ବର୍ଷା ଜନିତ ସମ୍ଭାବ୍ୟ ବନ୍ୟାକୁ ନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ୮ଟି ଅଗ୍ନିଶମ ବାହିନୀ ସହ ୨ଟି ଓଡ୍ରାଫ ଟିମ, ୨ ଟି ଏନଡିଆରଏଫ ଟିମ ପ୍ରସ୍ତୁତ…

ଭଦ୍ରକ ୨୦।୦୮: ବର୍ଷା ଜନିତ ସମ୍ଭାବ୍ୟ ବନ୍ୟାକୁ ନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ପ୍ରସ୍ତୁତି ଆରମ୍ଭ । ବର୍ଷା ପରେ ବନ୍ୟାକୁ ସାମ୍ନା କରିବା ପାଇଁ ଜିଲ୍ଲାରେ ୮ଟି ଅଗ୍ନିଶମ ବାହିନୀ ସହ ୨ଟି ଓଡ୍ରାଫ ଟିମ, ୨ ଟି ଏନଡିଆରଏଫ ଟିମ ସହ ୪ ଜଣ ବରିଷ୍ଠ ଅଧିକାରୀଙ୍କୁ ମୃତୟନ କରାଯାଇଛି ।

ସାଳନ୍ଦୀ ନଦୀର ବିଦ୍ୟାଧରପୁର କେନାଲ ଡିଭିଜନ ହଦଗଡ଼ ଡ୍ୟାମର ଗୋଟିଏ ଗେଟ ଖୋଲିଛି ଓ ଉପରମୁଣ୍ଡର ବର୍ଷାକୁ ଦେଖି ଅଧିକ ଗେଟ ଖୋଲିବା ନିଷ୍ପତ୍ତି ନିଆଯିବ । ଆଖୁଆପଦା ଆନିକଟ ଠାରେ ବିପଦ ସଂକେତ ୧୭.୮୩ ମିଟର ଥିବା ବେଳେ ସକାଳ ୬ଟା ସୁଦ୍ଧା ୧୬.୭୮ ମିଟରରେ ବନ୍ୟା ଜଳ ପ୍ରବାହିତ ହେଉଛି । ତେବେ ଜିଲ୍ଲାର ସମସ୍ତ ଅଙ୍ଗନବାଡି ଓ ସ୍କୁଲକୁ ବନ୍ଦ ଘୋଷଣା କରାଯାଇଛି ।

ବନ୍ୟା ପରିସ୍ଥିତି ଉପୁଜିଲେ ଭଦ୍ରକ ପୌରାଞ୍ଚଳ , ଭଦ୍ରକ ବ୍ଲକ,ତିହିଡି ବ୍ଲକ ଅଧିନରେ ଥିବା ୧୧ଟି ପଞ୍ଚାୟତର ୩୧ ଗାଁ , ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକର ତଳିଆ ଅଞ୍ଚଳ ପ୍ରଭାବିତ ହେବାର ଆଶଙ୍କା ରହିଛି । ତଳିଆ ଅଞ୍ଚଳର ଲୋକ, ଗର୍ଭବତୀ ମହିଳା , ଶିଶୁ ଓ ବୟସାଧିକ ଲୋକଙ୍କୁ ସ୍ଥାନାନ୍ତର ପାଇଁ ପ୍ରାଥମିକତା ଦିଆଯିବ। ବନ୍ୟା ଜଳ ପ୍ରବାହିତ ହେଉଥିବା ରାସ୍ତା ଓ ପୋଲ ଉପରେ ଯାତାୟାତ ବନ୍ଦ ପାଇଁ ପୋଲିସ ମୃତୟନ କରାଯିବ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ASO ପରୀକ୍ଷା ନେଇ ନୂଆ ତାରିଖ ଘୋଷଣା କରିଛି OPSC ଆସନ୍ତା ୨୭ତାରିଖ ପରୀକ୍ଷା ଅନୁଷ୍ଠିତ ହେବ

Sat Aug 20 , 2022
ମନୋଜ ମହାନ୍ତି(ବାସ୍ତବବ୍ୟୁରୋ):ଅଗଷ୍ଟ ୨୭ରେ ହେବ ASO ପରୀକ୍ଷା । ଆସନ୍ତା ଶନିବାର ASO ପରୀକ୍ଷା ହେବା ନେଇ ସ୍ପଷ୍ଟ କରିଛନ୍ତି ଓପିଏସସି ଅଧ୍ୟକ୍ଷ ସତ୍ୟଜିତ ମହାନ୍ତି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଓପିଏସସି ଅଧ୍ୟକ୍ଷ । ୨୧ ଅଗଷ୍ଟରେ ASO ପରୀକ୍ଷା ହେବା ନେଇ ନିଷ୍ପତ୍ତି ହୋଇଥିଲା । କିନ୍ତୁ ବନ୍ୟା କାରଣରୁ ଏହି ପରୀକ୍ଷାକୁ ଅନିର୍ଦିଷ୍ଟ ଦିନ ନିମନ୍ତେ ସ୍ଥଗିତ କରିଥିଲେ ଓପିଏଏସି ଅଧ୍ୟକ୍ଷ । […]

You May Like

Pin It on Pinterest