ହେପି ହେଣ୍ଡସ ସ୍କୁଲ ରେ ଅନ୍ତର୍ଜାତୀୟ ସାଙ୍କେତିକ ଦିବସ ପାଳନ…

ସୁବର୍ଣପୁର(ନମୋଗୁରୁ ହୋତା): ସେପ୍ଟେମ୍ବର ୧୯ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ବିଶ୍ୱ ଶ୍ରବଣବାଧିତ ସପ୍ତାହ ଭାବରେ ପାଳନ କରାଯାଏ। ଏବଂ ସେପ୍ଟେମ୍ବର ୨୩ ତାରିଖ କୁ ବିଶ୍ୱ ସାଙ୍କେତିକ ଭାଷା ଦିବସ ରୂପେ ପାଳନ କରାଯାଏ।ସେହିପରି ଭାବରେ ଆମ ଓଡ଼ିଶା ର ସୁବର୍ଣପୁର ଜିଲ୍ଲା ଉଲ୍ଲୂଣ୍ଡା ବ୍ଲକ ଅନ୍ତଗତ ଚଢେଇପଙ୍କ ଗ୍ରାମ ପଂଚାୟତ ରେ ଅବସ୍ଥିତ ହେପି ହେଣ୍ଡ ସ୍କୁଲ ଫର ଦି ଡେଫ ରେ ମଧ୍ୟ ପାଳନ କରାଯାଇଛି।

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀ ରୂପେ ଉଲ୍ଲୂଣ୍ଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଶାନ୍ତିଲତା ମିଶ୍ର ,ସଂମାନୀୟ ଅତିଥି ଭାବରେ ଚଢେଇପଙ୍କ ସରପଞ୍ଚ ଶ୍ରୀ ଦେବଦତ୍ତ ପରଡ଼ିଆ , କୃତିବାସ ମିଶ୍ର ଜିଲ୍ଲା ଛାତ୍ର ଉପସଭାପତି ବିଜୁ ଜନତା ଦଳ,ରାମଜୀ ପଣ୍ଡା ରୁରାଲ ଲାଇଫ ଲାଇନ ଟ୍ରଷ୍ଟର ଚେୟାରମେନ ଉପସ୍ଥିତ ଥିଲେ।ଅତିଥି ମାନେ ସଭାରେ ନିଜ ନିଜ ବକ୍ତବ୍ୟ ରଖିଥିଲେ ଏବଂ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ ।

ସାଙ୍କେତିକ ଭାଷା ସଚେତନତା ପାଇଁ ସ୍କୁଲ ର ଛାତ୍ର ଛାତ୍ରୀ ମାନେ ଏକ ରେଲି କରିଥିଲେ ଯାହାକୁ ଉଲ୍ଲୂଣ୍ଡା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଶାନ୍ତିଲତା ମିଶ୍ର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।ସଭା ଶେଷରେ ହେପି ହେଣ୍ଡ ସ୍କୁଲ ର ଡ଼ାଇରେକ୍ଟର ଶିବାଜୀ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଶୈତାନର ରାଜପଥ: ଏହି ରାଜପଥରେ ହଠାତ୍ କାରଗୁଡିକ ଅଦୃଶ୍ୟ ହୋଇଯାଏ! ଦୁନିଆର ସବୁଠାରୁ ରହସ୍ୟମୟ ରାଜପଥ

Sun Sep 25 , 2022
ହାଇଲାଇଟ୍ସ …. ମେ ୨୦୧୩ ରେ ଏହି ରାଜପଥର ନାମ ୪୯୧ କୁ ପରିବର୍ତ୍ତନ କରାଯାଇଛି ଏହି ରାଜପଥ ନିର୍ମାଣ ହେବା ଦିନଠାରୁ ଏହା ଉପରେ ଅନେକ ଦୁର୍ଘଟଣା ଘଟିଥିଲା ​​ ଲୋକମାନେ କୁହନ୍ତି ଯେ ଜଣେ ମହିଳା ଏହି ରାଜପଥରେ ବୁଲୁଥିବାର ଦେଖାଯାଏ ବାସ୍ତବବ୍ୟୁରୋ:ଯଦି ଆମେ ଆପଣଙ୍କୁ ଏକ ରାଜପଥ ବିଷୟରେ କହିଥାଉ ଯେଉଁଥିରେ ଚାଲିବା ସମୟରେ କେଉଁ ଯାନଗୁଡିକ ଅଦୃଶ୍ୟ ହୋଇଯାଏ, ତେବେ ଆପଣ ଏହାକୁ ବିଶ୍ୱାସ […]

You May Like

Breaking News

Pin It on Pinterest