କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି…

ପ୍ରମୋଦ ନାୟକ(ଭୁବନେଶ୍ବର) : କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲଗାତାର ତୃତୀୟ ବର୍ଷ ଧରି ରାଜ୍ୟରେ ସାର ସଙ୍କଟ ଉତ୍କଟ ରୂପ ନେଇଛି। ବନ୍ୟା ସମୟରେ କ୍ଷତିଗ୍ରସ୍ତ ଫସଲ ପାଇଁ ସାରର ଆବଶ୍ୟକତା ଅଧିକ ଥାଏ। ଠିକ୍‌ ସେହିସମୟରେ ଚାଷୀଙ୍କ ପାଖରେ ଡିଏପି ଏବଂ ଏମ୍‌ଓପି ଭଳି ସାର ନାହିଁ। ରାଜ୍ୟ ସରକାରଙ୍କ ପକ୍ଷରୁ ବାରମ୍ବାର କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଉଥିଲେ ବି କିଛି ସୁଫଳ ମିଳିନାହିଁ। ଆବଶ୍ୟକତା ତୁଳନାରେ କମ୍ ଡିଏପି ଓ ଏମ୍‌ଓପି ଯୋଗାଣ ହେଉଥିବାରୁ ମୁଖ୍ୟମନ୍ତ୍ରୀ ଉଦ୍‌ବେଗ ପ୍ରକାଶ କରିବା ସହ ତୁରନ୍ତ ସାର ଯୋଗାଣ ସ୍ବାଭାବିକ କରିବାକୁ ଶ୍ରୀ ମାଣ୍ଡଭିୟଙ୍କ ନିକଟରେ ଦାବି କରିଛନ୍ତି।

ଜୁଲାଇ ମାସ ଶେଷ ସୁଦ୍ଧା ଓଡ଼ିଶାର ଆବଶ୍ୟକତା ଅନୁଯାୟୀ ୟୁରିଆ ଯୋଗାଣ ଠିକ୍ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇବା ସହ ଦର୍ଶାଇଛନ୍ତି ଯେ ଜୁଲାଇ ମାସ ‌ଶେଷ ସୁଦ୍ଧା ଧାର୍ଯ୍ୟ ଯୋଗାଣ ଠାରୁ ୪୬ ହଜାର ୮୭୭ ମେଟ୍ରିକ ଟନ୍‌ ଡିଏପି ଏବଂ ୧୦୧୦ ମେଟ୍ରିକ ଟନ୍‌ ଏମ୍‌ଓପି ଯୋଗାଣ କମ୍ ହୋଇଛି। ବର୍ତ୍ତମାନ ମୌସୁମୀ ସକ୍ରିୟ ହୋଇଥିବାରୁ କୃଷି କାର୍ଯ୍ୟ ତ୍ବରାନ୍ବିତ ହୋଇଛି। ଫଳରେ ସାରର ଆବଶ୍ୟକତା ଏବେ ଅଧିକ ବଢ଼ିଯାଇଛି। ବିଗତ ବର୍ଷଗୁଡ଼ିକରେ ୟସ୍‌, ଜୱାଦ୍ ଓ ଗୁଲାବ ପରି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ରାଜ୍ୟରେ ଫସଲ ଉତ୍ପାଦନ ହ୍ରାସ ପାଇଥିଲା।

ପାଣିପାଗ ବିଭାଗର ଆକଳନ ଅନୁଯାୟୀ ମୌସୁମୀ ଏଥର ସ୍ବାଭାବିକ ଥିବାରୁ ଅଧିକ ଅମଳ ହେବାର ସମ୍ଭାବନା ଦେଖାଦେଇଛି। ତେଣୁ ବର୍ତ୍ତମାନ ଆବଶ୍ୟକତା ‌ଅନୁଯାୟୀ ଚାଷୀଙ୍କୁ ସାର ଯୋଗାଣର ଜରୁରୀ ଆବଶ୍ୟକତା ରହିଛି। ଅଗଷ୍ଟ-ସେପ୍ଟମ୍ବର ମାସରେ ବିଭିନ୍ନ ସାରର ଚାହିଦା ଅଧିକ ଥାଏ। ତେଣୁ ଏହି ସମୟରେ ସାରର କମ୍ ଯୋଗାଣ ରାଜ୍ୟରେ କୃଷି ଉତ୍ପାଦନକୁ ସାଂଘାତିକ ଭାବେ ପ୍ରଭାବିତ କରିବାର ଆଶଙ୍କା ରହିଛି। ତେଣୁ ଚାଷୀଙ୍କ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ମନ୍ତ୍ରୀ ନିଜେ ହସ୍ତକ୍ଷେପ କରି ରାଜ୍ୟର ଆବଶ୍ୟକତା ମୁତାବକ ସାର ଯୋଗାଣ ସ୍ବାଭାବିକ କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ନିଶାସକ୍ତ ଯୁବକ,ମୁଣ୍ଡଳୀ ବ୍ରିଜରେ ଗାଡି ରଖି ମହାନଦୀକୁ ଡେଇଁଲେ...

Sat Aug 27 , 2022
ସଞ୍ଜୟଶତପଥୀ(କଟକ)୨୭।୮:ଭୁବନେଶ୍ବର ଶୈଳଶ୍ରୀ ବିହାରର ଜନୈକ ନିଶାସକ୍ତ ଯୁବକ ,ମୁଣ୍ଡଳୀ ବ୍ରିଜରେ ସ୍କୁଟି ରଖି ମହାନଦୀକୁ ଡେଇଁଲେ ।ମୁଣ୍ଡଳୀ ବ୍ରିଜ ଉପରେ OD 33 R 9270 ନମ୍ବରର ଦୁଇଚକିଆ ଗାଡି(ସ୍କୁଟି) ରଖାଯାଇଛି ।ଯୁବକ ଜଣଙ୍କ ହେଲେ ବିଶ୍ଵଦେବ ଦାସ । ତାଙ୍କ ଘର ଭୁବନେଶ୍ବର ଶୈଳଶ୍ରୀ ବିହାରରେ ବୋଲି ଜଣାପଡିଛି । ତେବେ ଯୁବକ ଜଣଙ୍କ ନିଶାସକ୍ତ ଥିବା ଅବସ୍ଥାରେ ନଦୀକୁ ଡେଇଁ ପଡ଼ିଥିଲେ । ସ୍ଥାନୀୟ ମତ୍ସ୍ୟଜୀବୀ ଏହି […]

You May Like

Pin It on Pinterest