
ନବୀନ ଦାଶ(ଅତାବିରା):ବରଗଡ଼ ଜିଲ୍ଲା ଅତାବିରା ଥାନା ଅଧୀନସ୍ଥ ଦେବାହାଲ-ସୁକୁଟାପାଲି ମଧ୍ୟରେ ଚାରି ଥାକିଆ ରାଜପଥ ଉପରେ ଝାରସୁଗୁଡ଼ା ରୁ ପାଟଣାଗଡ ଅଭିମୁଖେ ଯାଉଥିବା ଏକ ୧୨ହଜାର ଲିଟର ତେଲ ବୋଝେଇ ଓ ଡି ୧୫ ଡି ୨୩୮୮ ଟ୍ୟାଙ୍କର୍ ଗାଡ଼ି ର ଡାହାଣ ପଟ ଆଗ ଚକ୍ ଫାଟି ଯିବାରୁ ବରଗଡ଼- ସମ୍ବଲପୁର ୱେ ରୁ ଡିଭାଇଡର ଡେଇଁ ସମ୍ବଳପୁର-ବରଗଡ଼ ୱେ ରାସ୍ତା କଡ଼ରେ ଥିବା ବିଲ ମଧ୍ୟକୁ ଧସେଇ ହୋଇ ପଶି ଗାଡ଼ି ଟି ଓଲଟି ପଡିିଥିଲା। ଏହିସଡକ ଦୁର୍ଘଟଣାରେ ବେଳେ ଅଳ୍ପକେ ବର୍ତ୍ତି ଯାଇଥିଲେ ଡ୍ରାଇଭର ହେଲ୍ପର୍ ଓ ଯିବା ଆସିବା ଲୋକେ।
ଦୁର୍ଘଟଣା ଗ୍ରସ୍ତ ଆହତ ଡ୍ରାଇଭର ହେଲ୍ପର୍ ଙ୍କୁ ସ୍ଥାନୀୟ ଅତାବିରା ଗୋଷ୍ଠୀ ସ୍ବାସ୍ଥ୍ୟ କୁ ପଠାଇ ତାଙ୍କର ଅବସ୍ଥା ଠିକ୍ ଥିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟତା ରେ ଅତାବିରା ପୋଲିସ ପ୍ରାରମ୍ଭିକ ତଦନ୍ତ ସହ ଅଧିକ ରୁ ଅଧିକ ତଦନ୍ତ ଜାରି ରଖିଥିବା ବେଳେ ଅଗ୍ନିଶମ ବିଭାଗ,ଟୋଲ୍ ଏମ୍ମୁଲେନ୍ସ କର୍ମଚାରି ପହଞ୍ଚି ତିନୋଟି ହାଇଡ୍ରା ସାହାଯ୍ୟରେ ୧୨ହଜାର ଲିଟର ଭର୍ତ୍ତି ଥିବା ଟ୍ୟାଙ୍କର୍ ଗାଡ଼ି କୁ ଉଦ୍ଧାର କରିଥିବା ଜଣାପଡିଛି।
ତେବେ ଏଠି ପ୍ରଶ୍ନ ଉଠୁଛି ଯେ କିଭଳି ଭାବେ ଗାଡ଼ି ଡ୍ରାଇଭର ଓ ମାଲିକ ମାନେ ଲମ୍ବା ଲାଇନ୍ ରେ ଚଳାଚଳ କରୁଥିବା ଗାଡ଼ି ମାନଙ୍କର ଟାୟାର ଗୁଡ଼ିକ ଠିକ୍ ଅଛି କି ନାହିଁ ବୋଲି ଦେଖୁ ନାହାନ୍ତି ବୋଲି ସାଧାରଣ ରେ ବେଶ୍ ଚର୍ଚ୍ଚା ହେଉଛି।