁ ନିକଟରେ ପାଇକ ସ୍ମାରକୀ ସ୍ଥଳ ପରିଦର୍ଶନ କରିବା ସହ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଥିଲି ।ଓଡ଼ିଆ ଜାତିର ଅଦମ୍ୟ ସାହସ ଓ ବୀରତ୍ୱ ର ପ୍ରତୀକ ହୋଇ ଏହି ସ୍ମାରକୀ ସର୍ବଦା ଯୁବପୀଡ଼ିଙ୍କୁ ପ୍ରେରଣା ଯୋଗାଇବ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଜାତୀୟ ରାଜପଥରେ ଓଲଟିଲା ତେଲଭର୍ତି ଟ୍ୟାଙ୍କର ଅଳ୍ପକେ ବର୍ତିଲେ ଡ୍ରାଇଭର ହେଲପର୍...

Wed Jul 20 , 2022
ନବୀନ ଦାଶ(ଅତାବିରା):ବରଗଡ଼ ଜିଲ୍ଲା ଅତାବିରା ଥାନା ଅଧୀନସ୍ଥ ଦେବାହାଲ-ସୁକୁଟାପାଲି ମଧ୍ୟରେ ଚାରି ଥାକିଆ ରାଜପଥ ଉପରେ ଝାରସୁଗୁଡ଼ା ରୁ ପାଟଣାଗଡ ଅଭିମୁଖେ ଯାଉଥିବା ଏକ ୧୨ହଜାର ଲିଟର ତେଲ ବୋଝେଇ ଓ ଡି ୧୫ ଡି ୨୩୮୮ ଟ୍ୟାଙ୍କର୍ ଗାଡ଼ି ର ଡାହାଣ ପଟ ଆଗ ଚକ୍ ଫାଟି ଯିବାରୁ ବରଗଡ଼- ସମ୍ବଲପୁର ୱେ ରୁ ଡିଭାଇଡର ଡେଇଁ ସମ୍ବଳପୁର-ବରଗଡ଼ ୱେ ରାସ୍ତା କଡ଼ରେ ଥିବା ବିଲ ମଧ୍ୟକୁ ଧସେଇ […]

You May Like

Pin It on Pinterest