
ଦେବକାନ୍ତ ମହାନ୍ତି(ଚାନ୍ଦବାଲି): ବାବା ଆଖଣ୍ଡଳମଣିଙ୍କ ପୀଠ ଓ ମନ୍ଦିର ଚତୁଃପାର୍ଶ୍ବର ସମ୍ପ୍ରସାରଣ ପାଇଁ ଆଜି ରାଜ୍ଯ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହ ସ୍ଥାନୀୟ ବିଧାୟକ ତଥା ଜିଲା ଯୋଜନା ବୋର୍ଡର ଅଧ୍ଯକ୍ଷ ବ୍ଯୋମକେଶ ରାୟ, ଧର୍ମଶାଳା ବିଧାୟକ ପ୍ରଣବବଳବନ୍ତ ରାୟ, ଭଦ୍ରକ ବିଧାୟକ ସଞିବ ମଲିକ, ସାଂସଦ ମଞୁଲତା ମଣ୍ଡଳ ପ୍ରମୁଖ ବହୁ ଛାମୁଆ ନେତୃମଣ୍ଡଳୀ ପୀଠରେ ପହଁଚି ପ୍ରଥମେ ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କରିବା ସହ ସେବାୟତମାନଙ୍କ ସହ ଆଲୋଚନା କରିଥିଲେ।

ପରେ ମନ୍ଦିର ଶିବଗଙ୍ଗା ପୁଷ୍କରିଣୀ ନିକଟରେ ପ୍ରସ୍ତୁତ ସ୍କେଚମ୍ଯାପ ଦେଖିଥିଲେ। ଏହି ସମ୍ପ୍ରସାରଣ କାର୍ଯ୍ଯ ନିମନ୍ତେ ଉଛେଦ ହେବାକୁ ଥିବା ବାସଗୃହ ଓ ଦୋକାନ ଗୃହର ଥଇଥାନ ପାଇଁ ଜିଲା ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।
ପୀଠରେ ଦୀର୍ଘବର୍ଷ ହେବ ସମ୍ପ୍ରସାରଣ ଓ ଉନ୍ନତି ନିମନ୍ତେ ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ ହୋଇଥିଲେ ମଧ୍ଯ କାର୍ଯ୍ଯକାରୀ ପାଇଁ ଅର୍ଥ ବାଧକ ସାଜିଥିଲା। ଏବେ ରାଜ୍ଯ ସରକାରଙ୍କ ପକ୍ଷରୁ ୭୨କୋଟି ଟଙ୍କା ଯୋଗାଇ ଦିଆଯାଇଥିବାରୁ ପୀଠର ମାଷ୍ଟର ପ୍ଲାନ ବାସ୍ତବ ରୂପ ନେବ ବୋଲି ସେବାୟତ କହିଛନ୍ତି ।