ବ୍ରହ୍ମପୁର ଜିଲ୍ଲାରେ ଆରୋଗ୍ଯ ଭାରତୀର ମାଗଣା ସ୍ବାସ୍ଥ୍ଯ ଚିକିତ୍ସା ଶିବିର….

ସଂଜୟ ଶତପଥୀ: ବ୍ରହ୍ମପୁର ଜିଲ୍ଲାରେ ହରିହର ନଗରସ୍ଥିତ ଶ୍ରୀ ହରିହର ଭେଟ ମନ୍ଦିର ପ୍ରାଙ୍ଗଣରେ ସୁପ୍ରତିଷ୍ଠିତ ସମାଜସେବୀ ଅନୁଷ୍ଠାନ ଆରୋଗ୍ୟ ଭାରତୀ ପକ୍ଷରୁ ଏକ ମାଗଣା ସ୍ବାସ୍ଥ୍ଯ ପରୀକ୍ଷା ଓ ସଚେତନତା ଶିବିରର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଶ୍ରୀ ଜୟନ୍ତୀ ଲାଲ୍ ନରସି ଚୌହାନ ରହିଥିବା ବେଳେ ଅନୁଷ୍ଠାନର ଅଧ୍ଯକ୍ଷ ଡ.ନକୁଳ ସାହୁ ଓ ଡ.ଚି.ହାରାମଣୀ ରୋଗୀମାନଙ୍କର ରକ୍ତଚାପ, ମଧୁମେହ, ଗଣ୍ଠିବାତ, ଅମ୍ଳପିତ୍ତ ଓ ସ୍ତ୍ରୀ ରୋଗ ଆଦିର ପରୀକ୍ଷା କରିବା ସହ ପରାମର୍ଶ ଓ ଓ୍ଯୈଷଧ ବିତରଣ କରିଥୂଲେ। ଏଥୂସହିତ ରୋଗର କାରଣ ବିଷୟରେ ରୋଗୀମାନଙ୍କୁ ଜଣାଇବା ସହ ସ୍ବାସ୍ଥ୍ଯ ସଚେତନତା ବିଷୟ ରେ ପରାମର୍ଶ ମଧ୍ଯ ଦେଇଥିଲେ। ପ୍ରତ୍ୟେକ ସୋମବାର ଦିନ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଏବଂ ଜନସାଧାରଣ ଏହାର ସୁଯୋଗ ନେବାକୁ ଅନୁଷ୍ଠାନ ର ସଦସ୍ଯ ଶ୍ରୀ ଗଣେଶ ପ୍ରସାଦ ପରିଛା ଓ ମନ୍ଦିର କମିଟିର ସଭ୍ଯ ସଭ୍ଯାମାନେ ଅନୁରୋଧ କରିଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘର ସାମ୍ବାଦିକ ସମ୍ମିଳନୀ...

Mon Aug 8 , 2022
ସଞ୍ଜୟ ଶତପଥୀ(କଟକ):ରାଜ୍ଯ ଅବସରପ୍ରାପ୍ତ କର୍ମଚାରୀ ମହାସଂଘ,ଓଡିଶା ପକ୍ଷରୁ କଟକର ବାଦାମବାଡିସ୍ଥିତ ସେସୁ କଲୋନୀ ଶ୍ରୀ ଶିବ ମନ୍ଦିର ପ୍ରାଙ୍ଗଣରେ ମହାସଂଘର ଅଧ୍ଯକ୍ଷ ଶ୍ରୀ ପ୍ରତାପ ଚନ୍ଦ୍ର ଦାସଙ୍କ ଅଧ୍ଯକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ର ଆୟୋଜନ କରାଯାଇଥିଲା। ଏହି ସମ୍ମିଳନୀ ରେ ବହୁ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଯୋଗଦେଇଥିଲେ। ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନଙ୍କୁ ସରକାରଙ୍କ ତରଫରୁ ଚିକିତ୍ସା ଭତ୍ତାର ସୁବିଧା ପ୍ରଦାନ କରିବାକୁ ବିଗତ ୧୬ ବର୍ଷ ଧରି ବିଭିନ୍ନ […]

You May Like

Pin It on Pinterest