ପ୍ରସିଦ୍ଧ କଟକ ବାଲିଯାତ୍ରା ଆସନ୍ତା ନଭେମ୍ବର ୮ତାରିଖରୁ, ପରିମଳ,ସ୍ବାସ୍ଥ୍ୟସେବା ଓ ଆଇନ ଶୃଙ୍ଖଳା ଉପରେ ଅଧିକ ଗୁରୁତ୍ବ

ପ୍ରମୋଦ ନାୟକ(ଭୁବନେଶ୍ବର): ପ୍ରସିଦ୍ଧ କଟକ ବାଲିଯାତ୍ରା ଆସନ୍ତା ନଭେମ୍ବର ୮ତାରିଖରୁ ୧୬ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ। ଏହି ପ୍ରସିଦ୍ଧ ବାଲିଯାତ୍ରାକୁ ରାଜ୍ୟସ୍ତରୀୟ ଉତ୍ସବଭାବେ ପାଳନ କରିବା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ହେଲେ ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲ ବା ଏନ୍‌ଜିଟିର ନିର୍ଦେଶାବଳୀ ଅନୁଯାୟୀ ଯାତ୍ରା ଆୟୋଜନ କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଗୁରୁତ୍ବ ଦିଆଯାଇଛି ।

ଶୁକ୍ରବାର ଦିନ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଲୋକସେବା ଭବନରେ ବୈଠକ ଅନୁଷ୍ଠିତ ହୋଇଯାଇଛି ।ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଅଧିକ ସଂଖ୍ୟକ କଳାକାର ଓ ଶିଳ୍ପୀମାନଙ୍କୁ ବାଲିଯାତ୍ରାରେ ସାମିଲ କରିବା, ଯାତ୍ରା ପଡ଼ିଆକୁ ରାସ୍ତା ସଂଯୋଗ, ଟ୍ରାଫିକ ନିୟନ୍ତ୍ରଣ, ପର୍ଯ୍ୟାପ୍ତ ପାର୍କିଂ ସ୍ଥାନ, ଷ୍ଟଲ ପାଇଁ ସ୍ଥାନ ନିର୍ଧାରଣ, ବିଦ୍ୟୁତ ସଂଯୋଗ, ପରିମଳ, ସ୍ବାସ୍ଥ୍ୟସେବା ଓ ଆଇନ ଶୃଙ୍ଖଳା ଆଦି ଉପରେ ଆଲୋଚନା କରାଯାଇଥିଲା।

ବାଲି ଯାତ୍ରା ପଡ଼ିଆରେ ଅଧିକ ସଂଖ୍ୟାରେ ଅସ୍ଥାୟୀ ବାୟୋ ଟଏଲେଟ୍‌ ଓ ପାନୀୟ ଜଳର ସୁ ବନ୍ଦୋବସ୍ତ କରିବାକୁ କଟକ ପୌର ପରିଷଦ ଓ ଗୃହ ଓ ନଗର ଉନ୍ନୟନ ବିଭାଗକୁ ନିର୍ଦ୍ଧେଶ ଦିଆଯାଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କଟକ କ୍ଳବର ସୁଇମିଂ ପୁଲରେ ଅଘଟଣ ସନ୍ତରଣ ପ୍ରଶିକ୍ଷଣ ବେଳେ ଚାଲିଗଲା ଛାତ୍ରଙ୍କ ଜୀବନ ...

Sat Sep 10 , 2022
ସଞ୍ଜୟ ଶତପଥୀ(କଟକ) ୧୦/୦୯: କଟକ କ୍ଳବର ସୁଇମିଂ ପୁଲରେ ଅଘଟଣ । NCC କ୍ୟାମ୍ପ ପାଇଁ ଚାଲିଥିବା ସନ୍ତରଣ ପ୍ରଶିକ୍ଷଣ ବେଳେ ଜଣେ ଛାତ୍ରଙ୍କ ଜୀବନ ଚାଲିଯାଇଛି । ମୃତ ଛାତ୍ରଙ୍କ ନାଁ ସ୍ଵପ୍ନେଶ୍ୱର୍ ଦାସ । ସେ NSM ସିଟି କଲେଜର ଛାତ୍ର ହୋଇଥିବା ବେଳେ ତାଙ୍କ ଘର ରାଜାବଗିଚା ଅଞ୍ଚଳରେ ବୋଲି ସୂଚନା ମିଳିଛି । ତାଙ୍କୁ ଉଦ୍ଧାର କରି ସିଟି ହସ୍ପିଟାଲ୍‌ ନିଆଯାଇଥିବା ବେଳେ ଡାକ୍ତର […]

You May Like

Pin It on Pinterest