ଅମୃତ ମହୋତ୍ସବ ପାଳନ ପରିପ୍ରକ୍ଷି ରେ ଗୋଡଭଗା ଠାରେ “ଅହିଂସା ରଥ”କୁ ସ୍ଵାଗତ ସମ୍ବର୍ଦ୍ଧନା..

ବରଗଡ଼(ନବୀନ ଦାଶ): ଓଡ଼ିଶା ସରକାରଙ୍କ ଦ୍ୱାରା ପରିକ୍ରମା କରୁଥିବା ” ଅହିଂସା ରଥକୁ” ଗତ ୨୭ ତାରିଖ ଅପରାହ୍ନରେ ବରଗଡ଼ ଜିଲ୍ଲାର ମୁଖ୍ୟ ଦ୍ଵାର ଗୋଡଭଗା ଠାରେ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହି ଅବସରରେ ଜିଲ୍ଲାପାଳ ମନିଷା ବାନାର୍ଜୀ ସବୁଜ ପତାକା ଦେଖାଇ ଦୁଇଟି ରଥକୁ ସ୍ଵାଗତ ଜଣାଇଥିଲେ ।

ରଥ ଦୁଇଟିକୁ ପୂଜାର୍ଚ୍ଚନା ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଅହିଂସାର ପୂଜାରୀ ମହାତ୍ମା ଗାନ୍ଧୀ ଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଏଥିରେ ଗୋଡଭଗା ଛକ ଠାରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ବରଗଡ଼ ଜିଲ୍ଲାପାଳ ମନିଷା ବାନାର୍ଜୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଜିଲ୍ଲା ଆରକ୍ଷି ଅଧିକାରୀ ସ୍ମିତ ପି ପରମାର ପୁରୁଷୋତ୍ତମ ଦାଶ ,ଅତାବିରା ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ନାଏକ ,ଉପାଧ୍ୟକ୍ଷ ଅନନ୍ତ ମେହେର ,ଜିଲ୍ଲା ପ୍ରକଳ୍ପ ଅଧିକାରୀ କୃତିବାସ ରାଉତ ,ସାଂସ୍କୃତିକ ଅଧିକାରୀ ବରଗଡ଼ ଶ୍ରୀ ସନ୍ତ୍ରାସ ନାରାୟଣ ପଣ୍ଡା ,କଳାପାଣି ମହା ବିଦ୍ୟାଳୟର ଅଧ୍ୟକ୍ଷ ମୋହନ ସାହୁ ପ୍ରମୁଖ ନିମନ୍ତ୍ରିତ ଅତିଥି ରୂପେ ମଞ୍ଚାଷୀନ ହୋଇଥିବା ବେଳେ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କଲ୍ୟାଣୀ ଦାସ କାର୍ଯ୍ୟକ୍ରମ କୁ ପରିଚାଳନା କରିଥଲେ ।

ଅହିଂସା ନୀତି କୁ ଜୀବନର ଆଦର୍ଶ ରୂପେ ଗ୍ରହଣ କରିବା ସହ ଭାରତ ର ସ୍ଵାଧୀନତା ପ୍ରାପ୍ତି ପାଇଁ ବଳିଦାନ ଦେଇଥିବା ମହାନ୍ ବ୍ୟକ୍ତିତ୍ଵ ତଥା,ଦେଶର ଜଵାନ ମାନଙ୍କୁ ସର୍ବଦା ମନେରଖିବା ଓ ଦେଶ ପ୍ରେମ ଭାବନାରେ ସ୍ବତଃ ସ୍ପୂର୍ତ୍ତ୍ ଭାବେ ଜଡ଼ିତ ହେବା ପାଇଁ ନିମନ୍ତ୍ରିତ ଅତିଥି ମାନେ ନିଜ ନିଜ ବକ୍ତବ୍ୟରେ କହିଥିଲେ । ଏହା ପରେ ଅଞ୍ଚଳର ବିଭିନ୍ନ ଶିକ୍ଷା ଅନୁଷ୍ଠାନ ମାନଙ୍କର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ପ୍ରାୟ ୫୦ ଟି ନୃତ୍ୟ ଗୀତ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।ଦେଶର ସହିଦ ଜଵାନ୍ ମାନଙ୍କ ଉପରେ ଏକ ସୁନ୍ଦର ଡ୍ରାମା ପରି ବେଷିତ ହୋଇଥିଲା,ଯାହା ସମସ୍ତଙ୍କ ଆଖିରେ ଲୁହ ଭରି ଦେଇଥିଲା ।ପୁଣି ଥରେ ଦେଶର ସୀମାରେ ଲଢ଼ୁଥିବା ଭାରତ ମାତାର ବୀର ପୁତ୍ର ମାନଙ୍କ ର ତଥା ସ୍ଵାଧିନତା ସଂଗ୍ରାମୀ ମାନଙ୍କ ପ୍ରତି ସମସ୍ତଙ୍କ ହୃଦୟ ରେ ଆବିଳତା ଭରି ଦେଇଥିଲା ।ଏହା ବ୍ୟତୀତ ମହିଳା ସଙ୍କୀର୍ତ୍ତନ,ଦୁଲୁଦୂଲି ବାଜା ଆଦିର ତାଳରେ ଅଞ୍ଚଳ ଝୁମି ଉଠିଥିଲା ।

ଏହି ସ୍ଵାଗତ କାର୍ଯ୍ୟକ୍ରମରେ ଅଞ୍ଚଳର ସମସ୍ତ ଅନୁଷ୍ଠାନ ର କର୍ମ କର୍ତ୍ତା ,ସଭ୍ୟ ,ସଭ୍ୟା ,ସ୍ଵୟଂ ସହାୟକ ଗୋଷ୍ଟି ,ସମାଜ ସେବୀ ,ବ୍ଲକ ର ସମସ୍ତ ସରକାରୀ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀ ,ଛାତ୍ର ଛାତ୍ରୀ ,ଶିକ୍ଷକ ,ଶିକ୍ଷୟତ୍ରୀ ତଥା ଗ୍ରାମବାସୀ ମାନଙ୍କ ସକ୍ରିୟ ସହଯୋଗ ରହିଥିଲା । ଶେଷରେ ଅତାବିରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୋଦ ମେହେର ଧନ୍ୟବାଦ୍ ଅର୍ପଣ କରିଥିଲେ ।ଜିଲ୍ଲାପାଳ ଓ ଏସ ପି ପୁଣି ସବୁଜ ପତାକା ଦେଖାଇ ରଥ ଦୁଇଟିକୁ ଅତାବିରା ଅଭିମୁଖେ ଯାତ୍ରା କରିବାର ସଂକେତ ଦେଇଥିଲେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜି ୧୫ ଟି ଜିଲ୍ଲାରେ ବିଜୁଳି,ଘଡ଼ଘଡ଼ି ସହ ବର୍ଷା ହେବ...

Sun Aug 28 , 2022
ଭୁବନେଶ୍ୱର:ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାଇ,ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ହୋଇଥିବାରୁ ମୌସୁମୀଜନିତ ଲଗାଣ ବର୍ଷା ହେଉନାହିଁ। ମୌସୁମୀଜନିତ ନିମ୍ନ ଚାପରେଖା ବର୍ତ୍ତମାନ ସମୁଦ୍ର ପତ୍ତନଠାରୁ ହିମାଳୟର ପାଦଦେଶ ଯାଏ ଲମ୍ବିଛି। ଦୁର୍ବଳ ମୌସୁମୀ ସ୍ଥିତି ଜାରି ରହୁଥିବାରୁ ବାୟୁମଣ୍ଡଳର ତାପମାତ୍ରା ବଢ଼ୁଛି, ଫଳରେ ଅପରାହ୍ନ ଆଡ଼କୁ ରାଜ୍ୟର କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବିକ୍ଷିପ୍ତ ବର୍ଷା ହେଉଥିବାର ପରିଲକ୍ଷିତ ହେଉଛି । ଠିକ ସେହିପରି […]

You May Like

Pin It on Pinterest