
ସଞ୍ଜୟ ଶତପଥୀ(କଟକ): ଜଗତପୁରରେ ହାତୀ ଉପଦ୍ରଵ,ଗାଡି ମାତ୍ର ସହ ଅନେକ ଘର ଭାଙ୍ଗିଲା ଜଙ୍ଗଲୀ ହାତୀ । ସେହିପରି ହାତୀ ଆକ୍ରମଣରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଗୁରୁତର ହୋଇ କଟକ ବଡ଼ ମେଡିକାଲ୍ରେ ଚିକିତ୍ସଚିତ ହେଉଥିବାର ଖବର ମିଳିଛି ।
ତିନିଟି ହାତୀ ଜଗତପୁରରେ ଉପଦ୍ରବ ଜାରି ରଖିଥିବା କୁହାଯାଉ ଥିବାବେଳେ,ନିମପୁର ଅଞ୍ଚଳରେ ପଶିଥିବା ହାତୀଟି କେତେକ କାର୍ ଓ ଘର ଭାଙ୍ଗି ଦେଇଥିବାର ସୂଚନା ମିଳିଛି। ଏବେ ବନବିଭାଗ ପକ୍ଷରୁ ହାତୀ ଘଉଡ଼ାଇବା ଅପରେସନ ଚାଲିଛି। ଏହି କାରଣରୁ ଜଗତପୁର ଗୋଲେଇ ଛକଠାରୁ ଜାତୀୟ ରାଜପଥ ପର୍ଯ୍ୟନ୍ତ କେହି ଯାତାୟାତ ନ କରିବା ପାଇଁ ସତର୍କ କରାଇଛି ବନ ବିଭାଗ।

ହାତୀ ଉତ୍ପାତ ସଂପର୍କରେ ଅଧିକ ତଥ୍ୟ ଦେଇଛନ୍ତି ଡିଏଫଓ ଅଜିତ କୁମାର ଶତପଥୀ। ସେ କହିଛନ୍ତି, ହାତୀଟି ନିଜ ପାଇଁ ଆଶ୍ରୟ ଖୋଜୁଛି। ଲୋକେ ସହଯୋଗ କଲେ ହିଁ ହାତୀଟି ପୁଣି ଜଙ୍ଗଲକୁ ଫେରିଯିବ।ଲୋକଙ୍କ ଗହଳି ଯୋଗୁଁ ହିଁ ହାତୀ ଏଯାଏଁ ଫେରିବାକୁ ବାଟ ପାଉନାହିଁ।ଏହି କାର୍ଯ୍ୟରେ ପର୍ଯ୍ୟାପ୍ତ ଜଙ୍ଗଲ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ନିୟୋଜିତ ରହିଛନ୍ତି। ଟ୍ରାଙ୍କୁଲାଇଜ୍ କଲେ ବି ହାତୀଟିକୁ ପୁଣି କେମିତି ସେଠାରୁ ନିଆଯିବ ସେ କଥା ମଧ୍ୟ ଚିନ୍ତା କରୁଛୁ।ଆଜି ଜଗତପୁର ଅଞ୍ଚଳରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବାର ସୂଚନା ମିଳିଛି।

ଖୁଣ୍ଟୁଣୀ ଜଙ୍ଗଲରୁ ତିନୋଟି ହାତୀ କାଲି ରାତିରୁ ଆସିଥିବା ଆମ ପାଖେ ଯାହା ଖବର ରହିଛି। ଗୋଟିଏ ହାତୀର ମୃତ୍ୟୁ ହୋଇଛି। ଆଉ ଗୋଟିଏ ଛୁଆ ହାତୀକୁ ଆମେ ନଜରରେ ରଖିଛୁ। ଆଉ ଗୋଟିଏ ହାତୀ ସହର ଭିତରେ ଏବେ ବି ଅଛି। ଏହା ଦନ୍ତା ହାତୀ ନୁହେଁ ମାଈ ହାତୀ ବୋଲି ଜଣାଯାଇଛି। ଏବେ ହାତୀଟି କଟକ ମହାନଗର ନିଗମ ଅଞ୍ଚଳର ବାହାରକୁ ଚାଲିଯାଇଛି।
ତେଣେ ଯୋବ୍ରା ଆନିକଟ ୧୪ ନମ୍ବର ଗେଟରେ ଏକ ହାତୀର ମୃତଦେହ ଲାଗିଥିବା ଦେଖାଯାଇଥିଲା। ଉକ୍ତ ହାତୀଟି ନଦୀ ପାଣିରେ ଭାସିଆସିଥିବା ସନ୍ଦେହ କରାଯାଉଛି। ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ସହାୟତାରେ ୨ଟି ଡଙ୍ଗା ସାହାଯ୍ୟରେ ହାତୀର ମୃତଦେହକୁ ବାନ୍ଧି କୂଳକୁ ଅଣାଯାଇଛି।
