ଆଜିର ଖାସ୍ ଖବର

ପୁଲିସ ବିଭାଗରେ ଆଉ ରହିବେନି ଇନଚାର୍ଜ ଡିଏସପି । ସ୍ଥାୟୀ ଡିଏସପି ହେବେ ୧୫୧; ପୂରଣ ହେବ ୧୦୬ ଡିଏସପି ପଦବି ।

ଜଳକା ନଦୀରେ ବନ୍ୟା ପରିସ୍ଥିତି, ବିପଦ ସଂକେତ ଉର୍ଦ୍ଧ୍ବରେ ଜଳସ୍ତର ।

ଗୃହରକ୍ଷୀଙ୍କ ଦୈନିକ ଭତ୍ତା ଏଣିକି ୫୩୩ ଟଙ୍କା, ୨୦୨୦ ଜାନୁଆରିରୁ ପିଛିଲା ଭାବେ ଲାଗୁ ହେବ ।

ଆଜି ବି ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷିବ, ୧୦ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ।

ରାଜ୍ୟରେ ରେକର୍ଡ ସଂଖ୍ୟକ ଟେଷ୍ଟିଂ, ୨୪ଘଣ୍ଟାରେ ୫୩ ହଜାରରୁ ଅଧିକ ପରୀକ୍ଷଣ ।

ଲଗାଣ ବର୍ଷାରେ ବେହାଲ କେନ୍ଦ୍ରାପଡ଼ା, ଗାଁ ଦାଣ୍ଡ ଓ ଚାଷ ଜମିରେ ଜମି ରହିଛି ପାଣି ।

ବିଏମ୍‌ସି ଆଜି ପେଡ୍‌ ଆଇସୋଲେସନ୍‌ ସୁବିଧା ଆରମ୍ଭ କରିଛି । ଏଣିକି ଟଙ୍କା ଦେଇ କରୋନା ଆକ୍ରାନ୍ତ ହୋଟେଲରେ ରହିପାରିବେ । ପ୍ରଥମ ପର୍ଯ୍ୟାୟରେ ୩ଟି ହୋଟେଲ ଓ ଗେଷ୍ଟହାଉସ୍‌ରେ ଏହି ସୁବିଧା ଉପଲବ୍ଧ ହେବ । ଘାଟିକିଆ ସମ୍‌ ହସ୍ପିଟାଲ ପାଖରେ ଥିବା ଏମଏ ସମ୍‌ ପ୍ୟାଲେସ୍‌, ଚନ୍ଦକା ଶିଳ୍ପାଞ୍ଚଳରେ ଥିବା ଏମଏ ଗେଷ୍ଟହାଉସ୍‌ ଲୋକେ ପେଡ୍‌ ଆଇସୋଲେସନ୍‌ରେ ରହିପାରିବେ । ବିଏମ୍‌ସି ପେଡ୍‌ ଆଇସୋଲେସନ୍‌ ପାଇଁ ଓୟୋ ହୋଟେଲସ୍‌ ଆଣ୍ଡ ରୁମସ୍‌ ସହ ଚୁକ୍ତି କରିଛି।

ଜେଇଇ ମେନ୍ ପ୍ରବେଶିକା ପରୀକ୍ଷାର ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବା ପୂର୍ବରୁ କରୋନା ସମ୍ବନ୍ଧୀୟ ଘୋଷଣାପତ୍ର ଦାଖଲ କରିବାକୁ ପଡ଼ିବ ।

ପ୍ରଣବ ମୁଖାର୍ଜୀଙ୍କ ଫୁସ୍‌ଫୁସ୍‌ରେ ସଂକ୍ରମଣ ।

କେଜ୍ରିୱାଲ ସରକାର ଅନଲକ୍- ୩ ଅଧୀନରେ ହୋଟେଲ ଖୋଲିବାକୁ ଅନୁମତି ଦେଇଛନ୍ତି। ତେବେ ଜିମ୍ ଖୋଲିବା ଉପରେ ପ୍ରତିବନ୍ଧକ ଜାରି ରହିବ।

ଧାରା ୩୭୦ ଉଚ୍ଛେଦର ବର୍ଷେ ପରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜମ୍ମୁ-କଶ୍ମୀରରୁ ୧୦ ହଜାରରୁ ଊର୍ଧ୍ବ ସୁରକ୍ଷା ବଳ କର୍ମୀଙ୍କୁ ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ।

ଭାରତର ପ୍ରଥମ ସ୍ଵଦେଶୀ ଏୟାରକ୍ରାଫ୍ଟ କ୍ୟାରିୟର ଆଇଏନଏସ ବିକ୍ରାନ୍ତର ଟ୍ରାଏଲ ଆରମ୍ଭ ।

ଜମ୍ମୁ କଶ୍ମୀର: ସୁରକ୍ଷାବାହିନୀର ଏନକାଉଣ୍ଟର, ଲସ୍କର-ଏ-ତଇବାର ୩ ଆତଙ୍କବାଦୀ ନିହତ । 

ଦେଶରେ କରୋନା ମହାମାରୀ ମୁକାବିଲା ନେଇ ଆମେରିକା ପକ୍ଷରୁ ଆଜି ଦ୍ବିତୀୟ ପର୍ଯ୍ୟାୟରେ ୧୦୦ଟି ଭେଣ୍ଟିଲେଟର ପ୍ରଦାନ କରାଯାଇଛି। 

ଚାକିରି ଖୋଜିବାରେ ଭାରତୀୟଙ୍କୁ ସାହାଯ୍ୟ କରିବ ଗୁଗୁଲ, ଲଞ୍ଚ କଲା କୋରମୋ ଆପ୍ ।

ସାରା ବିଶ୍ୱରେ ୨ କୋଟି ୨୫ ଲକ୍ଷ ୫୭ ହଜାର ୪୦୬ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି ।  ୭ ଲକ୍ଷ ୮୯ ହଜାର ୯୯୯ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରୁ କୋଟିଏ ୫୨ ଲକ୍ଷ ୮୯ ହଜାର ୩୭୪ ଜଣ ସୁସ୍ଥ ହୋଇଥିଲା ବେଳେ ୬୪ ଲକ୍ଷ ୯୨ ହଜାର ୭୮ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି ।

ବାଂଲାଦେଶକୁ ୧ ମିଲିୟନ ଡଲାର ଋଣ ଦେଇ ଭାରତ ବିରୋଧରେ ଷଡ଼ଯନ୍ତ୍ର କରୁଛି ଚୀନ ।

ଚୀନକୁ ଶକ୍ତ ଝଟକା ଦେଲା ଆମେରିକା, ହଂଗକଂଗ ସହ ୩ ବୁଝାମଣା ସ୍ୱାକ୍ଷର ହେଲା ବାତିଲ ।

ବଢୁଛି ବିଦ୍ରୋହ : ଜିନ୍‌ପିଙ୍ଗ୍‌ଙ୍କୁ ନେଇ ନିଜ ପାର୍ଟିରେ ତେଜୁଛି ଅସନ୍ତୋଷ , ପ୍ରସଙ୍ଗରୁ ଧ୍ୟାନ ହଟାଇବା ପାଇଁ ଭାରତ ସହିତ ଚାଲିଛି ବିବାଦ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମୁଖ୍ୟମନ୍ତ୍ରୀ ଙ୍କ କେନ୍ଦ୍ରାପଡା ଜିଲ୍ଲା ସମିଖ୍ୟା-କେନ୍ଦ୍ରାପଡା ଜିଲ୍ଲାର ସବୁ ବ୍ଲକ କୁ ଭେଣ୍ଟିଲେଟର୍ ଥିବା ଆମ୍ବୁଲାନ୍ସ..

Thu Aug 20 , 2020
ବାସ୍ତବ ବ୍ୟୁରୋ-ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ କେନ୍ଦ୍ରାପଡା ଜିଲ୍ଲାର ବିଧାୟକ ଓ ସରପଞ୍ଚମାନଙ୍କ ସହିତ କରୋନା ସ୍ଥିତି ସଂପର୍କରେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସରପଞ୍ଚମାନଙ୍କୁ ଦିଆଯାଇଥିବା ଜିଲ୍ଲାପାଳ କ୍ଷମତାକୁ ସେମାନେ ଦକ୍ଷତାର ସହ କରୋନା ନିୟନ୍ତ୍ରଣରେ ଉପଯୋଗ କରୁଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇବା ସହ ସେମାନଙ୍କ ଉପରେ ତାଙ୍କର ଭରସାକୁ ଆହୁରି ଦୃଢ କରିଛି ବୋଲି ମତ ଦେଇଛନ୍ତି । କେନ୍ଦ୍ରାପଡା ଜିଲ୍ଲାବାସୀଙ୍କ ସୁବିଧା […]

You May Like

Pin It on Pinterest