
ଯାଜପୁର/ଜଗସିଂପୁର: ମହାନଦୀ ଓ ବୈତରଣୀରେ ବନ୍ୟାଜଳ ନିଷ୍କାସିତ ହେବା ଦ୍ବାରା ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକର ଦୁର୍ଦ୍ଦଶା ବଢ଼ି ବଢି ଲାଗିଛି।ବୈତରଣୀ ନଦୀର ଶାଖା କାଣୀ ନଦୀରେ ୧୫୦ଫୁଟର ଘାଇ ହେବା ଦ୍ୱାରା,ଅନେକଗୁଡ଼ିଏ ଗାଁ ଜଳମଗ୍ନ ହୋଇଥିବାରୁ ଲୋକେ ନାହିଁ ନଥିବା ଦୁଃଖର ସାମ୍ନା କରୁଛନ୍ତି। ଲୋକଙ୍କର ଘର ଭିତରକୁ ପାଣି ପଶିଛି। ଚାଷଜମି ଜଳାର୍ଣ୍ଣବ ହୋଇଛି। ପ୍ରଶାସନ ପକ୍ଷରୁ ଜଳବନ୍ଦିରେ ଥିବା ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ବନ୍ୟା ଆଶ୍ରୟ ସ୍ଥଳୀ, ସ୍କୁଲରେ ରଖାଯାଇ ସୁଖିଲା ଓ ରନ୍ଧା ଖାଦ୍ୟ ବ୍ୟବସ୍ଥା କରାଯାଇଛି ।
ସେହିପରି ଜଗତସିଂହପୁର ଜିଲ୍ଲା ପାଇକା ନଦୀର କାଠକୋଟ ଗାଁ ନିକଟରେ ୫୦ ଫୁଟ୍ର ଘାଇ ସୃଷ୍ଟି ହୋଇଛି। ଘାଇ ସୃଷ୍ଟି ପରେ ଗାଁକୁ ପାରି ପଶିଛି। ଲୋକେ ଆତଙ୍କିତ ହୋଇଥିବା ଜଣାଯାଇଛି। ବନ୍ୟାଜଳ ପାଇଁ ମହାନଦୀ, ଦେବୀ, କୁଶଭଦ୍ରା ଓ ବ୍ରାହ୍ମଣୀର ଜଳସ୍ତର ବଢ଼ିବାରେ ଲାଗିଛି | ଆଳିପିଙ୍ଗଳରେ ଦେବୀ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ।
ଏପଟେ ପୁରୀଜିଲ୍ଲା ନିମାପଡ଼ା ବ୍ଲକ, ବାମନାଳ, ଭୂତପଦା ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି । ସ୍ତିତି ଗମ୍ଭୀର,କୁଶଭଦ୍ରା ନଦୀର୍ରେ ବନ୍ୟା ପ୍ରକମ୍ପର ସହ ସହ ହେକ୍ଟର ଚାଷଜମି ପାଣିଘେରରେ ଚାଷ ଜମି ଉପରେ ୧୦ ଫୁଟ ଉପରେ ପାଣି ।



