ବିଜାପୁର ଜିଲ୍ଲାରେ ମାଓବାଦୀମାନେ ପାଳନ କଲେ ସହିଦ ସପ୍ତାହ

ମାଲକାନଗିରି ୬।୮: ମାଲକାନଗିରି-ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ମାଓବାଦୀମାନେ ସହିଦ ସପ୍ତାହ ପାଳନ କରିଛନ୍ତି । ହାତରେ ବନ୍ଧୁକ ଧରି ଶତାଧିକ ନକ୍ସଲ ବିରାଟ ଶୋଭାଯାତ୍ରା ନିଜର ପତିଆରା ଦେଖାଇଥିଲେ ।

ସୂଚନା ଯୋଗ୍ୟଯେ, ନିକଟରେ ବିଏସଏଫ କ୍ୟାମ୍ପ୍ ରହିଥିଲେ ମଧ୍ୟ ନକ୍ସଲମାନେ ଏହାକୁ ଖାତିର ନକରି ଗାଁରେ ଆସି ସହିଦ ସ୍ତମ୍ଭ ନିର୍ମାଣ କରି ମୃତ ସାଥୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ନକ୍ସଲପନ୍ଥୀଙ୍କ ଏହି ସହିଦ ଦିବସର ଶହ ଶହ ଆଦିବାସୀ ଲୋକେ ମଧ୍ୟ ସାମିଲ୍ ହୋଇଥିଲେ । ନାଚଗୀତ କରିବା ସହ ନକ୍ସଲପନ୍ଥୀଙ୍କ ସହ ସାମିଲ ହୋଇଥିଲେ ଗ୍ରାମବାସୀ । ଗୋଟିଏ ପଟେ ସରକାର ମାଓ ଦମନ କଥା କହୁଥିବାବେଳେ, ଏତେ ସଂଖ୍ୟାରେ ସଶସ୍ତ୍ର ମାଓବାଦୀଙ୍କ ଉପସ୍ଥିତି ସମସ୍ତଙ୍କୁ ଚକିତ କରିଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଅଜଣା ରୋଗରେ ପୀଡ଼ିତ ମନୋଜ ଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ମିଳିଲା ହୂଇଲ ଚେୟାର…

Sat Aug 6 , 2022
ବରଗଡ଼:-୬.୮(ସ୍ଵତନ୍ତ୍ର ପ୍ରତିନିଧି ନବୀନ ଦାଶ): ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ସଂକ୍ରିଡ଼ା ପଞ୍ଚାୟତ ଝରାପାଲି ମାର୍କେଟ ଠାରେ ସ୍ଥାୟୀ ବାସିନ୍ଦା ଭାବରେ ରୁହନ୍ତି ମନୋଜ।ବୟସ ମାତ୍ର ୨୬।ଦିନ ଥିଲା ବାପା ମାଁ, ଦୁଇ ଭଉଣୀ,ସ୍ତ୍ରୀ ଓ ଦୁଇ ପୁଅ ଝିଅଙ୍କୁ ନେଇ ଦୁଃଖେକଷ୍ଟେ ଚାଲିଥିଲା ତାଙ୍କ ତେଲ ଲୁଣ ସଂସାର,ହେଲେ ୬/୭ବର୍ଷ ହେବ ବାପା ଚାଲିଗଲା ପରେ ସତେ ଯେମିତି ଦଇବ ସାଜେ ତାଙ୍କ ପାଇଁ ବଇରୀ,ବୋଝ ଉପରେ ନଳିତା […]

You May Like

Pin It on Pinterest