
ବରଗଡ଼:-୧୪.୯(ନବୀନ ଦାଶ)ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ହିଲ୍ଲିପାଲି ଗ୍ରାମର ସୁନାମ ଧନ୍ୟ ନାଟ୍ୟକାର,ପ୍ରଯୋଜକ, ନିର୍ଦ୍ଦେଶକ,ଅଭିନେତା ତଥା ପ୍ରଜା ବତ୍ସଲ ମହାରାଜ ଦେବେନ୍ଦ୍ର ବିଶ୍ଵାଳ ଙ୍କ ରଣ ହୁଙ୍କାର ଆଉ ଶୁଭିବନି।ଏହି ଖବର ପାଇ ଗାଁ ତଥା ପୁରପଲ୍ଲୀରେ ଶୋକର ଛାୟା ଖେଳି ଯାଇଛି।
ସେ ଜଣେ ସୁନାମ ଧନ୍ୟ ନାଟ୍ୟକାର, ନାଟ୍ଯ ନିର୍ଦ୍ଦେଶକ ତଥା ପ୍ରଥମ କରି ସେହି ନାଟକରେ ସେନାପତି ଭାବେ ଅଭିନୟ କରି ତାଙ୍କର ଅଭିନୟ ପଥକୁ ଆଗେଇ ନେଇ ଥିଲେ,ଯେଉଁ ନାଟକର ନାଁ ଥିଲା ‘ସତୀ ମଉନା’।ଏହାପରେ ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶରେ ସମ୍ବଲପୁରୀ “ଭୁଖା” ଚଳଚ୍ଚିତ୍ର ରେ ବେଶ୍ ପରିଚିତ ହୋଇଥିଲେ।
ସେ ୧୯୮୧ ମସିହାରେ ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରି ଅଞ୍ଚଳ ତଥା ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ କଳାକାର ଭାବେ ବେଶ୍ ଜଣାଶୁଣା।ଏହା ବ୍ୟତୀତ ସେ ବୀର ବଜରଙ୍ଗ ବଳି ନାମକ ଏକ ନାଟକ ଦଳ ନିର୍ମାଣ କରି ପରି ଚାଳନା ମଧ୍ୟ କରି ଆସୁଥିଲେ।ଏହି ସବୁ କଳାକୁ ନେଇ ଦୂରଦର୍ଶନ ଜଗତ ରେ ଅନେକ ନାଟକ ମାନଙ୍କ ରେ ଅଭିନୟ କରି ଜନ ମାନସରେ ଏକ ଛାପ ଛାଡି ଯାଇଛନ୍ତି।
ସେ କିଛି ବର୍ଷ ହେବ ସେ ପକ୍ଷାଘାତ ରୋଗରେ ପୀଡ଼ିତ ହୋଇ ନିଜ ଘରେ ଚିକିତ୍ସା ହୋଇ ଆସୁଥିବା ବେଳେ ତାଙ୍କର ଛଅ ଭାଇ,ଦୁଇ ଭଉଣୀ ଓ ପରିବାର ଜନ ଙ୍କୁ ଶୋକ ସାଗରରେ ଭସାଇ ଚାଲି ଯାଇଛନ୍ତି।ତାଙ୍କ ବଡ ଭାଇ ମିତ୍ରଭାନୁ ବିଶ୍ଵାଳ ସମ୍ବଲପୁର ଆକାଶ ବାଣୀ କେନ୍ଦ୍ରର ଜଣେ ସୁ ପରିଚିତ କଳାକାର ଥିଲେ ଶ୍ରୀ ବିଶ୍ଵାଳ ସମ୍ବଲପୁରୀ,କୋଶଳୀ ଓ ଓଡ଼ିଆ ଭାଷାରେ ପୌରାଣିକ କାଳ୍ପନିକ, ଐତିହାସିକ ନାଟକରେ ନିଜେ ଅଭିନୟ କରିବା ସହ ନିର୍ଦ୍ଦେଶନା ମଧ୍ୟ ଦେଇ ଆସୁଥିଲେ।ବାଣୀ ପରାଜୟ ନାଟକ ବାଣାଶୁର ଭୂମିକା ରେ ଅଭିନୟ କରିଥିଲେ।ସେ ଜୀବନ୍ତ ଅଭିନୟ କରି ଦର୍ଶକ ଙ୍କ ମନ ନୟନ ରେ ଏକ ଛାପ ଛାଡି ଯାଇଛନ୍ତି।
ନୃସିଂହ ମାହାତ୍ମ୍ୟ ଟେଲି ଫିଲ୍ମ ଦୁନ୍ଦୁଭି ରାକ୍ଷସ ଭୂମିକା ଲୋକ ଙ୍କୁ ଚକିତ କରି ଦେଇଥିଲା . ଦୂର ଦର୍ଶନରେ ମହିଷାସୁର,ରାଜା ଓ ମୂଷିକ ଦୈତ୍ୟ ଭୂମିକାରେ ଅଭିନୟ କରି ଅନେକ ପ୍ରଶଂସା ସାଉଟିଥିଲେ।ଅଭିନୟ ପାଇଁ ମନାପଡା ରାଜେନ୍ଦ୍ର ସାହୁ ସ୍ମୃତି କମିଟିରେ ତାଙ୍କୁ ରାଜେନ୍ଦ୍ରୀୟନ୍ ୨୦୧୬ ସମ୍ମାନ, ବଲାଙ୍ଗୀର ବୁଦୁଲା ନୀଳମାଧବ ସାହିତ୍ୟ ସଂଘର ବାର୍ଷିକ ସାଂସ୍କୃତିକ କାର୍ଯ୍ୟକ୍ରମ କଳାକାର ମଞ୍ଚ ୨୦୧୮ ସମ୍ମାନ,୨୦୧୬ରେ ଭୁବନେଶ୍ୱର ରେ ଆୟୋଜିତ ରାଜ୍ୟ କୃଷି ମହୋତ୍ସବ ରେ ନାଟ୍ୟ ସମ୍ବର୍ଦ୍ଧନା,ବାବେବିରା ଜୟନ୍ତୀ ଯୁବକ ସଂଘ,ତିହାର ଲୋକ ମହୋତ୍ସବ ୨୦୧୩,କାଠଡେରା ଶ୍ରୀ ଗୁଣ୍ଡିଚା ମହୋତ୍ସବ ୨୦୧୮,କୁମେଲ ସିଂହା ଦଧିବାମନ ପାଲା ସଂଘ, ଛତିଶଗଡ଼ ରାୟଗଡ଼ ଜିଲ୍ଲା ପୁସୋର୍ ଜଗନ୍ନାଥ ମନ୍ଦିରରେ ପ୍ରତିଷ୍ଠା ସମା ରୋହ ବ୍ୟତୀତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ମାନ ଓ ସମ୍ବର୍ଦ୍ଧିତ ତାଙ୍କ ପ୍ରେରଣାର ଉତ୍ସ ଥିଲା ।
ତାଙ୍କର ଅନ୍ତିମ ଶୋଭାଯାତ୍ରାରେ ବିଭିନ୍ନ କଳାକାର ସାଂସ୍କୃତିକ ଅନୁଷ୍ଠାନ ତଥା ଗ୍ରାମବାସୀ ଗଭୀର ଶ୍ରଦ୍ଧାଞ୍ଜଳି ସହ ପଶ୍ଚିମ ଓଡିଶାର ଧନୁଯାତ୍ରା କଲାକାର ସଂଘ ତରଫରୁ ସଂପାଦକ ଜଗଦାନନ୍ଦ ମିଶ୍ର ଗଭୀର ଶୋକ ପ୍ରକାଶ କରିଛନ୍ତି।