୧-ଦେଶରେ ହଜାର ଟପିଲେ କରୋନା ଆକ୍ରାନ୍ତ, ମୃତ୍ୟୁ ସଂଖ୍ୟା ହେଲା ୨୭।
୨ -କରୋନା ଭୟ, ଆଜି ଲୋକସଭା ଭବନ କନଭେସନ ହଲରେ ବସିବ ବିଧାନସଭାର ବ୍ୟୟ ମଞ୍ଜୁରୀ ବିଲ ଅଧିବେଶନ।ଏକ ତୃତୀୟାଂଶ ସଭ୍ୟଙ୍କୁ ନେଇ ଚାଲିବ ଗୃହ।
୩-ଭୁବନେଶ୍ବର : ରାଜ୍ୟ ବାହାରେ ଥିବା ଓଡ଼ିଆଙ୍କ ପାଇଁ ନିଯୁକ୍ତ ହେଲେ ୧୧ ନୋଡ଼ାଲ ଅଧିକାରୀ ।
୪ -ତତଲା କଡେଇ ପାଲଟିବ ଓଡ଼ିଶା, ବଢିବ ତାପମାତ୍ରା।ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ଗରମରୁ ନିସ୍ତାର ନାହିଁ । ଅଂଶୁଘାତ ପାଇଁ ସତର୍କ କରାଇଲା ଓସଡମା।
୫-ରାଜଧାନୀରେ BMCର ସ୍ୱତନ୍ତ୍ର ବ୍ୟବସ୍ଥା, ପ୍ରତି ୱାର୍ଡ଼ରେ ବୁଲିବ ମୋବାଇଲ ଭେଜିଟେବଲ ଭ୍ୟାନ।
୬-ଦିଲ୍ଲୀରେ ଗରିବ ଭଡ଼ାଟିଆଙ୍କ ଠାରୁ ଭଡ଼ା ଆଦାୟ ନକରିବାକୁ ମାଲିକମାନଙ୍କୁ କେଜରିଓ୍ଵାଲଙ୍କ ନିବେଦନ।

୭ -କରୋନା ନେଲା ବଡ଼ ମୁଣ୍ଡ:ସ୍ପେନ ରାଜକୁମାରୀଙ୍କ ମୃତ୍ୟୁ। ଜର୍ମାନ୍ ଅର୍ଥମନ୍ତ୍ରୀଙ୍କ ଆତ୍ମହତ୍ୟା।
୮-ହାଟଡିହ:ବଞ୍ଚୋ ପଞ୍ଚାୟତ ଶିବ ନାରାୟଣ ପୁର UGUPସ୍କୁଲର ସହକାରୀ ଶିକ୍ଷୟତ୍ରୀ ଦେବଜାନୀ ମଲ୍ଲିକ କରୋନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏକ ମାସର ଦରମା ପ୍ରଦାନ କରିଛନ୍ତି।
୯-ରାଜ୍ୟକୁ ଫେରୁଥିବା ପ୍ରବାସୀଙ୍କୁ ସୀମାନ୍ତରେ ଅଟକାଇବାକୁ ହାଇକୋର୍ଟଙ୍କ ନିର୍ଦେଶ।
୧୦-ପରିବାର ଓ ନିଜ ଭୋକକୁ ଭୁଲି କରୋନା ଯୁଦ୍ଧରେ ପୋଲିସ ସାଜିଛି ଯୋଦ୍ଧା, କାର୍ଯ୍ୟରତ ୧୨ ଶହ ପୋଲିସ କର୍ମଚାରୀଙ୍କୁ ମଧ୍ୟାହ୍ନ ଭୋଜନ ଦେଲେ ଡ.ଅଚ୍ୟୁତ ସାମନ୍ତ।
୧୧ -ଲକଡାଉନ ବେଳେ ମନରେଗା ଶ୍ରମିକଙ୍କୁ ୨୧ ଦିନର ଭତ୍ତା ମିଳୁ, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
୧୨ -ଏପ୍ରିଲ ୧ରେ ୧୦ ବ୍ୟାଙ୍କର ମିଶ୍ରଣ, ଆହ୍ଲାବାଦ ବ୍ୟାଙ୍କର ବିଲୟ ଇଣ୍ଡିଆନ ବ୍ୟାଙ୍କରେ କରାଯିବ।ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସ ଓ ୟୁନାଇଟେଡ୍ ବ୍ୟାଙ୍କ ଅଫ ଇଣ୍ଡିଆର ମିଶ୍ରଣ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ହେବ।
୧୩-ଲକ୍ଡାଉନ୍ ନିୟମ ଭାଙ୍ଗିଲେ ୧୪ ଦିନ କ୍ଵାରେଣ୍ଟାଇନ୍, କେନ୍ଦ୍ର ସରକାର ଦେଲେ ଚେତାବନୀ।
୧୪-ଲକଡାଉନ ପାଇଁ ବଢିଲା ଏଲପିଜି ସିଲିଣ୍ଡର ରିଫିଲ୍ ଚାହିଦା, ପୂର୍ବାପେକ୍ଷା ୨୦୦ ପ୍ରତିଶତ ବୃଦ୍ଧି।
୧୫-ମୁଖ୍ୟମନ୍ତ୍ରୀ ରିଲଫ ପାଣ୍ଠିକୁ ତିନିମାସର ଦରମା ଦେବା ପରେ କରୋନା ସ୍କ୍ରୀନିଂ ଉପକରଣ କିଣିବାକୁ ୪ ଜିଲ୍ଲାକୁ ୨.୫ କୋଟି ଟଙ୍କା ମଞ୍ଜୁର କଲେ କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ।
