
ଏସ.ବାସ୍ତବ:ପାତ୍ର ଚାଲ୍ ଜମି ସ୍କାମ ମାମଲାରେ ଶିବସେନା ନେତା ସଞ୍ଜୟ ରାଉତଙ୍କ ସମସ୍ୟା ବଢିବାରେ ଲାଗିଛି। ପ୍ରକାଶ ଯେ, ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ତାଙ୍କୁ ଗିରଫ କରିଛି। କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥା ରବିବାର ରାଉତଙ୍କ ବାସଭବନରେ ଚଢ଼ାଉ କରିଥିଲା। ସେହି ସମୟରେ ତାଙ୍କ ଘରୁ ୧୧ .୫୦ ଲକ୍ଷ ଟଙ୍କା ଜବତ କରାଯାଇଥିଲା। ଏହାପୂର୍ବରୁ ମଧ୍ୟ ଇଡି ରାଉତଙ୍କୁ ଅନେକ ଥର ସମନ ଜାରି କରିଥିଲେ ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଦୁର୍ନୀତି ମାମଲାରେ ରାଉତଙ୍କୁ ଇଡି ଗିରଫ କରିଛି। ରିପୋର୍ଟ ଅନୁଯାୟୀ, ତାଙ୍କ ଭାଇ ସୁନୀଲ ରାଉତ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। PMLA ଅଧୀନରେ ରାଉତଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ସୋମବାର ଅପରାହ୍ନରେ ତାଙ୍କୁ କୋର୍ଟରେ ହାଜର କରାଯିବାର ସମ୍ଭାବନା ରହିଛି। ସୁନୀଲ କହିଛନ୍ତି, ‘ଇଡି ରାଉତଙ୍କୁ ଭୟ କରୁଛି ତେଣୁ ତାଙ୍କୁ ଗିରଫ କରାଯାଇଛି।’
ସୂଚନା ଅନୁଯାୟୀ, ଅଧିକାରୀମାନେ କହିଛନ୍ତି ଯେ ଦକ୍ଷିଣ ମୁମ୍ବାଇର ବଲାର୍ଡ ଇଷ୍ଟେଟରେ ଥିବା ଇଡି ବିଭାଗୀୟ କାର୍ଯ୍ୟାଳୟରେ ୬ ଘଣ୍ଟାରୁ ଅଧିକ ସମୟ ଧରି ପଚରାଉଚରା ପରେ ରାଉତ (୬୦) ଙ୍କୁ ଗିରଫ କରାଯାଇଥିଲା। ସେମାନେ ଦାବି କରିଛନ୍ତି ଯେ ରାଉତଙ୍କୁ ରବିବାର ଅପରାହ୍ନ ୧୨ .୦୫ ରେ ମନି ଲଣ୍ଡରିଂ ଆକ୍ଟ (PMLA) ଅଧୀନରେ ଗିରଫ କରାଯାଇଥିଲା କାରଣ ସେ ଏହି ଘଟଣାରେ ସହଯୋଗ କରୁନାହାଁନ୍ତି।
ସେ କହିଛନ୍ତି ଯେ ଡକ୍ୟୁମେଣ୍ଟଗୁଡିକ ନକଲି ଏବଂ ରାଉତଙ୍କୁ ପାତ୍ର ଚୋଳ ମାମଲା ସହ ଯୋଡିବାର କିଛି ନାହିଁ। ରବିବାର ସକାଳେ ଇଡି ଶିବସେନା ସାଂସଦଙ୍କ ବାସଭବନରେ ଚଢ଼ାଉ କରିଥିଲା। ଘଣ୍ଟା ଘଣ୍ଟା ଧରି ପଚରାଉଚରା ପରେ ତାଙ୍କୁ ଗିରଫ କରାଯାଇଥିଲା।