ଆସନ୍ତା ୧୩ ତାରିଖରୁ ତିନିଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ଭୁବନେଶ୍ବର(ବାସ୍ତବବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୩ ତାରିଖରୁ ତିନିଦିନିଆ ମୁମ୍ବାଇ ଗସ୍ତରେ ଯିବେ। ମୁମ୍ବାଇର ଟ୍ରାଇଡେଣ୍ଟ୍‌ ହୋଟେଲରେ ସେପ୍ଟେମ୍ବର ୧୪ରେ ଆୟୋଜନ ହେବାକୁ ଥିବା ‘ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌’ରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ଏଥି‌ରେ ଦେଶର ବିଶିଷ୍ଟ ଉଦ୍ୟୋଗପତିମାନେ ଯୋଗଦେବାର କାର୍ଯ୍ୟକ୍ରମର ରହିଛି। ଓଡ଼ିଶାରେ ପୁଞ୍ଜିନିବେଶ କରିବା ପାଇଁ ମୁଖ୍ୟମନ୍ତ୍ରୀ ଇନଭେଷ୍ଟର୍ସ ମିଟ୍‌ ମାଧ୍ୟମରେ ଆହ୍ବାନ କରିବେ ।

ନଭେମ୍ବର ୩୦ରୁ ଡିସେମ୍ବର ୪ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରରେ ହେବାକୁ ଥିବା ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌ରେ ଆମ ଦେଶର ବଡ଼ ବଡ଼ ଉଦ୍ୟୋଗୀଙ୍କ ସମେତ ବିଦେଶର ବହୁ ନାମୀଦାମୀ ସଂସ୍ଥା ଯୋଗଦେବେ। ଏଥିରେ ବିଭିନ୍ନ ସଂସ୍ଥା ସହ ରାଜ୍ୟ ସରକାରଙ୍କ ପକ୍ଷରୁ ଏମ୍‌ଓୟୁ ସ୍ବାକ୍ଷର କରିବାର କାର୍ଯ୍ୟକ୍ରମ ରହିଛି। ଏହି କନକ୍ଲେଭ୍‌ରେ ଯେପରି ଅଧିକରୁ ଅଧିକ ପୁଞ୍ଜିନିବେଶ ହେବ ସେନେଇ ମୁଖ୍ୟମନ୍ତ୍ରୀ ଇନଭେଷ୍ଟର୍ସ ମିଟ୍‌ ମାଧ୍ୟମରେ ପୁଞ୍ଜିପତିଙ୍କୁ ଭେଟୁଛନ୍ତି।

ମୁଖ୍ୟମନ୍ତ୍ରୀ ସେପ୍ଟେମ୍ବର ୧୫ରେ ଭୁବନେଶ୍ବର ଫେରିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଶିଳ୍ପ ସଚିବ ହେମନ୍ତ ଶର୍ମା ଏବଂ କିଛି ବରିଷ୍ଠ ପଦାଧିକାରୀ ଆଗୁଆ ମୁମ୍ବାଇ ଗସ୍ତରେ ଯାଇଛନ୍ତି। ‘ଫିକି’ର କିଛି ପଦାଧିକାରୀ ଏହି ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆସନ୍ତା ତିନିଦିନ ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ୧୭ରୁ ୧୮ ତାରିଖ ଭିତରେ ଆଉ ଏକ ଲଘୁଚାପ...

Sun Sep 11 , 2022
ଭୁବନେଶ୍ୱର, ୧୧|୦୯:ଆସନ୍ତା ୨୪ ଘଣ୍ଟା ଭିତରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତ ରୂପ ନେବ ।ଏହା ଏବେ ଉତ୍ତର ଆନ୍ଧ୍ର ଉପକୂଳ ଓ ଦକ୍ଷିଣ ଉପକୂଳ ଉପରେ ରହି ଆହୁରି ଘନୀଭୂତ ହେବ । ଅବପାତ ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା ଜାରି ରହିବ ।ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ ଅନୁଯାଇ ଆସନ୍ତା ତିନିଦିନ ରାଜ୍ୟର ଦକ୍ଷିଣ,ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ […]

You May Like

Pin It on Pinterest