ଜଗତପୁରରେ ଆତଙ୍କ ଖେଳାଇଥିବା ହାତୀ ଟ୍ରାଙ୍କୁଲାଇଜ୍‌ ହେଲା,ଆଠଗଡ଼ ରେଞ୍ଜ ଖୁଣ୍ଟୁଣିରେ ଛଡ଼ାଯିବ…

ବାସ୍ତବବ୍ୟୁରୋ(କଟକ)୨୯।୦୯ : ଜଗତପୁରରେ ଆତଙ୍କ ଖେଳାଇଥିବା ହାତୀ ଟ୍ରାଙ୍କୁଲାଇଜ୍‌ ହେଲା । ନନ୍ଦନକାନନରୁ ଯାଇଥିବା ଟିମ୍ ଏହି ହାତୀକୁ ଟ୍ରାଙ୍କୁଲାଇଜ୍ କରିଛନ୍ତି ।ଟ୍ରାଙ୍କୁଲାଇଜ୍ ହେବାପରେ ହାତୀକୁ ଆଠଗଡ଼ ରେଞ୍ଜ ଖୁଣ୍ଟୁଣିରେ ଛଡ଼ାଯିବାକୁ ନିଆଯାଇଛି।

ସୂଚନା ଅନୁଯାଇ, ଏ.ସି.ଏଫ୍ ଅନନ୍ତ କୁମାର ପ୍ରଧାନ ଓ ଚନ୍ଦକା DFO ଏମଡି ଜମିଲଙ୍କ ନେତୃତ୍ବରେ ଗୁରୁବାର ସକାଳୁ ନନ୍ଦନ କାନନରୁ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଆସି ଜଗତପୁର ପୀରବଜାର ବସନ୍ତ ମଠ ଜଙ୍ଗଲରେ ପହଞ୍ଚି ହାତୀକୁ ଟ୍ରାଙ୍କୁଲାଇଜ କରିଥିଲେ l ବୁଧବାର ହାତୀଟିକୁ ନିସ୍ତେଜ୍ କରାଯାଇଥିଲେ ମଧ୍ୟ ରାତି ଏବଂ ଜନଗହଳି ପାଇଁ ହାତୀଟିକୁ ସ୍ଥାନାନ୍ତର କରାଯାଇପାରିନଥିଲା। ସେଥିପାଇଁ ପୁଣି ଗୁରୁବାର ସକାଳୁ ହାତୀଟିକୁ ଦୁଇଟି ଟ୍ରାଙ୍କୁଲାଇଜ କରାଯାଇ ବେହୋସ୍ କରାଯାଇଥିଲା।

ହାତୀଟି ବେହୋସ୍ ହେବାପରେ ତାକୁ ବେଲ୍ଟ ସହାୟତାରେ ବାନ୍ଧି ହାଇଡ୍ରା ଓ ଜେସିବି ଜରିଆରେ ହାଇୱା ଉପରକୁ ଉଠାଯାଇଥିଲା। ଏହି ଉଦ୍ଧାର କାର୍ଯ୍ୟରେ ନନ୍ଦନ କାନନରୁ ଆସିଥିବା ବିଶେଷଜ୍ଞ ଟିମ୍, ଚନ୍ଦକା ଡିଏଫଓ, କଟକ ବନ ବିଭାଗ ଓ ଫୁଲନଖରା ରେଞ୍ଜର, ଜଗତପୁର ପୋଲିସ ର ଉଦ୍ୟମରେ ହାତୀଟିକୁ ଉଦ୍ଧାର କରାଯାଇ ଆଠଗଡ଼ ରେଞ୍ଜ ଅନ୍ତର୍ଗତ ଖୁଣ୍ଟୁଣିରେ ଛଡ଼ାଯିବ ବୋଲି,କଟକ ଏସି ଏଫ୍ ଅନନ୍ତ କୁମାର ପ୍ରଧାନ କହିଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପୁଣି ଅଶାନ୍ତ ହେଲା ମାଷ୍ଟରକ୍ୟାଣ୍ଟିନ ଛକ-ରକ୍ତାକ୍ତ ଅବସ୍ଥାରେ ରାସ୍ତାରେ ଦୀର୍ଘ ସମୟ ପଡି ରହିଲା ଆହତ ଯୁବକ...

Thu Sep 29 , 2022
ନମିତା କୁଂଅର(ଭୁବନେଶ୍ୱର) ୨୯/୦୯:ଭୁବନେଶ୍ୱରର ଜନଗହଳି ଅଂଚଳ ମାଷ୍ଟରକ୍ୟାଣ୍ଟିନ ଛକରେ,ଦୁଇ ଅସାମାଜିକ ମାତାଲ ଯୁବକଙ୍କ ମଧ୍ୟରେ ମରଣାନ୍ତକ ଆକ୍ରମଣ ପ୍ରତି ଆକ୍ରମଣରେ ଅଶାନ୍ତ ହୋଇଉଠିଛି । ମାଷ୍ଟର କ୍ୟାଣ୍ଟିନ ଦୁଇଜଣ ଅସାମାଜିକ ଓ ମଦ୍ୟପ ଉଭୟ ଗୁରୁତର ଭାବେ ଆହତ ହୋଇଛନ୍ତି । ଜଣେ ଯୁବକ ଘଟଣା ପରେ ସେଠାରୁ ଫେରାର ହେବାରେ ସକ୍ଷମ ହୋଇଛି । ଅନ୍ୟ ଆହତ ଯୁବକ ରକ୍ତାକ୍ତ ଅବସ୍ଥାରେ ରାସ୍ତାରେ ଦୀର୍ଘ ସମୟ ପଡି ରହିବା […]

You May Like

Pin It on Pinterest