TPCODL ଟାଟା ପାୱାର ଠିକା କର୍ମଚାରୀ ମାନଙ୍କର ଆସନ୍ତା ୧୨ ତାରିଖରୁ ପାୱାର ହାଉସ ଛକରେ ଧାରଣା…

ନମିତା କୁଅଁର(ଭୁବନେଶ୍ବର): ବିଦ୍ୟୁତ ବିଭାଗରେ ଥିବା ଠିକା କର୍ମଚାରୀ ମାନେ ଆସନ୍ତା ଦିନରେ ଆନ୍ଦୋଳନକୁ ଓହ୍ଲାଇବେ ଡାକରା ଦେଇଛନ୍ତି ଶ୍ରମିକ ନେତା ଧୋବେଇ ସାହୁ ।ଠିକା କର୍ମଚାରୀଙ୍କ ପ୍ରତି ହେଉଥିବା ଅନ୍ୟାୟ ଆଉ ସହ୍ୟ କରାଯିବ ନାହିଁ ।

ତେତିଶ ବାଇ ଇଲେଭେନ୍ କେଭି କଣ୍ଟ୍ରୋଲ ରୁମ୍ କର୍ମଚାରୀ , କଷ୍ଟମର କେୟାର କର୍ମଚାରୀ ଏବଂ ଫିଲ୍ଡରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀ ମାନେ ଆସନ୍ତା ଅକ୍ଟୋବର ମାସ ବାର ତାରିଖରେ ଭୁବନେଶ୍ଵର TPCODL ମୁଖ୍ୟ କାର୍ଯ୍ୟାଳୟ ପାୱାର ହାଉସ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା ଦେବେ ।

ଠିକା କର୍ମଚାରୀ ମାନଙ୍କୁ ଠିକାଦାର ମାଧ୍ୟମରେ ଶୋଷଣ ଏବଂ ଆଜିକୁ ବାର ବର୍ଷ ହେଲା ସ୍ଥାୟୀ କାର୍ଯ୍ୟରେ ନିଜର ଜୀବନକୁ ବାଜି ଲଗେଇ କାର୍ଯ୍ୟ କରୁଥିଲେ ମଧ୍ୟ ସ୍ଥାୟୀ ନକରି ସେମାନଙ୍କୁ ଏକ ପ୍ରକାର ବିକଳାଙ୍ଗ ସଜେଇ ରଖିଛି । ଦିନକୁ ଦିନ ଉପୋଭକ୍ତା ମାନଙ୍କ ଉପରେ ବିଦ୍ୟୁତ୍ ଶୁଳ୍କ ବଢାଇ ଉପୋଭକ୍ତା ମାନଙ୍କୁ ବି ରାଜ୍ୟରେ ଶୋଷଣ କରିଚାଲିଛି । ଯାହା ଦ୍ଵାରା ସରକାର ଏବଂ ବିରୋଧୀ ଦଳ ମାନେ ଚୁପ୍ ହୋଇ ବସିଛନ୍ତି କାହିଁକି ଏହାର କାରଣ ଜଣା ପଡ଼ୁନାହିଁ ।

ଠିକା ଶ୍ରମିକ ମାନଙ୍କୁ ବାରମ୍ବାର ମିଛ ପ୍ରତିଶ୍ରୁତି ଦେଇ ଭଣ୍ଡେଇ ଚାଲିଛନ୍ତି ରାଜ୍ୟ ବିଦ୍ୟୁତ୍ ବିଭାଗ କୁ ଦାୟୀତ୍ୱରେ ନେଇଥିବା ଟାଟା ପାୱାର TPCODL । ବିଦ୍ୟୁତ୍ ବିଭାଗରେ ଦୀର୍ଘଦିନ ଧରି କାର୍ଯ୍ୟ କରୁଥିବା କର୍ମଚାରୀ ମାନଙ୍କୁ ସ୍ଥାୟୀ କରିବା ନିୟମ ଥିଲେ ମଧ୍ୟ ଟାଟା କର୍ତ୍ତୃପକ୍ଷ ଶ୍ରମିକ ମାନଙ୍କୁ ଅଣଦେଖା କରି ସେମାନଙ୍କ ଜୀବନ ସହ ଖଳ ଖେଳୁଛନ୍ତି ବୋଲି , ଶ୍ରମିକ ନେତା ଧୋବେଇ ସାହୁ କହିଛନ୍ତି , ଯେଏଲ୍ସି ଲେବର କମିସନରଙ୍କ ଆଦେଶ ଏବଂ ରାଜ୍ୟ ବିଦ୍ୟୁତ୍ ନିୟାମକ ଆୟୋଗ ଙ୍କ ଆଦେଶକୁ ବି ମଧ୍ୟ ଫୁ କରିଦେଇଛି TPCODL ଟାଟା ପାୱାର ।

ଠିକା ଶ୍ରମିକ ମାନଙ୍କୁ ଶୋଷଣ ଏବଂ ସ୍ଥାୟୀ ନକରିବା ଦାବି ଆସନ୍ତା ଦିନରେ ଆନ୍ଦୋଳନର ଡାକରା ଦେଇଛନ୍ତି ଓଡ଼ିଶା ପାୱାର ଏମ୍ପ୍ଲୟୀଜ ୟୁନୀୟନ୍ ର ସଭାପତି , ତଥା ଠିକା ଶ୍ରମିକଙ୍କ ପାଇଁ ସବୁବେଳେ ଲଢେଇ କରିଆସୁଥିବା ନେତା ଧୋବେଇ ସାହୁ ।
ଯଦି ଏହି ଆନ୍ଦୋଳନ ରେ କିଛି ଦାବି ପୂରଣ ନହୁଏ , ସେହି ଆନ୍ଦୋଳନ ସ୍ଥଳରୁ ସମସ୍ତ ଠିକା ଶ୍ରମିକ ମାନେ ଅସହଜୋଗ ଆନ୍ଦୋଳନ କରିବେ ବୋଲି ସିଧା ସିଧା କହିଛନ୍ତି ସମସ୍ତ ଠିକା ଶ୍ରମିକ ଏବଂ ଶ୍ରମିକ ନେତା ଶ୍ରୀ ସାହୁ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ନବୀନା ଗିରଫ ହେବ କେବେ? ଆସାମୀକୁ ଗିରଫ କରିବାରେ କଟକ ପୋଲିସ୍ ପ୍ରଶାସନ ବିଫଳ...

Tue Oct 11 , 2022
ସଂଜୟ ଶତପଥୀ(କଟକ): ଗତ୮ ତାରିଖ ଦିନ କଟକ ପୋଲିସ୍ କମିଶନରେଟ୍ ଅଧୀନରେ ଥିବା ଲାଲବାଗ ଥାନା ଅନ୍ତର୍ଗତ ଚାନ୍ଦିନୀଚୌକ ଅଞ୍ଚଳରେ କଟକର ରଘୁନାଥଜୀୟୁ କଲେଜର ଜନୈକ ଛାତ୍ରଙ୍କୁ ସେହି ଅଞ୍ଚଳର ଜନୈକ ଅସାମାଜିକ ଯୁବକ ଏସିଡ୍ ପକାଇବା ଏବଂ ଉକ୍ତ ଛାତ୍ର ଜଣକ ଗୁରୁତର ଭାବେ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେବାକୁ ନେଇ ଲାଲବାଗ ଥାନାରେ ଆହତ ଛାତ୍ରଙ୍କ ପକ୍ଷରୁ ଏତାଲା ଦାଏର ହୋଇଛି। ହେଲେ ବଡ଼ ଦୁଃଖ […]

You May Like

Pin It on Pinterest