ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟର ଛାତ୍ରାବାସରେ ଜଣେ +୩ ଛାତ୍ର ଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ…

ଅବନୀ ପାତ୍ର (ବ୍ରହ୍ମପୁର):ଜଣେ +୩ ଛାତ୍ରଙ୍କର ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟର ଛାତ୍ରାବାସରେ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି । ମୃତ୍ୟୁର କାରଣ ଅସ୍ପଷ୍ଠ ଥିଲାବେଳେ, ପରିବାର ଲୋକେ କେହି ତାଙ୍କୁ ହତ୍ୟା କରିଛି ବୋଲି ଥାନାରେ ଅଭିଯୋଗ କରିଛନ୍ତି ।ଛାତ୍ରଙ୍କ ନାମ କୁନାଲ ମଲ୍ଲିକ(୨୦) ସେ ଅର୍ଥନୀତି ସ୍ନାତକ ବିଭାଗର ଶେଷବର୍ଷ ଛାତ୍ର ଥିଲେ । ଘର ଗଜପତି ଜିଲ୍ଲା ମୋହନା ବାଡ଼ିପଙ୍କା ଗ୍ରାମରେ। ସେ ଜଣେ ମେଧାବୀ ଛାତ୍ର ହୋଇଥିବା ବେଳେ ଆର୍‌କେ ହଷ୍ଟେଲରେ ରହି ପାଠ ପଢୁଥିଲେ। ଅନ୍ୟପକ୍ଷେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଏହାର ତଦନ୍ତ ଜାରି ରଖିଥିବା ବେଳେ ସନ୍ଧ୍ୟାରେ ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି।

ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ କହିବା ମୁତାବକ, +୩ ଛାତ୍ରଛାତ୍ରୀଙ୍କ ୫ମ ସେମି‌ଷ୍ଟର୍ ପରୀକ୍ଷା ଚାଲିଥିବାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନ୍ତେବାସୀମାନେ ଅନିଦ୍ରା ରହି ପଢ଼ାପଢ଼ି କରୁଛନ୍ତି। ଗତକାଲି କୁନାଲ୍‌ ଗୋଟିଏ ପେପର୍ ପରୀକ୍ଷା ଦେଇ ହଷ୍ଟେଲ୍‌କୁ ଫେରିଥିଲେ। ତାଙ୍କ ସହ ଗୋଟିଏ ରୁମ୍‌ରେ ଆଉଜଣେ ଅନ୍ତେବାସୀ ରହନ୍ତି। ତେବେ କୁନାଲ୍ ରାତ୍ରୀଭୋଜନ ପରେ ଗତକାଲି ବିଳମ୍ବିତ ରାତିରେ ଶୋଇଥିଲେ। କିନ୍ତୁ ଆଜି ସକାଳୁ ସେ ଉଠିନଥିଲେ। ଏପରିକି ଦିନ ୧୧ଟା ପର୍ଯ୍ୟନ୍ତ ସେ ନଉଠିବାରୁ ଅନ୍ୟ ଅନ୍ତେବାସୀମାନେ ସନ୍ଦେହ କରି ୱା‌ର୍ଡ଼େନ୍‌ଙ୍କୁ ଜଣାଇଥିଲେ। ଏହାପରେ ୱାର୍ଡ଼େନ୍‌ଙ୍କ ସମେତ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ସେଠାରେ ପହଁଚିଥିଲେ। ତୁରନ୍ତ ଚିକିତ୍ସା ପାଇଁ ଏମ୍‌କେସିଜି ବଡ଼ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଟାଉନ ଥାନା ପୁଲିସ ପହଞ୍ଚି ଶବ ଜବତ କରିଥିଲା। ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ପୁଲିସ କୁନାଲ ରହୁଥିବା ‌ହଷ୍ଟେଲ୍‌ ରୁମ୍‌କୁ ସିଲ୍‌ କରିଥିବା ବେଳେ ତାର ମୋବାଇଲ୍‌ ଜବତ କରିଛି। ଆସନ୍ତାକାଲି ସାଇଣ୍ଟିଫିକ୍‌ ଟିମ୍ ସେଠାରେ ପହଞ୍ଚି ତଦନ୍ତ କରିବ ବୋଲି ସୂଚନା ମିଳିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବିଜେଡି ଦଳର ସଭାପତି ସାଜିଛନ୍ତି ଚାନ୍ଦବାଲି ତହସିଲଦାର,ଜନତାଙ୍କୁ ପଢାଉଛନ୍ତି ଅସଭ୍ୟ ବର୍ଣ୍ଣବୋଧ...

Tue Sep 20 , 2022
ଦେବକାନ୍ତ ମହାନ୍ତି(ଚାନ୍ଦବାଲି): ବିଜେଡି ଦଳର ସଭାପତି ସାଜିଛନ୍ତି ଚାନ୍ଦବାଲି ତହସିଲଦାର, ବିଧାୟକ ବାପି ରାୟଙ୍କ ସାଙ୍ଗ ବୋଲି କାହାରିକୁ ଖାତିର ନହିଁ,ବିଜେଡି କର୍ମୀ ନ ହେଲେ ସାଧାରଣ ଲୋକଙ୍କୁ ନିସ୍ତାର ନାହିଁ ।ବର୍ବରତା ସବୁ ସୀମା ଟପି ଯାଇଛନ୍ତି ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୂତାର l ବିଧାୟକ ବାପି ରାୟଙ୍କ ସାଙ୍ଗ ହୋଇଥିବାରୁ ଶଙ୍ଖ ଦଳର ନେତୃତ୍ୱ ନେଇଛନ୍ତି ଖୋଦ ତହସିଲଦାର ବାବୁ l ତହସିଲରେ ଯେ କୌଣସି ଛୋଟିଏ […]

You May Like

Pin It on Pinterest