ଓଡ଼ିଶାରୁ ମୌସୁମୀ ଫେରିବାର ବେଳ; ଅଧିକ ସକ୍ରିୟ ହେବ ୨୦ ତାରିଖରେ ହେବାକୁ ଥିବା ଲଘୁଚାପ…

ବାସ୍ତବ ବ୍ୟୁରୋ: ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ସୂଚନାନୁଯାୟୀ ଓଡ଼ିଶାରୁ ଫେରିଯିବ ମୌସୁମୀ । ମୌସୁମୀ ଫେରିବା ଖବର ଲଘୁଚାପକୁ ଅଧିକ ଶକ୍ତିଶାଳୀ କରିବ ଓ ଘନୀଭୂତ ହେବାର ଆଶଙ୍କାକୁ ଦୃଢ଼ୀଭୂତ କରୁଛି।

ଆସନ୍ତା ୨ ଦିନ ମଧ୍ୟରେ ପୂର୍ବ ଭାରତୀୟ ରାଜ୍ୟଗୁଡ଼ିକର ଅନେକ ଅଞ୍ଚଳରୁ ମୌସୁମୀ ଅପସାରଣ ହେବା ପାଇଁ ପାଗ ଅନୁକୂଳ ହେବାରେ ଲାଗିଛି। ଏହାଭିତରେ ରହିଛି ଓଡ଼ିଶା। ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଏବେ ସକ୍ରିୟ ରହିଥିବା ବେଳେ ରାଜ୍ୟରୁ ମୌସୁମୀ ଅପସାରଣ ପ୍ରକ୍ରିୟା ଆରମ୍ଭ ହୋଇଯିବ।

ଏଥିସହ ୧୮ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗର ଓ ତା’ର ପାର୍ଶ୍ବବର୍ତୀ ଅଞ୍ଚଳରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ଆହୁରି ଅଧିକ ସକ୍ରିୟ ହେବ ବୋଲି ସୂଚନା ରହିଛି। ଆଇଏମ୍‌ଡିର ଆକଳନ ଅନୁଯାୟୀ, ସମ୍ଭାବ୍ୟ ଘୂର୍ଣ୍ଣିବଳୟ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ମୁହାଁଇ ପଶ୍ଚିମ-କେନ୍ଦ୍ରୀୟ ସଂଲଗ୍ନ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ୨୦ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଏ ବର୍ଷ ବର୍ଷାରେ ଭିଜିବ ଦୀପାବଳି...

Mon Oct 17 , 2022
ବାସ୍ତବ ବ୍ୟୁରୋ:  ଏଥର ଦୀପାବଳିରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୨୪ ତାରିଖ ବେଳକୁ ଅବପାତ କିମ୍ବା ଛୋଟ ଧରଣର ବାତ୍ୟା ସମ୍ଭାବନା ରହିଛି । ଯଦି ବର୍ଷା ଲାଗି ରହି ତେବେ ନା ଦୀପ ଜଳିବ ନା ଜମିବ ଆତସବାଜି, ଫିକା ପଡ଼ିଯିବ ଦୀପାବଳି । ଏବେ ବି ପାଣିପାଗକୁ ନେଇ ଚିତ୍ର ଅସ୍ପଷ୍ଟ ରହିଛି । ବିଭିନ୍ନ ପାଣିପାଗ ମଡେଲ୍‌ ଭିନ୍ନ ଭିନ୍ନ ପୂର୍ବାନୁମାନ […]

You May Like

Pin It on Pinterest