
ନମୋଗୁରୁ ହୋତା(ସୋନପୁର)୦୬।୧୦: ଦୁର୍ଗତିନାଶିନୀ ମା ଦୁର୍ଗାଙ୍କ ପୂଜାକୁ ନେଇ ସାରା ସୋନପୁର ଉତ୍ସବମୁଖର ହୋଇଉଠିଥିଲା l ସାଜସଜ୍ଜା ସାଙ୍ଗକୁ ମନ୍ତ୍ର ଧ୍ବନିରେ କମ୍ପି ଉଠୁଥିଲା ଗାଁଠୁ ସହର l ମା’ ଦୁର୍ଗତି ନାଶିନୀ ଦୁର୍ଗାଙ୍କ ରୀତିନୀତି ଅନୁଯାୟୀ ଷଷ୍ଠିରୁ ଆରମ୍ଭ ହୋଇ ଦଶମୀରେ ଶେଷ ହୋଇଛି l

କରୋନା ମହାମାରୀ ପାଇଁ ଗତ ଦୁଇବର୍ଷ ହେବ ପରଦା ପଛରେ ମାଙ୍କ ପୂଜାର୍ଚ୍ଚନା ହେଉଥିଲା । ଚଳିତ ବର୍ଷ ସଂପୂର୍ଣ୍ଣ ଭାବରେ କଟକଣା କୋହଳ ହେବାରୁ ସନ୍ଧ୍ୟା ସମୟରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା l ବିନିକା ସହର ପୁରୁଣା ବସଷ୍ଟାଣ୍ଡ ଓ ମହାଦେବପାଳି ଦୁର୍ଗାମଣ୍ଡପରେ ମାଙ୍କ ପୂଜାର୍ଚ୍ଚନା ସହ ରାବଣ ଦରବାରରେ ବହୁ ଲୋକ ସମାଗମ ହୋଇଥିଲା l ରାବଣ ଦରବାରରେ ପ୍ରତ୍ୟେକ ଦିନ ରାଜଅତିଥି ଭାବରେ ବିଧାୟକ, ମନ୍ତ୍ରୀ, ଅଭିନେତା, ଅଭିନେତ୍ରୀ ମାନେ ଉପସ୍ଥିତ ରହୁଥିଲେ l ଶାନ୍ତି ସୄଖଳା ମଧ୍ୟରେ ଏବର୍ଷର ମା’ଙ୍କ ପୂଜା ସମାପନ ହୋଇଛି l