ଆ-କା-ମା-ବୈ ପରମ୍ପରାକୁ ଜାବୁଡି ରଖିବାର ପ୍ରୟାସରେ କାଠଯୋଡ଼ି ବୋଇତ ବନ୍ଦାଣ ଉତ୍ସବ କମିଟି…

ସଂଜୟ ଶତପଥୀ(କଟକ): କଟକର ଅନ୍ୟତମ ଅଗ୍ରଣୀ ଅନୁଷ୍ଠାନ କାଠଯୋଡି ବୋଇତ ବନ୍ଦାଣ ଉତ୍ସବ ପକ୍ଷରୁ ଆଗାମୀ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ହେବାକୁ ଥିବା ଉତ୍କଳୀୟ ପରମ୍ପରା ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଲାଗି ଏକ ସର୍ବଦଳୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ଧର୍ମେଶ ନାୟକଙ୍କ ଅଧ୍ୟକ୍ଷତାରେ କଟକର ମର୍କତନଗରସ୍ଥିତ ସ୍ବୟମ୍ ନୃତ୍ୟ ଓ ସଙ୍ଗୀତ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।

ଏହି ପ୍ରସ୍ତୁତି ବୈଠକ ରେ ଅନ୍ୟମାନଙ୍କ ସହ ଅନୁଷ୍ଠାନର ସମ୍ପାଦକ ଶ୍ରୀ ଆଶ୍ରିବାଦ ବେହେରା, ମୂଖ୍ୟ ଉପଦେଷ୍ଟା ଡଃ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଉପଦେଷ୍ଟା ପୂର୍ବତନ ବିଧାୟକ ଶ୍ରୀ ପ୍ରଭାତ ତ୍ରିପାଠୀ, ଉପଦେଷ୍ଟା ବରିଷ୍ଠ ଆଇନଜୀବି ଶ୍ରୀ ସୈ।ରଚନ୍ଦ୍ର ମହାପାତ୍ର ଓ କଟକ ସହରର ବହୁ ବୁଦ୍ଧିଜୀବୀ ତଥା ସଂସ୍କୃତିପ୍ରେମୀ ଏହି ପ୍ରସ୍ତୁତି ବୈଠକ ରେ ଯୋଗଦେଇ ନିଜ ନିଜର ମତବ୍ୟକ୍ତ କରିବା ସହ ସମସ୍ତ ଉତ୍କଳୀୟମାନଙ୍କୁ ପାଶ୍ଚାତ୍ୟ ସଭ୍ୟତା ରୁ ଦୁରେଇ ଯାଇ ଉତ୍କଳର ପରମ୍ପରା ତଥା ଶ୍ରୀ ଜଗନ୍ନାଥ ସଂସ୍କୃତିକୁ ବଞ୍ଚାଇରଖୂବାକୁ ଆହ୍ବାନ ଦେଇଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାରକ ୨୫ ଦିଗଭାଗ ସଙ୍କୀର୍ତ୍ତନ ମଣ୍ଡଳୀର ବନ୍ଧୁମିଳନ କାର୍ଯ୍ୟକ୍ରମ

Mon Oct 17 , 2022
ସଂଜୟ ଶତପଥୀ(କଟକ): କଟକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଶ୍ରୀ ଶ୍ରୀ ଧବଳେଶ୍ବର ମହାଦେବଙ୍କ ପବିତ୍ର ବିଜେ ପୀଠସ୍ଥଳୀଠାରେ କଟକର ୨୫ ଦିଗଭାଗ ସଙ୍କୀର୍ତ୍ତନ ମଣ୍ଡଳୀର ଏକ ବନ୍ଧୁମିଳନ ଓ ସଙ୍କୀର୍ତ୍ତନ ସମାରୋହ କାର୍ଯ୍ୟକ୍ରମ ନବନିର୍ବାଚିତ ସର୍ବାଧୂକାରୀ ଶ୍ରୀ ସୁରେଶ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏହି ବନ୍ଧୁମିଳନ ଓ ସଙ୍କୀର୍ତ୍ତନ ସମାରୋହ କାର୍ଯ୍ୟକ୍ରମରେ ୨୫ ଦିଗଭାଗ ସଙ୍କୀର୍ତ୍ତନ ମଣ୍ଡଳୀର ସର୍ବମହନ୍ତ ଶ୍ରୀ ରବିନ୍ଦ୍ର କୁମାର ବସ୍ତିଆ, ମହନ୍ତ […]

You May Like

Pin It on Pinterest