
ବାସ୍ତବବ୍ୟୁରୋ:ହାଇଦ୍ରାବାଦ ସହରରେ ଆତଙ୍କବାଦୀ ଷଡଯନ୍ତ୍ରର ପର୍ଦାଫାସ କରିଛି ପୋଲିସ। ଏହି ମାମଲାରେ ଆଇଏସଆଇ ଏବଂ ଲଶ୍କର ସମ୍ପୃକ୍ତ ତିନି ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ଏହି ଗିରଫ ସହରର ମାଲାକପେଟରୁ ହୋଇଛି । ସେମାନଙ୍କ ନିକଟରୁ ୫ ଟି ମୋବାଇଲ, ନଗଦ ଆର୍ଥ ଏବଂ ୪ ଟି ହ୍ୟାଣ୍ଡ ଗ୍ରେନେଡ ମଧ୍ୟ ଉଦ୍ଧାର କରାଯାଇଛି। ଗିରଫ ଆତଙ୍କବାଦୀମାନେ ଏକ ଫିଡାଏନ୍ ଆକ୍ରମଣ ଯୋଜନା କରୁଥିବା ପୋଲିସ କହିଛି।
ଆତଙ୍କବାଦୀମାନେ ଅବଦୁଲ ଜାହେଦ, ମହମ୍ମଦ ସାମିଉଦ୍ଦିନ ଏବଂ ମାଜ ହାସନ ଫାରୁକ ବୋଲି ଜଣାପଡିଛି। ଅବଦୁଲ ଜାହିଦ ପୂର୍ବରୁ ଅନେକ ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡିତ ଥିଲା ଏବଂ ପାକିସ୍ତାନୀ ଆଇଏସଆଇ ଏବଂ ଲଶ୍କର ଅପରେଟିଭ୍ଙ୍କ ସହ ନିରନ୍ତର ଯୋଗାଯୋଗରେ ଥିଲେ। ପୋଲିସ କହିଛି ଯେ ଏହି ସମସ୍ତ ଆତଙ୍କବାଦୀ ହାଇଦ୍ରାବାଦର ଏକ ସର୍ବସାଧାରଣ ସ୍ଥାନକୁ ଟାର୍ଗେଟ କରିବାକୁ ଯୋଜନା କରିଥିଲେ ,ଯାହା ସହରରେ ଆତଙ୍କ ସୃଷ୍ଟି କରିବା ସହ ସାମ୍ପ୍ରଦାୟିକତା ସୃଷ୍ଟି କାରବାର ସଫଳ ହୋଇଥାନ୍ତା ।