ସିବିଆଇ, ଇଡି ଭଳି ସଂସ୍ଥା ଦ୍ୱାରା ବିଜେଡିକୁ କେନ୍ଦ୍ର ସରକାର ନିୟନ୍ତ୍ରଣରେ ରଖୁଛନ୍ତି-ସୁର ରାଉତରାୟ

  • ନବୀନଙ୍କୁ ଦଳ ଗ୍ରହଣ କରିବନି: ବିଜେପି
  • ରାଜ୍ୟ ସ୍ବାର୍ଥ ପାଇଁ ଏନ୍‌ଡିଏକୁ ସମର୍ଥନ: ବିଜେଡି
  • ଅଘୋଷିତ ମେଣ୍ଟ ଚାଲିଛି: କଂଗ୍ରେସ

ପ୍ରମୋଦ ନାୟକ(ଭୁବନେଶ୍ବର): କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠାୱଲେ ସୋମବାର ଗଣମାଧ୍ୟମ ଜରିଆରେ ଙ୍କୁନବୀନ ପଟ୍ଟନାୟକଙ୍କୁ ଏନ୍‌ଡିଏରେ ମିଶିବା ପାଇଁ ଗାନ ମାଧ୍ୟମ ଜରିଆରେ ପ୍ରସ୍ତାବ ଦେଇଥିଲେ। ଅଠାୱଲେଙ୍କ ଏଭଳି ମନ୍ତବ୍ୟ ପରେ ବିଜେଡି-ବିଜେପି ସମ୍ପର୍କ ନେଇ ପୂର୍ବରୁ ଯେଉଁ ଆଲୋଚନା ହେଉଥିଲା ତାହା ଏବେ ଜୋର୍‌ ଧରିଛି। ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି ଯେ, ନବୀନଙ୍କୁ ବିଜେପି ଆଦୌ ଗ୍ରହଣ କରିବ ନାହିଁ। ଅଠାୱଲେଙ୍କ ଦଳ ଏନ୍‌ଡିଏର ଏକ ସହଯୋଗୀ ଦଳ। ସେ ଯାହା କହିଛନ୍ତି ତାହା ତାଙ୍କ ବ୍ୟକ୍ତିଗତ ମତ ହୋଇପାରେ ।

ଏହା ବିଜେପିର ଆଭିମୁଖ୍ୟ ନୁହେଁ। ସେହିପରି ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଆମର ଆଭିମୁଖ୍ୟ ସ୍ପଷ୍ଟ। ଆମ ଦଳର କିଛି ସ୍ବତନ୍ତ୍ରତା ରହିଛି। ଏବେ କେବଳ ରାଜ୍ୟ ଓ ‌ଦେଶର ସ୍ବାର୍ଥ କ୍ଷେତ୍ରରେ ବିଜେଡି ଏନ୍‌ଡିଏକୁ ସମର୍ଥନ କରୁଛି। ଏପଟେ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି ବିଜେଡି ଓ ବିଜେପି ହେଉଛନ୍ତି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ। ବିଜେଡି ୯ ବର୍ଷ କାଳ ବିଜେପି ସହ ଥିଲା। ବିଜେଡି ଶକ୍ତିଶାଳୀ ହେବା ପରେ ବିଜେପିଠାରୁ ଅଲଗା ହୋଇଥିଲା। ଏବେ ସିବିଆଇ, ଇଡି ଭଳି ସଂସ୍ଥା ଦ୍ୱାରା ବିଜେଡିକୁ କେନ୍ଦ୍ର ସରକାର ନିୟନ୍ତ୍ରଣରେ ରଖୁଛନ୍ତି। ସେମାନଙ୍କର ଅଘୋଷିତ ମେଣ୍ଟ ଚାଲିଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପ୍ରକୃତି ପ୍ରେମୀ ବାବେବିରା ର ରବୀନ୍ଦ୍ର ବାରିକ ଆଉ ନାହାନ୍ତି….

Wed Aug 24 , 2022
ବରଗଡ଼(ନବୀନ ଦାଶ ବାସ୍ତବ ଟିଭି):ବରଗଡ଼ ଜିଲ୍ଲାଅତାବିରା ବ୍ଲକ ବାବେବୀରା ଗ୍ରାମର ପ୍ରକୃତି ପ୍ରେମୀ ରବୀନ୍ଦ୍ର ବାରିକ୍ ଆଉ ନାହାନ୍ତି । ଆଜି ସକାଳ ପ୍ରାୟ ୯ ଟା ସମୟରେ ହୃଦ ଘାତରେ ତାଙ୍କର ବିୟୋଗ ଘଟିଛି ।ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ହୋଇଥିଲା । ତାଙ୍କର ଦୃଢ଼ ମନୋବଳ ଯୋଗୁଁ ୯୮ ବର୍ଷରେ ପଦାର୍ପଣ କରି ମଧ୍ୟ ,ତାଙ୍କୁ ବାର୍ଦ୍ଧକ୍ୟ କବଳିତ କରିପାରି ନଥିଲା । ସେ ପରିଣତ […]

You May Like

Pin It on Pinterest