ଆଦର୍ଶ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିବାକୁ ଜୋରଦାର ଆୟୋଜନ,ଭୁବନେଶ୍ବର ବିମାନବନ୍ଦରରେ ଗ୍ରାଣ୍ଡ ଓ୍ବେଲକମ୍ କରିବ ବିଜେଡି…

ବାସ୍ତବବ୍ୟୁରୋ(ଭୁବନେଶ୍ୱର) ୦୬।୦୯: ଆଜି ଦିଲ୍ଲୀରୁ ଫେରିବେ ମୁଖ୍ୟମନ୍ତ୍ରୀ ନବୀନ ।ଆଦର୍ଶ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିବାକୁ ଜୋରଦାର ଆୟୋଜନ ।କ୍ୟାପିଟାଲ ଫାଉଣ୍ଡେସନ୍ ପକ୍ଷରୁ ଲାଇଫଟାଇମ୍ ଆଚିଭମେଣ୍ଟ ଆଓ୍ବାର୍ଡ ପାଇବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭୁବନେଶ୍ବର ବିମାନବନ୍ଦରରେ ଗ୍ରାଣ୍ଡ ଓ୍ବେଲକମ୍ କରିବ ବିଜେଡି । ବିମାନ ବନ୍ଦରରେ ସ୍ବାଗତ ଓ ସମ୍ବର୍ଦ୍ଧନା ଦେବା ସହିତ ନବୀନ ନିବାସ ପର୍ଯ୍ୟନ୍ତ ବିଶାଳ ରୋଡ୍ ସୋ କରାଯିବ । ରାସ୍ତା ସାରା ଲୋକେ ସମ୍ବର୍ଦ୍ଧନା ଦେବା ପାଇଁ ବ୍ୟବସ୍ଥା କରାଯାଇଛି ।

ଏୟାରପୋର୍ଟ ବିଜୁ ପଟ୍ଟନାୟକ ଛକରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପାଇଁ କରାଯାଇଛି ବଡ଼ ଷ୍ଟେଜ୍ । ଏହି ଷ୍ଟେଜ୍‌ରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କରାଯିବ । ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ ଓ ସମ୍ବର୍ଦ୍ଧନା ଦେବା ପାଇଁ ରାଜଧାନୀରେ ପ୍ରାୟ ୫୦ ହଜାରରୁ ଅଧିକ ଲୋକଙ୍କ ସମାଗମ ହେବ ବୋଲି ଆକଳନ କରିଛି କମିଶନରେଟ୍ ପୋଲିସ । ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଟ୍ରାଫିକ ନିୟନ୍ତ୍ରଣକୁ ଗୁରୁତ୍ବ ଦିଆଯାଇଛି । ରୁଟ ଆରେଞ୍ଜମେଣ୍ଟ କରାଯାଇଛି । ବାହାରୁ ଆସୁଥିବା ଲୋକଙ୍କ ଗାଡି ପାର୍କିଂ ପାଇଁ ତିନୋଟି ସ୍ଥାନ ଚିହ୍ନଟ କରାଯାଇଛି । କ୍ୟାପିଟାଲ ହସ୍ପିଟାଲ ନିକଟ, ଚିଲିକା ଡେଭଲେଭମେଣ୍ଟ ଅଥରିଟି ପାଖରେ ଗାଡି ପାର୍କିଂ ହେବ । ସୁରକ୍ଷା ବ୍ୟବସ୍ଥା ପାଇଁ ୮ ଏଡିସିପି, ୧୬ ଏସିପି ଦାୟିତ୍ବ ଦିଆଯାଇଛି । ଏଥି ସହ ୩୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।

କ୍ୟାପିଟାଲ ଫାଉଣ୍ଡେସନ ପକ୍ଷରୁ ଦିଆଯାଇଥିବା ଲାଇଫଟାଇମ୍ ଆଚିଭମେଣ୍ଟ ଆଓ୍ବାର୍ଡ଼କୁ ସାଢ଼େ ୪ କୋଟି ଓଡିଶାବାସୀଙ୍କୁ ସମର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜନସେବା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ୨୫ବର୍ଷ ସାଧନାକୁ ମିଳିଛି ଏହି ସମ୍ମାନ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସାଂସ୍କୃତିକ କାର୍ଯ୍ୟକ୍ରମପାଇଁ ଆଉ ଆୟୋଜକଙ୍କୁ ସଂସ୍କୃତି ବିଭାଗକୁ ଦୌଡ଼ିବାକୁ ପଡ଼ିବ ନାହିଁ ଗୋଟିଏ କ୍ଲିକ୍‌ରେ ଅନ୍‌ଲାଇନ୍‌ରେ ହେବ ସଂରକ୍ଷଣ...

Tue Sep 6 , 2022
ପ୍ରମୋଦ ନାୟକ(ଭୁବନେଶ୍ବର) : ଏବେ ସାଂସ୍କୃତିକ କାର୍ଯ୍ୟକ୍ରମପାଇଁ ଆଉ ଆୟୋଜକଙ୍କୁ ସଂସ୍କୃତି ବିଭାଗକୁ ଦୌଡ଼ିବାକୁ ପଡ଼ିବ ନାହିଁ ।ଗୋଟିଏ କ୍ଲିକ୍‌ରେ ଅନ୍‌ଲାଇନ୍‌ରେ ହେବ ସାଂସ୍କୃତିକ ଦଳ ସଂରକ୍ଷଣ । କୌଣସି କାର୍ଯ୍ୟକ୍ରମ ପାଇଁ ସଂସ୍କୃତି ବିଭାଗରୁ ସାଂସ୍କୃତିକ ଦଳ ନେବାକୁ ହେଲେ ଆଉ ଆୟୋଜକଙ୍କୁ ବାରମ୍ବାର ଦୌଡ଼ିବାକୁ ପଡ଼ିବ ନାହିଁ। ସାଂସ୍କୃତିକ ଦଳ ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କଲା ପରେ ପାରିଶ୍ରମିକ ପାଇଁ ମଧ୍ୟ କଳାକାରଙ୍କୁ ବିଭାଗରେ ଚକ୍କର […]

You May Like

Pin It on Pinterest