
ସଞ୍ଜୟ ଶତପଥୀ (କଟକ):କଟକ ମହାନଗର ନିଗମ ଅନ୍ତର୍ଗତ ୨୮ ନମ୍ବର ଓ୍ବାର୍ଡ ରାଜା ବଗିଚା ସର୍ବୋଦୟପୁର ଅଂଚଳର ସ୍ବର୍ଗତଃ ବୁଲୁ ନାୟକଙ୍କ ଧର୍ମପତ୍ନୀ ବାସନ୍ତୀ ନାୟକ ବଜାରରୁ ଘରକୁ ଫେରୁଥିବା ସମୟରେ କଟକ ତଳତେଲେଂଗା ବଜାର ର ଶାନ୍ତିଲତା ଗଡା ନିକଟରେ ଅସୁସ୍ଥତା ଅନୁଭବ କରିବାରେ ନିକଟସ୍ଥ ଦୋକାନରୁ ପାଣି ମାଗି ପିଉଥିବା ସମୟରେ ହଠାତ୍ ତଳେ ପଡିଯାଇଥିଲେ। ତଳେ ପଡିଗଲା ପରେ ସେହି ବୟସ୍କ ମହିଳା ଛଟପଟ ହେବାସହ ତାଙ୍କ ପାଟିରୁ ଫେଣ ନିର୍ଗତ ହେବା ଦେଖି ସ୍ଥାନୀୟ କିଛି ଯୁବକ ୧୦୮ ନମ୍ବର କୁ ଫୋନ୍ କରି ଆମ୍ବୁଲାନ୍ସ ଲାଗି ଅନୁରୋଧ କରିବା ସହ ସ୍ଥାନୀୟ ପୁରୀଘାଟ ଥାନାକୁ ମଧ୍ଯ ଜଣାଇଥିଲେ।
କିନ୍ତୁ ଦୀର୍ଘ ସମୟ ବିତିଗଲା ପରେ ମଧ୍ଯ ଆମ୍ବୁଲାନ୍ସ ନ ଆସିବାରେ ସ୍ଥାନୀୟ ଯୁବକ ଓ ତାଙ୍କର ପରିବାର ଲୋକ ଆସନ୍ନ ମରଣ ସହ ଲଢୁଥିବା ମହିଳା ବାସନ୍ତୀ ନାୟକ ଙ୍କୁ ଗୋଟିଏ ଟ୍ରଲି ରିକ୍ସା ରେ ମେଡିକାଲ ନେଉଥିବା ସମୟରେ ତାଙ୍କର ମ୍ରୃତ୍ୟୁ ହୋଇଯାଇଥୂଲା। ଯଦି ଠିକ୍ ସମୟରେ ଆମ୍ବୁଲାନ୍ସ ପହଞ୍ଚି ଥାଆନ୍ତା ତେବେ ହୁଏତ ଏହି ମହିଳା ଜଣକ ବଂଚିଯାଇ ପାରିଥାଆନ୍ତେ ବୋଲି ଜନସାଧାରଣ ରେ ମତପ୍ରକାଶ ପାଉଛି।
ଯଦି କଟକ ସହର ଭଳି ଯାଗାରେ ସ୍ବାସ୍ଥ୍ଯ ବିଭାଗ ର ଏହି ଭଳି ନିଃସହାୟ ଗରୀବ ରୋଗୀମାନଙ୍କୁ ଅବହେଳା କରିବ ତେବେ ସରକାରଙ୍କ ର ଆହ୍ବାନ “ଗରିବୀ ହଟାଓ” ତଥା “ସ୍ବାସ୍ଥ୍ଯ ହିଁ ସମ୍ପଦ” ନିଶ୍ଚିତ ସଫଳ ହେବ, କାରଣ ସ୍ବାସ୍ଥ୍ଯ ବିଭାଗ ର ଏହିଭଳି ରୋଗୀସେବା ରେ ଗରୀବ ରୋଗୀମାନେ ଖାଲି କଟକ ନୁହେଁ ସାରା ଓଡ଼ିଶା ରୁ ଲୋପ ପାଇ ଯାଇଥିବେ ବୋଲି ସ୍ଥାନୀୟ ଜନସାଧାରଣଙ୍କ ମତ।
ଦୟାକରି ସ୍ବାସ୍ଥ୍ଯ ସଚିବ, ଓଡ଼ିଶା, ମାନନୀୟ ଜିଲ୍ଲାପାଳ,କଟକ,ମାନନୀୟ ମେୟର,କଟକ ମହାନଗର ନିଗମ, କଟକ, ଜିଲ୍ଲା ସ୍ବାସ୍ଥ୍ଯ ଅଧୀକାରୀ, କଟକ, ଅଧ୍ଯକ୍ଷ, ଶ୍ରୀରାଚନ୍ଦ୍ରଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ, କଟକ , ଅଧ୍ଯକ୍ଷ, ସିଟି ହସ୍ପିଟାଲ, କଟକ ଓ ସ୍ବାସ୍ଥ୍ଯ ଅଧୀକାରୀ, କଟକ ଙ୍କୁ ଏହି ବିଷୟ କୁ ଗଭୀରତାର ସହ ନେବା ସହ ଏହିଭଳି ଘଟଣାର ପୁନରାବୃତ୍ତି ଯେପରି ନହୁଏ ସେଥୂପ୍ରତି ଧ୍ଯାନ ଦେବାକୁ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ଓ୍ବେବ୍ ମିଡିଆ ମାଧ୍ୟମରେ ନିବେଦନ କରାଯାଇଛି।