ଶ୍ରୀଜଗନ୍ନାଥଙ୍କ ସହ ନବୀନ ପଟ୍ଟନାୟକଙ୍କ ତୁଳନା, ପ୍ରତାପ ଦେବଙ୍କ ପାଇଁ ଭାରି ପଡିବକି ?

ନମିତା କୁଅଁର(ଭୁବନେଶ୍ବର) : ଆଗରୁ ଓଡ଼ିଶାର ପରିଚୟ ଶ୍ରୀଜଗନ୍ନାଥ ଥିଲେ। ଏବେ ଓଡ଼ିଶା କହିଲେ ଲୋକ କହୁଛନ୍ତି ‘ନବୀନ ପଟ୍ଟନାୟକ’ ।ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ ବିଜେଡି ସଭାରେ ଏହା କହିଥିଲେ,। ଜଗତର ନାଥ ଜଗନ୍ନାଥଙ୍କ ସହ ନବୀନଙ୍କ ତୁଳନାତ୍ମକ ମନ୍ତବ୍ୟକୁ ନେଇ ଏବେ ସବୁଠି ଚର୍ଚ୍ଚା, ପ୍ରତାପଙ୍କୁ ଘେରିଛନ୍ତି ବିରୋଧୀ।

ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଟୁଇଟ୍ କରି କହିଛନ୍ତି ଯେ, ଏଭଳି ମନ୍ତବ୍ୟ ଅହଙ୍କାରର ପରିଚାୟକ।ପ୍ରତାପଙ୍କ ମନ୍ତବ୍ୟକୁ ମୁଖ୍ୟମନ୍ତ୍ରୀ ସମର୍ଥନ କରୁଛନ୍ତି ନା ନାହିଁ? ଯଦି କରୁନାହାନ୍ତି ତେବେ ପ୍ରତାପଙ୍କୁ ଭତ୍ସନା କରିବେ ତ! ପୁରୀ ବିଧାୟକ ଜୟନ୍ତୀ ଷଡ଼ଙ୍ଗୀ କହିଛନ୍ତି ଯେ ମନ୍ତ୍ରୀ ଯଦି ପୁରୀ ଆସି ମହାପ୍ରଭୁଙ୍କୁ କ୍ଷମା ପ୍ରାର୍ଥନା ନକରନ୍ତି ତେବେ ବିଜେପି ତାଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇବ। ସେହିପରି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ଓଡ଼ିଆ ଜାତି ପାଇଁ ଏହା ଦୁର୍ଭାଗ୍ୟଜନକ।

ବିରୋଧୀଙ୍କ ମନ୍ତବ୍ୟ ଉପରେ ମନ୍ତ୍ରୀ ଶ୍ରୀ ଦେବ ଟୁଇଟ୍ କରି କହିଛନ୍ତି ଯେ, ବିରୋଧୀ ମୋର ଗତକାଲିର ମନ୍ତବ୍ୟ ଉପରେ ଅଯଥା ରାଜନୀତି କରୁଛନ୍ତି। ମୋର କହିବାର ଅର୍ଥ ଥିଲା, ଏବେ ଜାତୀୟସ୍ତରରେ ଲୋ‌କେ ଓଡ଼ିଶାକୁ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଏବଂ ଭଲ ଶାସନ ବ୍ୟବସ୍ଥା ପାଇଁ ଜାଣୁଛନ୍ତି। ମୁଁ ଅନୁରୋଧ କରୁଛି ଯେ, ଦଳଗୁଡ଼ିକ ମୋ କଥାର ଭୁଲ୍‌ ବ୍ୟାଖାନ ନକରନ୍ତୁ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମା' ବିରଜାଙ୍କ ପୀଠରେ ମହା ସମାରୋହରେ ପାଳିତ ହେଲା ମହାଷ୍ଟମୀ ପୂଜା....

Sun Oct 2 , 2022
ଦେବବ୍ରତ ପଣ୍ଡା(ଯାଜପୁର) ୦୨/୧୦: ଦୁର୍ଗତି ନାଶିନୀ ମା ଦୁର୍ଗାଅଙ୍କର ଡରାଵତାରଣରେ ଧାରା ଉଲ୍ଲସିତ।ସବୁଠି ମାଙ୍କ ଆଗମନି ବାର୍ତା,ପୁରା ପଲ୍ଲୀରେ ମାଙ୍କ ପୂଜାର୍ଚ୍ଚନା,ଆନନ୍ଦର ଫୁଆର । ମୃଣ୍ମୟୀ ମୁର୍ତ୍ତି ଦେବୀ ମଣ୍ଡପରେ ଆଜି ମହାସପ୍ତମୀ ପୂଜା ହେଉଥିବା ବେଳେ ପିଠେ’ ଅଷ୍ଟମୀ ପୂଜା କରାଯାଉଛି । ଏହି ପରି ପେକ୍ଷିରେ ମା’ ବିରଜାଙ୍କ ପୀଠରେ ମହାଷ୍ଟମୀ ପୂଜା ଅନୁଷ୍ଠିତ ହୋଇଛି। ଏଥିପାଇଁ ରବିବାର ବ୍ରାହ୍ମ ମୁହୁର୍ତ୍ତରୁ ଶ୍ରଦ୍ଧାଳୁମାନେ ମାଙ୍କ ପାଦ ସ୍ପର୍ଶ […]

You May Like

Pin It on Pinterest