କେନ୍ଦ୍ରାପଡ଼ା-୭୦ ହଜାର ତ୍ରିରଙ୍ଗା ତିଆରି କଲେ ମୁସଲମାନ ଭଉଣୀମାନେ…

ରାକେଶ ମହାନ୍ତି(କେନ୍ଦ୍ରାପଡା):ମିଶନ ଶକ୍ତି ଓ ଅନ୍ୟ ସଂସ୍ଥା ବା ପ୍ରତିଷ୍ଠାନ ପାଇଁ ଶତୁରୀ ହଜାର ତ୍ରିରଙ୍ଗା ତିଆରି କଲେ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଡ଼େରାବିଶ ବ୍ଲକ ଗୋଲରହାଟ ପଞ୍ଚାୟତର ‘ଉତ୍କଳ ଗ୍ରାମୀଣ ଉତ୍ପାଦକ ଗୋଷ୍ଠୀ । ୬0 ଜଣ ସଦସ୍ୟାଙ୍କ ମଧ୍ୟରୁ ପ୍ରାୟ ୯0 ପ୍ରତିଶତ ସଂଖ୍ୟାଲଘୁ ସାମ୍ପ୍ରଦାୟ ର ମୁସଲମାନ ଭଉଣୀମାନେ ତ୍ରିରଙ୍ଗା ତିଆରି ପାଇଁ ସୁଯୋଗ ପାଇଥିବାରୁ ସମସ୍ତ ସଦସ୍ୟା ଅତ୍ୟନ୍ତ ଖୁସି ।

କାମ ପାଇଁ ଅର୍ଡର୍ ପାଇବା ପରେ ଧାର୍ଯ୍ୟ ସମୟ ଭିତରେ ତ୍ରିରଙ୍ଗା ପ୍ରସ୍ତୁତ କରି କେନ୍ଦ୍ରାପଡ଼ା ଜିଲ୍ଲା ମିଶନ ଶକ୍ତି କୁ ସମସ୍ତ ତ୍ରିରଙ୍ଗା ପ୍ରଦାନ କରିଛନ୍ତି । ପୂର୍ବରୁ କୋଭିଡ ଲକଡାଉନ ସମୟରେ ମାସ୍କ ତିଆରି କରି ସରକାରଙ୍କୁ ଯୋଗାଇଥିଲେ । ତ୍ରିରଙ୍ଗା ତିଆରି ପାଇଁ ସେମାନଙ୍କୁ ସୁଯୋଗ ଦେଇଥିବାରୁ ମିଶନ ଶକ୍ତି ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ଏହି ଗୋଷ୍ଠୀର ସଭାନେତ୍ରୀ ଲେସାତୁନ ବିବି ,ସମ୍ପାଦିକା ରେଶମା ବେଗମ୍ ଓ ସମସ୍ତ ସଦସ୍ୟାଗଣ ମାନେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବିଜୁଜନତା ଦଳର ୨୫ବର୍ଷ ପୂର୍ତ୍ତି ଉପଲକ୍ଷେ ବୃକ୍ଷରୋପଣ କଲେ ଚାନ୍ଦବାଲି ବିଧାୟକ

Sat Aug 13 , 2022
ଦେବକାନ୍ତ ମହାନ୍ତି(ଚାନ୍ଦବାଲି):ବିଜୁଜନତା ଦଳର ୨୫ବର୍ଷ ପୂର୍ତ୍ତି ଉପଲକ୍ଷେ ବିଭିନ୍ନ ସମାଜ ମଙ୍ଗଳ କାର୍ଯ୍ୟ ଯଥା-ରକ୍ତ ଦାନ ଶିବିର, ବୃକ୍ଷ ରୋପଣ ଆଦି ସାରା ରାଜ୍ୟରେ ଚାଲୁ ରହିଛି । ଏହି କ୍ରମରେ ଚାନ୍ଦବାଲି ବ୍ଲକର ଖେରଙ୍ଗ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବୃକ୍ଷ ରୋପଣ କଲେ ଚାନ୍ଦବାଲି ବିଧାୟକ ଡ଼ଃ ବ୍ୟୋମକେଶ ରାୟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୋଟିଏ ବୃକ୍ଷ କୋଟିଏ ଜୀବନ ନାରାକୁ ଚାନ୍ଦବାଲିର ପ୍ରତି ପଂଚାୟତରେ ପହଞ୍ଚାଇବା […]

You May Like

Pin It on Pinterest