ପଶ୍ଚିମବଙ୍ଗରେ ଦୁର୍ଗା ମୂର୍ତ୍ତି ବୁଡ଼ାଇବା ସମୟରେ ୮ମୃତ ୨୦ରୁ୨୫ ଜଣ ନିଖୋଜ…

ବାସ୍ତବବ୍ୟୁରୋ:ବୁଧବାର ସନ୍ଧ୍ୟାରେ ପଶ୍ଚିମବଙ୍ଗର ଜାଲପାଇଗୁରିରେ ମା ଦୁର୍ଗାଙ୍କ ମୂର୍ତ୍ତି ବୁଡ଼ାଇବା ସମୟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ପ୍ରତିମା ନଦୀରେ ବିସର୍ଜନସମୟରେ ମାଲ ନଦୀରେ ପ୍ରବଳ ପ୍ରବାହ ଆସିଯିବା ହେତୁ ୮ ଜଣଙ୍କର ମୃତ୍ୟୁ ହୋଇଛି । ଜଲପାଇଗୁରି ଏସପି ଦେବର୍ସି ଦତ୍ତ କହିଛନ୍ତି ଯେ ୨୦ -୨୫ ଲୋକ ନିଖୋଜ ଅଛନ୍ତି। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ NDRF ଟିମ୍ ଘଟଣାସ୍ଥଳରେ ପହଞ୍ଚିଛି। ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଚାଲିଛି।

ସୂଚନାନୁସାରେ, ଲୋକମାନେ ଦୁର୍ଗାଙ୍କ ମୂର୍ତ୍ତିକୁ ବିଳମ୍ବିତ ରାତିରେ ବୁଡ଼ାଇବା ପାଇଁ ମାଲ ନଦୀ ଯାଇଥିଲେ। ଏହି ସମୟରେ ନଦୀରେ ଏକ ପ୍ରବଳ ସ୍ରୋତ ଆସି ଯାଇଥିଲା ,ମୂର୍ତ୍ତି ବୁଡ଼ ପକାଇବା ପାଇଁ ପାଣି ଭିତରକୁ ପ୍ରବେଶ କରିଥିବା ଅନେକ ଲୋକ ଏଥିରେ ଫସିଥିଲେ। ସୂଚନା ପାଇବା ମାତ୍ରେ ପୋଲିସ ଏବଂ ଅଗ୍ନିଶମ ବାହିନୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ଜେସିବି ସହାୟତାରେ ଲୋକଙ୍କୁ ଖୋଜିବା ପାଇଁ ପ୍ରଶାସନ କାର୍ଯ୍ୟ ଆରମ୍ଭ କରିଛି।

ଏହି ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ମୋଦୀ ଦୁଃଖ ପ୍ରକାଶ କରିଛନ୍ତି
ଜଲପାଇଗୁଡି ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ମୋଦୀ ଦୁଃଖ ପ୍ରକାଶ କରିଛନ୍ତି। PMO ଟୁଇଟ୍ କରି କହିଛନ୍ତି, ଦୁର୍ଗା ପୂଜା ପର୍ବ ସମୟରେ ଘଟିଥିବା ଦୁର୍ଘଟଣାରେ ମୁ ଦୁଃଖିତ | ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ସମବେଦନା:

୧୧ ଜଣଙ୍କୁ ଉଦ୍ଧାର କରାଯାଇଛି : ଡିଏମ୍
ଡିଏମ ମୋମିତା ଗୋଦାରା ବସୁ କହିଛନ୍ତି ଯେ ୮ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ୪ ଜଣ ମହିଳା ମଧ୍ୟ ଅଛନ୍ତି। ଏଥି ସହିତ ପ୍ରାୟ ୪୦ରୁ ଅଧିକ ଲୋକ ଏକ ଦ୍ୱୀପରେ ଫସି ରହିଛନ୍ତି। ଲୋକଙ୍କୁ ଉଦ୍ଧାର କରିବାରେ NDRF ଦଳ ବ୍ୟସ୍ତ ଅଛନ୍ତି | ବର୍ତ୍ତମାନ ସୁଦ୍ଧା ୫୦ଜଣଙ୍କୁ ଉଦ୍ଧାର କରାଯାଇଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

WHO ମେଡିକାଲ ଆଲର୍ଟ ଜାରି-ଏହି କମ୍ପାନୀର କାଶ ସିରପ ବିପଜ୍ଜନକ କି?...

Thu Oct 6 , 2022
ବାସ୍ତବବ୍ୟୁରୋ:WHO ଏକ ଭାରତୀୟ ଫାର୍ମାସ୍ୟୁଟିକାଲ୍ କମ୍ପାନୀର କିଛି ଔଷଧ ସମ୍ବନ୍ଧରେ ଏକ ମେଡିକାଲ ପ୍ରଡକ୍ଟ ଆଲର୍ଟ ଜାରି କରିଛି | ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ ମେଡେନ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ଼ ର ଥଣ୍ଡା,କାଶ ଔଷଧ ଯୋଗୁଁ ୬୬ ପିଲାଙ୍କର ମୃତ୍ୟୁ ହୋଇଥିବା ମଧ୍ୟ ଦାବି କରାଯାଇଛି। WHO କହିଛି ଯେ କମ୍ପାନୀ ଏବଂ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ ସହିତ ମିଳିତ ଭାବେ ଏହି ଅନୁସନ୍ଧାନ କରାଯାଉଛି। ରାଏଟର୍ସ […]

You May Like

Pin It on Pinterest