ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି…

ପ୍ରମୋଦ ନାୟକ(ଭୁବନେଶ୍ବର):ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲିଖି ଛୁଟି ମାଗିଛନ୍ତି ।ତାହା ସରକାରୀ ଛୁଟି ଘୋଷଣା ପାଇଁ ଶ୍ରୀ ମିଶ୍ରଙ୍କ ଦାବି । ପଶ୍ଚିମ ଓଡ଼ିଶାର ଲୋକପ୍ରିୟ ଗଣପର୍ବ ‘ନୂଆଖାଇ’ ଅବସରରେ ୨ ଦିନ ସରକାରୀ ଛୁଟି ଘୋଷଣା କରିବା ନେଇ ଶ୍ରୀ ମିଶ୍ର ଦାବି କରିଛନ୍ତି। ଚିଠିରେ ସେ ଲେଖିଛନ୍ତି ଯେ, ଆସନ୍ତା ‌ସେପ୍ଟେମ୍ବର ୧ ତାରିଖରେ ପଶ୍ଚିମ ଓଡ଼ିଶାର ଗଣପର୍ବ ‘ନୂଆଖାଇ’ ପାଳନ ହେବ। କିନ୍ତୁ ଜିଲ୍ଲା ପ୍ରଶାସନ ସରକାରୀ କର୍ମଚାରୀ ଓ ଜନସାଧାରଣଙ୍କୁ ନୂଆଖାଇ ପର୍ବ ପାଳନ ପାଇଁ ୨ ଦିନ ଅନୁମତି ଦେଉନାହାନ୍ତି। ତେଣୁ ରାଜ୍ୟ ସରକାରଙ୍କୁ ମୁଁ ଅନୁରୋଧ କରୁଛି ଯେ, ‘ନୂଆଖାଇ’ ପର୍ବ ପାଇଁ ୨ ଦିନ ଲୋକାଲ ‌ଛୁଟି ଘୋଷଣା କରାଯାଉ।

ଶ୍ରୀ ମିଶ୍ର କହିଛନ୍ତିକି,ପଶ୍ଚିମ ଓଡ଼ିଶାରେ ନୂଆଖାଇକୁ ବ୍ୟାପକ ଭାବେ ପାଳନ କରାଯାଇଥାଏ। ସମ୍ବଲପୁର, ବରଗଡ଼, କଳାହାଣ୍ଡି ଏବଂ ପଶ୍ଚିମ ଓଡ଼ିଶାର ଅନ୍ୟ ଜିଲ୍ଲାଗୁଡ଼ିକରେ ଏହି ପର୍ବକୁ ଆକର୍ଷଣୀୟ ଭାବେ ପାଳନ କରାଯାଇଥାଏ। ଖରିଫ ଋତୁରେ ଫସଲ ଅମଳ କରିବା ପୂର୍ବରୁ ଚାଷୀମାନେ ମା’ ସମଲେଶ୍ବରୀ ଓ ମା’ ମାଣିକେଶ୍ବରୀଙ୍କ ବ୍ୟତୀତ ପଶ୍ଚିମ ଓଡ଼ିଶାର ଅନ୍ୟ ମନ୍ଦିରରେ ନୂଆ ଧାନକୁ ଅର୍ପଣ କରିଥାନ୍ତି। ଦେଶ ବିଦଶେରେ ରହୁଥିବା ପଶ୍ଚିମ ଓଡ଼ିଶାର ଲୋକେ ନିଜ ପରିବାରର ସଦସ୍ୟ, ବନ୍ଧୁବାନ୍ଧବ, ସଂପର୍କୀୟମାନଙ୍କୁ ଭେଟିବା ପାଇଁ ଆସିଥାନ୍ତି। ଗୋଟିଏ ଛାତ ତଳେ ପରିବାର ସଦସ୍ୟମାନେ ନୂଆଖାଇ ପାଳନ କରିଥାନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାନସଭା ସଦସ୍ୟ ପଦ ରଦ୍ଦ :ପତ୍ନୀ କଳ୍ପନା ହୋଇପାରନ୍ତି ଝାଡଖଣ୍ଡର ନୂଆ ସିଏମ୍

Sat Aug 27 , 2022
ଏସ.ବାସ୍ତବ:ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାନସଭାର ସଦସ୍ୟତା ରଦ୍ଦ କରାଯାଇଛି। ସୂଚନାନୁସାରେ, ଅଫିସ ଅଫ ପ୍ରଫିଟ ସମ୍ବନ୍ଧରେ ସୋରେନଙ୍କ ବିଧାନସଭା ସଦସ୍ୟତା ରଦ୍ଦ କରିବାକୁ ରାଜ୍ୟପାଳ ସୁପାରିଶ କରିଛନ୍ତି। ପଥର ଖଣି ଲିଜ୍ ନେଇଥିବା ଅଭିଯୋଗରେ ,ନିର୍ବାଚନ ଆୟୋଗ ଗୁରୁବାର ରାଜ୍ୟପାଳଙ୍କୁ ତାଙ୍କ ସଦସ୍ୟତା ବାତିଲ କରିବାକୁ ସୁପାରିଶ କରିଥିଲେ । ରାଜ୍ୟପାଳ ରମେଶ ବାଇସ ଏହି ପ୍ରସଙ୍ଗରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କ ସହିତ ପରାମର୍ଶ କରିଥିଲେ। ଏଥିସହ […]

You May Like

Pin It on Pinterest