
ଭୁବନେଶ୍ୱର୦୫/୧୦: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଆଜି ଅନୁଗୁଳ ଗସ୍ତ କାର୍ଯ୍ୟକ୍ରମ। ତାଳଚେର ମୁନିସିପାଲଟିର ୧୮ ନମ୍ବର ୱାର୍ଡରେ ଏକ କଲ୍ୟାଣ ମଣ୍ଡପର ଭୂମିପୂଜନ ଉତ୍ସବରେ ସାମିଲ ହେବେ ।
ଏହି କାର୍ଯ୍ୟକ୍ରମରେ ଅପରାହ୍ନ ୪ଟା ରେ ଯୋଗଦେବେ। ଏହା ପରେ ଶ୍ରୀ ପ୍ରଧାନ ସନ୍ଧ୍ୟା ୭ଟାରେ ତାଳଚେର ସାଉଥବଲଣ୍ଡାରେ ରାବଣ ପୋଡି ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ସ୍ଥର ହୋଇଛି। ଏଥିପାଇଁ ତାଳଚେର ବିଜେପି ପକ୍ଷରୁ ରାବଣ ପୋଡି ପାଇଁ ବ୍ୟାପକ ଆୟୋଜନ କରାଯାଇଛି । ଏହା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଢେଙ୍କାନାଳ ଗସ୍ତ କାର୍ଯ୍ୟକ୍ରମ ରହିଛି ।