ସାଂସ୍କୃତିକ କାର୍ଯ୍ୟକ୍ରମପାଇଁ ଆଉ ଆୟୋଜକଙ୍କୁ ସଂସ୍କୃତି ବିଭାଗକୁ ଦୌଡ଼ିବାକୁ ପଡ଼ିବ ନାହିଁ ଗୋଟିଏ କ୍ଲିକ୍‌ରେ ଅନ୍‌ଲାଇନ୍‌ରେ ହେବ ସଂରକ୍ଷଣ…

ପ୍ରମୋଦ ନାୟକ(ଭୁବନେଶ୍ବର) : ଏବେ ସାଂସ୍କୃତିକ କାର୍ଯ୍ୟକ୍ରମପାଇଁ ଆଉ ଆୟୋଜକଙ୍କୁ ସଂସ୍କୃତି ବିଭାଗକୁ ଦୌଡ଼ିବାକୁ ପଡ଼ିବ ନାହିଁ ।ଗୋଟିଏ କ୍ଲିକ୍‌ରେ ଅନ୍‌ଲାଇନ୍‌ରେ ହେବ ସାଂସ୍କୃତିକ ଦଳ ସଂରକ୍ଷଣ । କୌଣସି କାର୍ଯ୍ୟକ୍ରମ ପାଇଁ ସଂସ୍କୃତି ବିଭାଗରୁ ସାଂସ୍କୃତିକ ଦଳ ନେବାକୁ ହେଲେ ଆଉ ଆୟୋଜକଙ୍କୁ ବାରମ୍ବାର ଦୌଡ଼ିବାକୁ ପଡ଼ିବ ନାହିଁ।

ସାଂସ୍କୃତିକ ଦଳ ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କଲା ପରେ ପାରିଶ୍ରମିକ ପାଇଁ ମଧ୍ୟ କଳାକାରଙ୍କୁ ବିଭାଗରେ ଚକ୍କର କାଟିବାକୁ ପଡ଼ିବ ନାହିଁ। ଏସବୁ ବ୍ୟବସ୍ଥା ଅନ୍‌ଲାଇନ୍‌ରେ ହିଁ ହେବ। ରାଜ୍ୟର ବିଭିନ୍ନ ସ୍ଥାନକୁ ସାଂସ୍କୃତିକ ଦଳ ପ୍ରେରଣ ପ୍ରକ୍ରିୟାକୁ ବ୍ୟବସ୍ଥିତ ଓ ସ୍ବଚ୍ଛ କରିବା ପାଇଁ ସଂସ୍କୃତି ବିଭାଗ କାର୍ଯ୍ୟକାରୀ କରିବାକୁ ଯାଉଛି ‘କଲ୍‌ଚରାଲ୍‌ ଟ୍ରୁପ୍ ମ୍ୟାନେଜ୍‌ମେଣ୍ଟ୍‌ ସିଷ୍ଟମ୍‌’। ଆଜି ସଂସ୍କୃତି ଭବନରେ ସଂସ୍କୃତି ମନ୍ତ୍ରୀ ଏହି ନୂଆ ବ୍ୟବସ୍ଥାର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି।

‘କମ୍ପ୍ୟୁଟରୀକୃତ ସାଂସ୍କୃତିକ ଦଳ ପରିଚାଳନା ବ୍ୟବସ୍ଥା’ରେ ଥିବା ବ୍ୟବସ୍ଥା ଅନୁଯାୟୀ ସାଂସ୍କୃତିକ ଦଳ ପ୍ରେରଣ ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଏକ ସ୍ବତନ୍ତ୍ର ପୋର୍ଟାଲ୍‌ ରହିଛି। ଏହି ପୋର୍ଟାଲ୍‌ରେ ଆୟୋଜକ ସଂସ୍ଥା ନିଜର ନାମ ପଞ୍ଜୀକରଣ କରାଉଛନ୍ତି। ସେହିପରି ସଂସ୍କୃତି ବିଭାଗର ଆର୍ଥିକ ସହଯୋଗରେ କାର୍ଯ୍ୟକ୍ରମ ପରିବେଷଣ କରିବାକୁ ଚାହୁଁଥିବା ସାଂସ୍କୃତିକ ଦଳ କିମ୍ବା କଳାକାର ନିଜକୁ ପଞ୍ଜିକୃତ କରାଉଛନ୍ତି। ପଞ୍ଜିକୃତ ଆୟୋଜକ ସଂସ୍ଥା ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଏହି ପୋର୍ଟାଲ୍‌ ମାଧ୍ୟମରେ ଅନ୍‌ଲାଇନ୍ ଆବେଦନ କରିବେ ଓ ତିନିଟି ସାଂସ୍କୃତିକ ଦଳକୁ ବିକଳ୍ପ ଭାବେ ରଖିବେ।

ସେହି ଆବେଦନକୁ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସଂସ୍କୃତି ବିଭାଗ ବିଚାର କରି ନିଷ୍ପତ୍ତି ନେବ। ଯଦି ଆବେଦନ ମଞ୍ଜୁର ହେଲା, ତେବେ ତିନିଟି ବିକଳ୍ପ ମଧ୍ୟରୁ ଯେଉଁ ସାଂସ୍କୃତିକ ଦଳ ଉପଲବ୍ଧ ଥିବ, ତାହାକୁ କାର୍ଯ୍ୟକ୍ରମରେ ପରିବେଷଣ ପାଇଁ ସୁଯୋଗ ମିଳିବ। ମଞ୍ଚରେ କାର୍ଯ୍ୟକ୍ରମ ପରିବେଷଣ କଲା ପରେ ସାଂସ୍କୃତିକ ଦଳ ସଙ୍ଗେ ସଙ୍ଗେ ତାହାର ଫଟୋ, ଆୟୋଜକ ସଂସ୍ଥାର ସାର୍ଟିଫିକେଟ୍‌ ପୋର୍ଟାଲ୍‌ରେ ଅପ୍‌ଲୋଡ୍‌ କରିବା ସହ ନିର୍ଦ୍ଦିଷ୍ଟ ଫର୍ମ ପୂରଣ କରି ବିଲ୍‌ ଦାଖଲ କରିବେ। ବିଲ୍‌ ଦାଖଲ ହେବାର ୧୫ ଦିନ ଭିତରେ ଅନ୍‌ଲାଇନ୍ ମାଧ୍ୟମରେ ସେମାନଙ୍କ ଆକାଉଣ୍ଟ୍‌କୁ ପ୍ରାପ୍ୟ ଯିବ।

ସାଂସ୍କୃତିକ କାର୍ଯ୍ୟକ୍ରମ କରଥିବା ଦଳ ଯଦି ୧୫ ଦିନ ଭିତରେ ପାରିଶ୍ରମିକ ନ ପା‌ଏ, ତେବେ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଏନେଇ ଏକ ଏସ୍‌ଏମ୍‌ଏସ୍‌ ଆଲର୍ଟ ଯିବ। ଫଳରେ ଅଧିକାରୀମାନେ ଏହାର କାରଣ ଜାଣି ଶୀଘ୍ର ସେମାନଙ୍କ ପ୍ରାପ୍ୟ ପ୍ରଦାନ ପ୍ରକ୍ରିୟାକୁ ତ୍ବରାନ୍ବିତ ପଦକ୍ଷେପ ଗ୍ରହଣ କରିବେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଓଡିଶା ସୁଚନାଧିକାର ଅଭିଯାନ ର କେନ୍ଦ୍ରାପଡା ଜିଲ୍ଲା ଶାଖା ତରଫରୁ ମହାକାଳପଡ଼ା ଅଞ୍ଚଳରେ ବେଆଇନ ଚିଙ୍ଗୁଡ଼ିଘେରି କୁ ନେଇ ସାମ୍ବାଦିକ ସମ୍ମିଳନୀ

Tue Sep 6 , 2022
ରାକେଶ ମହାନ୍ତି(କେନ୍ଦ୍ରାପଡ଼ା): ମହାକାଳପଡା ବ୍ଲକର ବେଆଇନ ଭାବେ ପ୍ରାୟ ୧୧୦୦ ଏକର ରୁ ଉର୍ଦ୍ଧ୍ବ ଜମିରେ ବେଆଇନ ଭାବେ ଚିଙ୍ଗୁଡ଼ି ଚାଷ ଚାଲିଥିଲା।ସ୍ବର୍ଗତ ସୂଚନା ଅଧିକାର କର୍ମୀ ରଞ୍ଜନ ଦାଶ ଲୋକୟୁକ୍ତ ଙ୍କ ନିକଟରେ ଅଭିଯୋଗ କରିଥିଲେ । ପରେ ଫାଲକନ୍ ମେରିଏନ୍ ଚିଙ୍ଗୁଡ଼ି ଚାଷ ବନ୍ଦ କରିଦେଇ ଥିବା ବେଳେ ଓଡିଶା ଆକୁଆ ନାମକ କମ୍ପାନୀ ର ଲିଜ ବାତିଲ ସହ ତୁରନ୍ତ ନିଜର ଆସବାସ ସାମଗ୍ରୀ ନେଇ […]

You May Like

Pin It on Pinterest