
ବାସ୍ତବବ୍ୟୁରୋ:ସ୍ପେନରେ ଆୟୋଜିତ ଅଣ୍ଡର -୨୩ ବିଶ୍ୱ ରେସଲିଂ ଚାମ୍ପିଅନସିପରେ ଗ୍ରୀକୋ-ରୋମାନ କୁସ୍ତିରେ ୭୭ କିଲୋଗ୍ରାମ ଓଜନ ବର୍ଗରେ ବ୍ରୋଞ୍ଜ ପଦକ ଜିତି ଭାରତର ସାଜନ ଭାନୱାଲା ଇତିହାସ ସୃଷ୍ଟି କରିଛି। ବିଶ୍ୱ ରେସଲିଂ ଚାମ୍ପିଅନସିପରେ ଗ୍ରୀକୋ-ରୋମାନ କୁସ୍ତିରେ ସେ ପଦକ ଜିତିଥିବା ପ୍ରଥମ ଭାରତୀୟ ହୋଇପାରିଛନ୍ତି। ରିପେକେଜ୍ ଫାଇନାଲରେ ସେ ୟୁକ୍ରେନର ଡିମିଟ୍ରୋ ଭାସେଟସ୍କିଙ୍କୁ ପରାସ୍ତ କରି ବ୍ରୋଞ୍ଜ ପଦକ ଜିତିଛନ୍ତି ।



