ଚାନ୍ଦବାଲିର ବରେଣ୍ଯ ଜନନାୟକ ଦୁର୍ଯ୍ୟୋଧନ ମିଶ୍ରଙ୍କ ୬ଷ୍ଠ ବାର୍ଷିକ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳୀ ସଭା

ଦେବକାନ୍ତ ମହାନ୍ତି(ଚାନ୍ଦବାଲି):ଚାନ୍ଦବାଲି ବ୍ଲକରେ ବର୍ଷିଆନ ସ୍ବାଧନତା ସଂଗ୍ରାମୀ, ଚାନ୍ଦବାଲି ଓ କନିକା ଗୌରବ ବିଶିଷ୍ଟ ସମାଜସେବୀ ତଥା ଚାନ୍ଦବାଲି ବ୍ଲକରେ ୫ ଥର ବ୍ଲକର ଅଧ୍ୟକ୍ଷ ପଦରେ ଆସନ ଅଳକୃତ କରିଥିବା ଜନପ୍ରିୟ ରାଜନେତା ଦୁର୍ଯ୍ୟୋଧନ ମିଶ୍ରଙ୍କ ୬ଷ୍ଠ ବାର୍ଷିକ ଏକ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳୀ ସଭା ସ୍ଥାନୀୟ ବିଜୁସ୍ମୃତି ଭବନରେ ସରତ ଚନ୍ଦ୍ର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଟିତ ହୋଇଯାଇଛି ।

ଏହି ସ୍ମୃତି ସଭାରେ ମୁଖ୍ୟ ଅତିଥି ଭାବରେ ଚାନ୍ଦବାଲି ବିଧାୟକ ଡ଼ ବ୍ୟମୋକେଶ ରାୟ,ପ୍ରତାପ ଚନ୍ଦ୍ର ଧଳ ଙ୍କ ସହ ବହୁ ଛାମୁଆ ଜନପ୍ରତିନିଧି ମାନେ ଯୋଗଦେଇ ସ୍ବର୍ଗତ ଦୁର୍ଯ୍ୟୋଧନ ମିଶ୍ରଙ୍କ ଫଟୋ ଚିତ୍ରରେପୁଷ୍ପମାଲ୍ୟା ଅର୍ପଣ କରି ତାଙ୍କର ଅର୍ଦ୍ଧଶତାଦ୍ଧୀର ରାଜନୈତିକ କିର୍ତ୍ତୀ ଓ କୃତିତ୍ଵ ସଂପର୍କରେ ମତବ୍ୟକ୍ତ କରି ଗଭୀର ଶୋକ ସହିତ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଶ୍ରଦ୍ଧାଞ୍ଜଳୀ ସଭାରେ ଶ୍ରୀ ମିଶ୍ରଙ୍କ ଅଭିସ୍ମରଣୀୟ ଗାଥା ଉପରେ ଆଇନଜୀବୀ ରଜନୀ ମାହାନ୍ତି ସ୍ବାଗତ ଅଭିଭାଷଣ ଦେଇଥିଲେ ।

ଏଥିନେଇ ଚାନ୍ଦବାଲି ବ୍ଲକର ସୁନାମଧନ୍ୟ ଅବସରପ୍ରାପ୍ତ ଶିକ୍ଷକ ଭଗବାନ ବେହରା, ନବଘନ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଚଳିତ ଶିକ୍ଷାବର୍ଷରେ ଏ-୧ର ସଫଳ କୃତିଛାତ୍ର ଛାତ୍ରୀ ଓ ସଫଳ କ୍ରିଡ଼ାବିତଙ୍କୁ ସମ୍ବର୍ଦ୍ଦିତ ସହ ମାନପତ୍ର ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା । ଶେଷରେ ଶ୍ରୀ ମିଶ୍ରଙ୍କ ସୁପୁତ୍ର ମନୋଜ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଲରମ୍ଭା କଲେଜ୍ ରେ ଶରତ ପୂଜାରୀଙ୍କ ଜନ୍ମ ଜୟନ୍ତୀ ପାଳିତ..

Tue Aug 9 , 2022
ବରଗଡ଼(ସ୍ଵତନ୍ତ୍ର ପ୍ରତିନିଧି ନବୀନ ଦାଶ):ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଲରମ୍ଭା ମହାବିଦ୍ୟାଳୟ ଠାରେ ଶରତ ପୁଜାରୀ ଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି।କଲେଜ୍ ର ଶରତ ପୂଜାରୀ ସାଂସ୍କୃତିକ କଳା ପରିଷଦ ପକ୍ଷରୁ ପାଳିତ ଜୟନ୍ତୀ ରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ ପ୍ରମୋଦ କୁମାର ଭୋଇ ଙ୍କ ଅଧ୍ୟକ୍ଷତା ରେ ମୁଖ୍ୟ ଅତିଥି ଭାବେ ସୌମେନ୍ ପୂଜାରୀ ଯୋଗ ଦେଇଥିଲେ । ମହା ବିଦ୍ୟାଳୟ ପରିଚାଳନା କମିଟି […]

You May Like

Pin It on Pinterest