ଲରମ୍ଭା କଲେଜ୍ ରେ ଶରତ ପୂଜାରୀଙ୍କ ଜନ୍ମ ଜୟନ୍ତୀ ପାଳିତ..

ବରଗଡ଼(ସ୍ଵତନ୍ତ୍ର ପ୍ରତିନିଧି ନବୀନ ଦାଶ):ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଲରମ୍ଭା ମହାବିଦ୍ୟାଳୟ ଠାରେ ଶରତ ପୁଜାରୀ ଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି।କଲେଜ୍ ର ଶରତ ପୂଜାରୀ ସାଂସ୍କୃତିକ କଳା ପରିଷଦ ପକ୍ଷରୁ ପାଳିତ ଜୟନ୍ତୀ ରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ ପ୍ରମୋଦ କୁମାର ଭୋଇ ଙ୍କ ଅଧ୍ୟକ୍ଷତା ରେ ମୁଖ୍ୟ ଅତିଥି ଭାବେ ସୌମେନ୍ ପୂଜାରୀ ଯୋଗ ଦେଇଥିଲେ ।

ମହା ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ରବି ନାରାୟଣ ପଣ୍ଡା, ପ୍ରାଧ୍ୟାପିକା ଡ଼ଃ ଅମୃତା ସାମନ୍ତ,ଜୟ କୁମାରୀ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ରହିଥିଲେ।ସର୍ବ ପ୍ରଥମେ ଅତିଥି ମାନଙ୍କ ଦ୍ଵାରା ଶରତ ପୂଜାରୀ ଙ୍କ ଫଟୋ ଚିତ୍ରରେ ଦ୍ଵିପ ପ୍ରଜ୍ବଳନ ପୂର୍ବକ ପୁଷ୍ପ ମାଲ୍ୟ ଅର୍ପଣ ପୂର୍ବକ ଶରତ ପୂଜାରୀ ଙ୍କ ସ୍ମୃତି ଚାରଣ ସଭା ଆରମ୍ଭ ହୋଇଥିଲା।ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପୀଡିତା ନିଜେ ବଳାତ୍କାରୀଙ୍କ ପାଇଁ ଖାଦ୍ୟ ନେଇ ପହଞ୍ଚିଥିଲେ ଥାନାରେ,ଏହି ଦୃଶ୍ୟ ଦେଖି ପୋଲିସ'ବି ଆଶ୍ଚର୍ଯ୍ୟ ….

Wed Aug 10 , 2022
ଏସ୍.ବାସ୍ତବ:ବଳାତ୍କାରୀ ଅଭିଯୁକ୍ତଙ୍କ ପାଇଁ ପୀଡିତା ନିଜେ ଖାଦ୍ୟ ନେଇ ପହଞ୍ଚିଥିଲେ, ଯାହାକି ପୋଲିସ ଷ୍ଟେସନରେ ସମସ୍ତ କର୍ମଚାରୀଙ୍କୁ ବୋକା କରି ଦେଇଥିଲା। ଏହି ଦୃଶ୍ୟ ଦେଖିବା ପରେ ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲା। କିଛି କ୍ଷଣ ପାଇଁ ପୋଲିସ କ’ଣ ହେଉଛି କିଛି ବୁଝିପାରି ନଥିଲେ । ତେବେ କୋର୍ଟରେ ଝିଅଟି ଦେଇଥିବା ବୟାନ ଆଧାରରେ ଅଭିଯୁକ୍ତଙ୍କୁ ଜେଲ ପଠାଯାଇଛି। ପୀଡିତା ଅଭିଯୁକ୍ତଙ୍କ ବିରୋଧରେ ବଳାତ୍କାର ମାମଲା ଦାୟର କରିସାରିଛନ୍ତି….ପୋଲିସ […]

You May Like

Pin It on Pinterest