•କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଓ ‘ପାରିଜାତ’ ବିହନ. ଯୋଗାଣ ଦାବି ବାଲେଶ୍ୱର୨୪/୮(କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଜିଲ୍ଲାରେ ସାମ୍ପ୍ରତିକ ବନ୍ୟା ପରିସ୍ଥିତିର ସମୀକ୍ଷା ଏବଂ ସ୍ଥାୟୀ ପ୍ରତିକାର ପାଇଁ ପଞ୍ଚାୟତିରାଜ, ଗ୍ରାମୀଣ ଉନ୍ନୟନ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ଜିଲ୍ଲା ଗସ୍ତ ଅବସରରେ ବସ୍ତା ବିଧାୟିକା ସୁବାସିନୀ ଜେନା ଭୋଗରାଇ ଠାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦେଇ ବସ୍ତା ଓ ବାଲିଆପାଳ […]

ଭୁବନେଶ୍ୱର(ବର୍ଷା ଦାସ)୨୪/୮ : ଚଞ୍ଚକତା କରି ଜାଗା ଦଖଲ , ଫରଜି ପଦ୍ଧତିରେ ଦାଖଲ ଖାରଜ କେଶ ,ଏବଂ ଶେଷରେ ଚଢା ଦରରେ ଅନ୍ୟକୁ ଜାଗା ବିକ୍ରୀ।ରାଜଧାନୀ ଘାଟିକିଆ ରାଜସ୍ବ ସର୍କଲ ଆଇଗିଣିଆ ଗ୍ରାମର ଏହି ଘଟଣା କୁ ନେଇ ମୁଖ୍ୟମନ୍ତ୍ରୀ ଙ୍କ ଅଭିଯୋଗ ଶୁଣାଣି ଶିବିରରେ ଅଭିଯୋଗ କଲେ କ୍ଷତିଗ୍ରସ୍ତ ପରିବାର । ସୂଚନା ଅନୁଯାୟୀ ଆଇଗିଣିଆ ଗ୍ରାମର ହରିହର ମହାରଣା କିଣିଥିବା ଜାଗାକୁ କ୍ଷମତା ପତ୍ର ବଳରେ […]

ପୁରୀ(ଜୟକୃଷ୍ଣ ଦାସ):ଶ୍ରୀମନ୍ଦିର ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ!ପୁରୀ ବଡ଼ଦାଣ୍ଡ ଅଞ୍ଚଳରେ, ବଲବଣ୍ଡି ଛକ ନିକଟସ୍ଥ ଜାତୀୟ ରାଜପଥ ପାର୍ଶ୍ୱରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମି ଉପରେ ବେଆଇନ ଭାବେ ଏକ ପେଟ୍ରୋଲ ପମ୍ପ ନିର୍ମାଣ ଚାଲିଥିବା ର ସାମ୍ନାକୁ ଆସିଛି। ପୁରୀ ସଦର ତହସିଲ ଅଧୀନ ପୁରୀ ମୁନିସିପାଲିଟି ଅଞ୍ଚଳର ୱାର୍ଡ ନମ୍ବର ୨୧, ଖାତା ନମ୍ବର ୨୪୫ ଓ ପ୍ଲଟ ନମ୍ବର ୩୬୦ର ଜମିର ମାଲିକାନା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମରେ ରହିଛି। […]

କଟକ(ସଂଜୟ ଶତପଥୀ): ସଂପ୍ରତି ଓଡ଼ିଶାରେ ବ୍ୟାପକ ଭାବେ ଚୋରା ନିଶା କାରବାର ବୃଦ୍ଧି ପାଉଥିବା ଏବଂ ଏଥିଲାଗି ବିଭିନ୍ନ ପ୍ରକାରର ଅସାମାଜିକ ଓ ଅପରାଧ ଘଟୁଥିବା ବେଳେ ଓଡ଼ିଶା ସରକାର “ନିଶା” ହିଁ ସମସ୍ତ ଗଣ୍ଡଗୋଳ ର ମୂଳ ବୋଲି ହୃଦୟଙ୍ଗମ କରିବା ସହ ଓଡ଼ିଶା ର ପୋଲିସ୍ ପ୍ରଶାସନ କୁ ଏହି ବିଷୟରେ ଜନସାଧାରଣଙ୍କୁ ସଚେତନ କରାଇବା ଲାଗି ଏକ କାର୍ଯ୍ୟକ୍ରମ “ନିଶାକୁ ନାଁ” ଶିବିର ର ଆୟୋଜନ […]

ଭୁବନେଶ୍ବର(ପ୍ରଶାନ୍ତ ପାଇକରାଏ): ଭାରତୀୟ ଜନସଂଘର ପ୍ରତିଷ୍ଠାତା, ମହାନ ଶିକ୍ଷାବିତ୍, ପ୍ରଖର ରାଷ୍ଟ୍ରବାଦୀ ଚିନ୍ତକ ଡ଼.ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୧୨୫ତମ ଜୟନ୍ତୀ ଅବସରରେ ଆଜି ଭୁବନେଶ୍ୱରସ୍ଥିତ ଶ୍ୟାମା ପ୍ରସାଦ ମୁଖାର୍ଜୀ ପାର୍କରେ ଥୂବା ପ୍ରତିମୂର୍ତ୍ତିରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ରାଷ୍ଟ୍ରର ଏକତା, ଅଖଣ୍ଡତା ଓ ସାଂସ୍କୃତିକ ଚେତନା ପ୍ରତି ତାଙ୍କର ଅବଦାନ ଚିରସ୍ମରଣୀୟ ଏବଂ ସଦା ପ୍ରେରଣାଦାୟକ ବୋଲି […]

ଭୁବନେଶ୍ୱର(ତ୍ରିଭୁବନ ମହାପାତ୍ର): ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ସ୍ଥାନୀୟ ଲୋକସେବା ଭବନରେ ଆୟୋଜିତ ହୋଇଯାଇଛି। ଏହି ବୈଠକରେ ମୂଖ୍ୟମନ୍ତ୍ରୀ ଙ୍କ ଘୋଷଣା ଅନୁଯାୟୀ ୯୧୧ ଆଶ୍ରୟସ୍ଥଳୀର ରକ୍ଷଣାବେକ୍ଷଣ ପାଇଁ ୬ ଲକ୍ଷ ଟଙ୍କା ଲେଖାଏଁ ପାଣ୍ଠି ର ବ୍ଯୟ ବରାଦର ବ୍ୟବସ୍ଥା କରାଯାଇଛି। ଏହା ସହିତ ସୋସିଆଲ ମିଡିଆ ମାଧ୍ୟମରେ ମୋବାଇଲରେ ସଠିକ୍ ସୂଚନା ମିଳିବାର ଯୋଜନା ରହିଛି। ଜିରୋ କାଜୁଆଲ୍‌ଟି’ ଆମର ସଙ୍କଳ୍ପ, […]

ଭୁବନେଶ୍ବର(ତ୍ରିଭୁବନ ମହାପାତ୍ର): ଶିକ୍ଷକତାରୁ ରାଜନେତା ସାଜିଥିବା ଆମ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁଲି ନାହାନ୍ତି ସେହି ଶିକ୍ଷକତାକୁ। ନିଜ କାର୍ଯ୍ୟାଳୟରେ ଛୋଟ ଛୋଟ ପିଲାମାନଙ୍କୁ ହାତଧରି ଲେଖାଇଲେ ମା’, ‘ବାପା’। ସମସ୍ତେ ପଢ଼ିବେ, ସମସ୍ତେ ବଢ଼ିବେ ଭାବନାକୁ ସାକାର କରିବା ପାଇଁ ଓଡ଼ିଶା ର ସମସ୍ତ ସ୍କୁଲ ରେ ଶତପ୍ରତିଶତ ନାମଲେଖା ପାଇଁ ନିର୍ଦ୍ଦେଶ ସହ ୫ ଲକ୍ଷ ନିମନ୍ତ୍ରଣ ପତ୍ର ବଣ୍ଟନ ର […]

ଭୁବନେଶ୍ୱର(ନି.ପ୍ର):ରାଜ୍ୟ ସରକାର ସାମ୍ବାଦିକମାନଙ୍କୁ ଅନ୍ୟ ରାଜ୍ୟ ପରି ପେନ୍‍ସନ୍‍ ପ୍ରଦାନ କରିବେ। ଏ ନେଇ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ସରକାର ସକାରାତ୍ମକ ମନୋଭାବ ନେଇ ଏହି କାର୍ଯ୍ୟ ହାତକୁ ନେଇଛନ୍ତି। ଏହା କାର୍ଯ୍ୟକାରୀ ହେଲେ ଅନେକ ସାମ୍ବାଦିକ ସୁଫଳ ପାଇବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଆମେ ବିରୋଧୀ ଆସନରେ ଥିବାବେଳେ ଏହି ପ୍ରସଙ୍ଗ ଉଠାଉଥିଲୁ।ଏବେ ଶାସନ ଗାଦିକୁ ଆସିବା ପରେ ଯାହା ଦାବି କରୁଥିଲୁ ତାକୁ […]

କେନ୍ଦ୍ରାପଡ଼ା(ରାକେଶ ମହାନ୍ତି): ୩୦/୦୫/୨୦୨୫-ଆସନ୍ତା ୨ ତାରିଖ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ କେନ୍ଦ୍ରାପଡ଼ା ଗସ୍ତ କାର୍ଯ୍ୟକ୍ରମ ରହିଛି । ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ଜିଲ୍ଲାପାଳ ବିଭିନ୍ନ ଅଧିକାରୀଙ୍କୁ ଦେଇଥିବା ଦାୟୀତ୍ବ ସମ୍ପର୍କରେ ବୁଝିବା ସହିତ ଅନ୍ୟ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ଉପରେ ଆଲୋଚନା କରିଛନ୍ତି ।ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ […]

ଭୁବନେଶ୍ବର ୨୯/୦୧ /୨୦୨୫:ଦୁଇ ଦିନିଆ ଉତ୍କର୍ଷ ଓଡିଶା ମେକ୍ ଇନ୍ ଓଡିଶା କନକ୍ଲେଭ୍ ୨୦୨୫ ଆମ ପାଇଁ ଅପାର ସଫଳତା ଆଣିଛି । ଏଥିରେ ସାରା ବିଶ୍ୱର ଅନେକ ଶିଳ୍ପପତି, ବିଜନେସ୍ ଡେଲିଗେଟ୍, ପୁଞ୍ଜି ନିବେଶକ ଓ ନୀତି ନିର୍ଦ୍ଧାରକ ମାନେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀଜୀ ନିଜେ ଉପସ୍ଥିତ ରହି ଓଡିଶାରେ ପୁଞ୍ଜି ନିବେଶ ପାଇଁ ତାଙ୍କର ଗ୍ୟାରେଣ୍ଟି- ‘ମୋଦୀ ଗ୍ୟାରେଣ୍ଟି’ ଦେଇଥିଲେ । 2036 […]

Pin It on Pinterest